ଲୋକଙ୍କ ପାଇଁ ପ୍ରେରଣା ଟ୍ରାନ୍ସଜେଣ୍ଡର ବ୍ୟାଙ୍କର ମୋନିକା, ସମସ୍ତେ ଅଲଗା କରିଦେଲେ ତୋ ବାପା ତାଙ୍କୁ ଆପଣେଇଲେ ଓ ରଚିଦେଲେ ଇତିହାସ

ଝିଅ କିମ୍ବା ପୁଅ, ମହିଳା କିମ୍ବା ପୁରୁଷ ମାନବ ଏହି ଦୁଇଜଣଙ୍କର ପରିଚୟ ବ୍ୟତୀତ ଆଉ ଏକ ପରିଚୟ ମଧ୍ୟ ରହିଛି, ଯେଉଁମାନଙ୍କୁ କିନ୍ନର କୁହାଯାଏ। ସମାଜ ସବୁବେଳେ କିନ୍ନର ମାନଙ୍କୁ ଅଲଗା କରିଦିଏ। କିନ୍ତୁ ତାଙ୍କୁ ମଧ୍ୟ ବଞ୍ଚିବାର ଅଧିକାର ଅଛି। ଯେପରି ପୁରୁଷ ଓ ମହିଳାଙ୍କର ଅଛି। ଏହା ବ୍ୟତୀତ ସବୁବେଳେ ସମାଜ କିନ୍ନରଙ୍କୁ ଈର୍ଷା ଓ ଭୟ ନଜରରେ ଦେଖିଥାଏ। କିନ୍ନର ଲୋକମାନେ ମାଗିକରି ନିଜର ଗୁଜୁରାଣ ମେଣ୍ଟ କରନ୍ତି। ସେହିପରି ଜଣେ କିନ୍ନର ଏମିତି ମଧ୍ୟ ଅଛନ୍ତି ଯାହାଙ୍କୁ ପ୍ରଥମ ଟ୍ରାନ୍ସଜେଣ୍ଡର ବ୍ୟାଙ୍କର ଓ ପିଠାସିନ ନିର୍ବାଚନ ଅଧିକାରୀ ହେବାର ଅନୁଭୂତି ଅଛି। ଆସନ୍ତୁ ଆଜି ଆପଣଙ୍କୁ ଏହି କିନ୍ନରଙ୍କ ବିଷୟରେ କହିବା…

ଯେଉଁ କିନ୍ନରଙ୍କ ବିଷୟରେ ଆମେ ଆଜି କଥା ହେଉଅଛୁ ତାଙ୍କର ନାମ ମୋନିକା ଦାସ ଅଟେ। ସେ ବିହାରର ରାଜଧାନୀ ପାଟନାରେ ରୁହନ୍ତି। ସେ ପାଟନାର ଏକ ବ୍ଯାଙ୍କରେ କାମ କରନ୍ତି ଓ ୨୦୧୫ ମସିହାରେ ସେ ଇତିହାସ ରଚିଥିଲେ ଓ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ବ୍ଯାଙ୍କର ଭାବରେ ଦାୟିତ୍ଵ ସମ୍ଭାଳିଥିଲେ। ସେ ପିଠାସିନ ପଦାଧିକାରୀ ରୂପରେ ଏକ ବୁଥର ସମ୍ପୂର୍ଣ ଦାୟିତ୍ଵ ସମ୍ଭାଳିଥିଲେ। ମୋନିକା ଦାସ ମୂଳତଃ ବିହାରରୁ ସମ୍ବନ୍ଧ ରଖନ୍ତି। ତାଙ୍କର ସ୍କୁଲର ପାଠପଢା ନବୋଦୟ ବିଦ୍ୟାଳୟ ବିହାରରୁ ହୋଇଛି। ସେ କଲେଜର ଶିକ୍ଷା ପାଟନା କଲେଜରେ ଗ୍ରାଜୁଏସନ ପୂରଣ କରିଛନ୍ତି। ମୋନିକା ପାଟନା ବିଶ୍ୱବିଦ୍ୟାଳୟରେ ଏଲଏଲବିର ଡିଗ୍ରୀ ମଧ୍ୟ ହାସିଲ କରିଛନ୍ତି। ଯେଉଁଥିରେ ସେ ଗୋଲ୍ଡ ମେଡାଲ ପାଇଛନ୍ତି। ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ଓ ତାଙ୍କର ଏହି ସୁନ୍ଦରତା ଯୋଗୁଁ Beauty Pageant for Transgenders ର ଟାଇଟଲ ମଧ୍ୟ ଜିତିଛନ୍ତି।

