ଖୁସି ଖବର : ଆଇପିଏଲ ମେଗା ଅକ୍ସନ ପାଇଁ ଘୋଷଣା ହେଲା ତାରିଖ, ୨ଟି ନୂଆ ଦଳପାଇଁ ୫୦ ଜଣ ଖେଳାଳିଙ୍କୁ ମିଳିବ ମୌକା,ଜାଣନ୍ତୁ ପୁରା ଖବର

ଇଣ୍ଡିଆନ ପ୍ରିମିୟାର ଲିଗର ଆଗାମୀ ସିଜିନ ପାଇଁ ଦୁଇଟି ନୂଆ ନୂଆ ଟିମକୁ ସାମିଲ କରାଯାଉଛି। ଅଗଷ୍ଟ ମାସରେ ବିସିସିଆଇ ଏହାର ଟେଣ୍ଡର ବାହାର କରିପାରେ। ଏଥିରୁ ବିସିସିଆଇକୁ ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ। ଏବେପର୍ଯ୍ୟନ୍ତ ଆଇପିଏଲରେ 8ଟି ଟିମ ଖେଳୁଛି। 2ଟି ନୂଆ ଟିମ ସାମିଲ ହେବାପରେ ଏହାର ସଂଖ୍ୟା ବଢି 10 ହୋଇଯିବ।

ଟାଇମସ ଅଫ ଇଣ୍ଡିଆ ଖବର ମୁତାବିକ, ଅଗଷ୍ଟ ମାସରେ ବିସିସିଆଇ ଦୁଇଟି ନୂଆ ଟିମର ଟେଣ୍ଡର ବାହାର କରିପାରେ। ଅକ୍ଟୋବର ମାସରେ ଏହି ଦୁଇଟି ନୂଆ ଆଇପିଏଲ ଟିମ ମିଳିପାରେ। ଗୋୟନକା ଓ ଆଦାନୀ ଗ୍ରୁପ ଆଇପିଏଲ ଟିମ କିଣିବାରେ ସର୍ବପ୍ରଥମ ଅଟନ୍ତି। ଦୁଇଟି ନୂଆ ଟିମ ସାମିଲ ହେବାପରେ ମ୍ୟାଚ ସଂଖ୍ୟାରେ ବୃଦ୍ଧି ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଆଗାମୀ ବର୍ଷ ଜାନୁଆରୀରେ ମିଡ଼ିଆ ଅଧିକାରୀଙ୍କୁ ନେଇ ଟେଣ୍ଡର ବାହାର କରିପାରନ୍ତି।

ଖବର ମୁତାବିକ, ଡ଼ିସେମ୍ବର ମାସରେ ବିସିସିଆଇ ମେଗା ଅକ୍ସନ କରିପାରେ। ଏଥିରେ ଖେଳାଳିଙ୍କୁ ନୂଆ ନୂଆ ଭାବରେ କିଣାବିକା କରାଯିବ। ସେହିପରି ପ୍ରତ୍ୟେକ ଟିମ ନିଜର ଚାରି ଖେଳାଳିଙ୍କୁ ରିଟେନ ରଖିପାରିବ। କିନ୍ତୁ ଏହାପାଇଁ କିଛି ସର୍ତ୍ତ ମଧ୍ୟ ରହିଛି। ଏହି ରିଟେନ ଖେଳାଳି ଭାବରେ ତିନୋଟି ଦେଶୀ ଖେଳାଳି ଓ ଜଣେ ଦେଶୀ ଖେଳାଳି ରହିବେ। ନହେଲେ ଦୁଇଟି ଦେଶୀ ନଚେତ ଦୁଇଟି ବିଦେଶୀ ଖେଳାଳି ରହିବା ଆବଶ୍ୟକ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅକ୍ସନ ସମୟରେ ଦଳର ସାଲାରୀ ବଢାଇବାକୁ ଯାଉଛି। ପ୍ରଥମେ ଗୋଟିଏ ଫ୍ରାଞ୍ଚାଇଜକୁ 85 କୋଟି ଦିଆଯାଉଥିଲା। ବର୍ତ୍ତମାନ ଏଥିରେ ପାଞ୍ଚକୋଟିର ବୃଦ୍ଧି ହୋଇଛି। ମୋଟ ଆକାରରେ 90 କୋଟି ଟଙ୍କା ଦିଆଯିବ। ସେହିପରି ମୋଟ 10ଟି ଟିମ କଥା କହିବାକୁ ଗଲେ 50 କୋଟି ଟଙ୍କା ବୃଦ୍ଧି ହେବ। ଏବେ ଅକ୍ସନ ସମୟରେ ପ୍ରତ୍ୟେକ ଟିମକୁ 75 ପ୍ରତିଶତ ଧନରାଶି ଖର୍ଚ୍ଚ କରିବାକୁ ହେବ। ଆଗକୁ ଆସୁଥିବା ସମୟରେ ଏହି ଧନରାଶିରେ ବୃଦ୍ଧି ଦେଖାଯିବ।ଆଗାମୀ ଦୁଇବର୍ଷରେ 95 କୋଟି ଓ 100 କୋଟି ଟଙ୍କା ଦିଆଯାଏ।

ନିୟମ ମୁତାବିକ ଗୋଟିଏ ଆଇପିଏଲ ଟିମରେ 25 ଖେଳାଳି ରହିଛନ୍ତି। କିନ୍ତୁ ଆହୁରି ଦୁଇଟି ନୂଆ ଟିମ ଜଡିତ ହେବାପରେ ଆହୁରି 50 ଜଣ ଖେଳାଳିଙ୍କୁ ଆଇପିଏଲ ଖେଳିବାର ମୌକା ମିଳିବ। ଗୋଟିଏ ଟିମରେ ଅଧିକରୁ ଅଧିକ 8 ଜଣ ବିଦେଶୀ ଖେଳାଳି ରହିପାରିବେ। ଏମିତିରେ ଏହି ଦୁଇଟି ନୂଆ ଟିମରେ 34 ଦେଶୀ ଓ 16 ଜଣ ବିଦେଶୀ ଖେଳାଳି ସାମିଲ ରହିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.