ମୋନିକା ଏକ କିନ୍ନର ସହିତ ନିଜର ଜୀବନକୁ ଭଲ ଭାବରେ ବଞ୍ଚିଥାନ୍ତି। ସେ ଲୋକଙ୍କ ପାଇଁ ଏକ ପ୍ରେରଣା ମଧ୍ୟ। ମୋନିକାଙ୍କ ନାମ ପ୍ରଥମେ ଗୋପାଳ ଥିଲା, କିନ୍ତୁ ପରେ ସେ ଅନୁଭବ କରିଲେକି ତାଙ୍କ ମଧ୍ୟରେ ମହିଳାଙ୍କର ଲକ୍ଷଣ ଅଛି। ଏଥିପାଇଁ ସେ ଝିଅଙ୍କ ମଧ୍ୟରେ ରହିବାର ପସନ୍ଦ କରିଲେ। ତାଙ୍କର ଘର ଲୋକଙ୍କୁ ଯେତେବେଳେ ଜଣାପଡିଥିଲା ତାଙ୍କର ଘର ଲୋକ ତାଙ୍କ ଠାରୁ ଦୂରେଇ ରହୁଥିଲେ। କିନ୍ତୁ ଏହି ବିପଦ ସମୟରେ ତାଙ୍କର ପିତା ସମର୍ଥନ କରିଥିଲେ। ଯେତେବେଳେ ସେ ଏହି କଥା ସାମ୍ନାକୁ ଆସିଲାକି ଗୋପାଳ ଏକ ସାମାନ୍ୟ ପୁଅ ନୁହନ୍ତି ସେତେବେଳେ ଘର ଭିତରେ ଭେଦଭାବର ମାହୋଲ ଦେଖାଗଲା।

ମୋନିକାଙ୍କ ପିତା ଯେଉଁ ଉତ୍ସାହ ଓ ହିମ୍ମତ ଦେଇଛନ୍ତି ତାହା ପ୍ରଶଂସନୀୟ ଅଟେ। ମୋନିକା କୁହନ୍ତିକି ପିତା କହିଥିଲେକି ମୋର ପ୍ରତ୍ୟେକ ପିଲାଙ୍କୁ ଏକ ସମାନ ଶିକ୍ଷା ଦିଆଯିବ। ତାଙ୍କର ପିତା କହିଥିଲେକି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଲେ ଲୋକଙ୍କ ମୁଁହ ଆପେ ଆପେ ଚୁପ ହୋଇଯିବ। ଓ ଏମିତି ମଧ୍ୟ ହୋଇଥିଲା। ମୋନିକା ପଢ଼ି ଲେଖି କାମ କରିଲେ ଓ ବର୍ତ୍ତମାନ ଚାକିରି କରି ବହୁତ ନାମ କରୁଛନ୍ତି।

ମୋନିକା ଦାସ ନିଜର କିନ୍ନର ହେବାକୁ ନେଇ କୁହନ୍ତିକି, ସମାଜର ଯେଉଁ ମାପଦଣ୍ଡ ଅଛି ସେହି କାରଣରୁ ଆମେ ନିଜର ପରିଚୟକୁ କାହିଁକି ହରାଇବୁ। ସେ ଆଗକୁ ହସି କହିଲେକି,” ମୁଁ ଏହାକୁ ମୋର ବିଜୟ ନୁହେଁ ବରଂ ଟ୍ରାନ୍ସଜେଣ୍ଡର ସମୁଦାୟର ବିଜୟ ମାନେ। ମୁଁ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ଲୋକଙ୍କର ନଜରିଆ ପରିବର୍ତ୍ତନ କରିବାକୁ ଚାହେଁ। ଆଜି ମଧ୍ୟ ଏମିତି ଅନେକ ଟ୍ରାନ୍ସଜେଣ୍ଡର ଅଛନ୍ତି, ଯେଉଁମାନଙ୍କୁ ସମାଜରେ ଅଣଦେଖା କରାଯିବା କାରଣରୁ ସାମ୍ନାକୁ ଆସିବାକୁ ହିମ୍ମତ କରନ୍ତି ନାହିଁ। ସେହି ମାନଙ୍କୁ ମୋର ସଫଳତା ନିହାତି ପ୍ରୋତ୍ସାହନ କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *