ବାପା ଚରାଉ ଥିଲେ ଗାଈ ଛେଳି, ୮ଜଣ ଝିଅ ହେଲେ ନେସନାଲ ପ୍ଲେୟର, ୫ଜଣ ପୋ-ଲି-ସ କନେଷ୍ଟବଳ,ଜାଣନ୍ତୁ ଏମାନଙ୍କର ସଫଳତାର ରହସ୍ୟ

ଆଜିର ସମୟରେ ପୁଅ ଏବଂ ଝିଅ ଦୁହେଁ ସମାନ ହୋଇଥାନ୍ତି | ଝିଅମାନେ ବର୍ତ୍ତମାନ ସବୁ କ୍ଷେତ୍ରରେ କାମ କରି ଦେଶ ଏବଂ ପରିବାରର ନାଁ ଉଜ୍ଜ୍ୱଳ କରୁଛନ୍ତି | ସେମାନେ ମଧ୍ୟ ପୁଅମାନଙ୍କ ଠାରୁ କମ ନୁହଁନ୍ତି | ବରଂ କିଛି ମାମଲାରେ ପୁଅମାନଙ୍କଠାରୁ ମଧ୍ୟ ଅଧିକ ଟ୍ୟାଲେଣ୍ଟେଡ ଅଟନ୍ତି | ବର୍ତ୍ତମାନ ରାଜସ୍ଥାନର ଚୁରୁ ଜିଲ୍ଲାର ଏକ ଗାଁର ଏହି ୮ଜଣ ଝିଅଙ୍କୁ ହିଁ ନିଅନ୍ତୁ | ଏହି ୮ଜଣ ଝିଅ ଗୋଟିଏ ପରିବାରର ଝିଅ ଅଟନ୍ତି ଏବଂ ସମସ୍ତେ ନେସନାଲ ପ୍ଲେୟର ଅଟନ୍ତି |

କୌତୁହଳର କଥା ଏହା ଯେ ଏହି ସଫଳତା ପର୍ଯ୍ୟନ୍ତ ପହଂଚିବାରେ ସେମାନଙ୍କୁ କୌଣସି ସୁଖସୁବିଧା କିମ୍ବା ପ୍ରଶିକ୍ଷଣକୁ କୌଣସି ଆର୍ଥିକ ସହାୟତା ମିଳିନାହିଁ | ବରଂ ତାଙ୍କ ବାପା ହିଁ ସେମାନଙ୍କୁ ଏତେ ବାଟରେ ପହଞ୍ଚାଇଛନ୍ତି | ଏହି ୮ଜଣ ଝିଅ ଗୋଟିଏ ପରିବାରର ତିନି ଭାଇଙ୍କ ଝିଅ ଅଟନ୍ତି |

ଗାଁ ଲୋକମାନେ ନିଜ ଅଂଚଳର ଏହି ଝିଅମାନଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି | ଏହି ଝିଅମାନେ ଆଥେଲେଟିକ୍ସରେ ନାମ କରି ଗାଁର ଅନ୍ୟ ଝିଅମାନଙ୍କର ମଧ୍ୟ ମନୋବଳ ବଢ଼ାଇଛନ୍ତି | ବର୍ତ୍ତମାନ ଏହି ଝିଅମାନେ ସରକାରୀ ଚାକିରୀ କରି ସମାଜସେବା କରୁଛନ୍ତି | ତେବେ ଚାଲନ୍ତୁ ଜଣ ଜଣ କରି ଆମେ ଆପଣଙ୍କୁ ଏହି ପ୍ରେରଣାଦାୟକ ଝିଅମାନଙ୍କ ସହିତ ପରିଚିତ କରାଇବୁ |

ସରୋଜ : ୩୦ ଟି ଗୋଲଡ ମେଡାଲ ଜିତି କରିଛନ୍ତି ଗାଁର ନାମ ଆଲୋକିତ :-

ନେସନାଲ ପ୍ଲେୟର ସରୋଜ ଦେଵକରଣ ଚୌଧୁରୀଙ୍କ ଝିଅ ଅଟନ୍ତି | ତାଙ୍କ ବାପା ଗାଈ ବାଛୁରୀ ଚରାଇ ଥାନ୍ତି ଏବଂ ଏହାସହିତ ଚାଷ କରନ୍ତି | ସରୋଜ ପୋଷ୍ଟ ଗ୍ରାଜୁଏଟ ଅଟନ୍ତି | ସେ ରାଜସ୍ଥାନରେ ପୋଲିସ କନେଷ୍ଟବଳ ଭାବରେ କାମ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ସେ ଷ୍ଟେଟ ଲେଭଲ କମ୍ପିଟିସନରେ ୩୦ରୁ ଅଧିକ ଗୋଲଡ ମେଡାଲ ଜିତିଛନ୍ତି | ସେ ଗତ ଦଶବର୍ଷ ଠାରୁ ଖେଳରେ ଆକ୍ଟିଭ ଅଛନ୍ତି |

ସୁମନ : ନେସନାଲ ଲେଭଲ ଆଥଲେଟିକ୍ସ :-

ଦେଵକରଣ ଚୌଧୁରୀଙ୍କ ଦ୍ୱିତୀୟ ଝିଅର ନାମ ସୁମନ ଚୌଧୁରୀ ଅଟେ | ସେ ସରୋଜଙ୍କଠାରୁ ବୟସରେ ବଡ଼ ଅଟନ୍ତି | ସେ ଜଣେ ଏମଏ ପାସଆଉଟ ଅଟନ୍ତି | ସେ ନେସନାଲ ଲେଭଲ ପର୍ଯ୍ୟନ୍ତ ଆଥଲେଟିକ୍ସରେ ନିଜର ଟ୍ୟାଲେଣ୍ଟ ଦେଖାଇଛନ୍ତି |

କମଲେଶ : ପୋ-ଲି-ସ କନେଷ୍ଟବଳ ଏବଂ 6 ଟାଇମ୍ସ ଷ୍ଟେଟ ଲେଭଲ ମେଡାଲ ଜିତିଛନ୍ତି :-

ଦେଵକରଣ ଚୌଧୁରୀଙ୍କ ତୃତୀୟ ଝିଅର ନାମ କମଲେଶ ଚୌଧୁରୀ ଅଟେ | ସେ ଜଣେ ଗ୍ରାଜୁଏଟ ଅଟନ୍ତି | ସେ ଷ୍ଟେଟ ଏବଂ ନେସନାଲ ଲେଭଲର ଖେଳାଳି ଅଟନ୍ତି | ଷ୍ଟେଟ ଲେଭଲରେ ସେ ୬ଥର ମେଡାଲ ଜିତିଛନ୍ତି | ବର୍ତ୍ତମାନ ସେ ପୋ-ଲି-ସ କନେଷ୍ଟବଳ ହୋଇ ସମାଜକୁ ନିଜ ସେବା ଦେଉଛନ୍ତି |

କୈଳାଶ କୁମାରୀ : ସିଆଇଡି ସିବିରେ କନେଷ୍ଟବଳ :-

ନେସନାଲ ପ୍ଲେୟର କୈଳାଶ ଶିଶୁପାଳ ଚୌଧୁରୀଙ୍କ ଝିଅ ଅଟେ | ସେ ଜଣେ ଗ୍ରାଜୁଏଟ ଅଟନ୍ତି | ନିଜ ଭଉଣୀମାନଙ୍କୁ ପରି ସେ ମଧ୍ୟ ନେସନାଲ ଲେଭଲ ପର୍ଯ୍ୟନ୍ତ ଖେଳିଛନ୍ତି | ବର୍ତ୍ତମାନ ସେ ସିଆଇଡି ସିବିରେ କନେଷ୍ଟବଳ ଅଛନ୍ତି |

ସୁଦେଶ : ଷ୍ଟେଟ ଲେଭଲ ପ୍ଲେୟର ଏବଂ ପୋଲିସ କନେଷ୍ଟବଳ :-

ଶିଶୁପାଳ ଚୌଧୁରୀଙ୍କ ଦ୍ୱିତୀୟ ଝିଅର ନାମ ସୁଦେଶ ଅଟେ | ସେ ଷ୍ଟେଟ ଲେଭଲରେ ଆଥଲେଟିକ୍ସର କମ୍ପିଟିସନରେ ଭାଗ ନେଇଥିଲେ | ବର୍ତ୍ତମାନ ସେ ପୋଲିସ କନେଷ୍ଟବଳ ଅଟନ୍ତି |

ନିଶା : ୨୦ ଟି ମେଡାଲ ଜିତିଥିବା ଝିଅ :-

ଶିଶୁପାଳ ଚୌଧୁରୀଙ୍କ ତୃତୀୟ ଝିଅର ନାମ ନିଶା ଅଟେ | ସେ ଏକ ସ୍ନାତକ ଉପାଧି ପାଇଥିବା ଝିଅ ଅଟନ୍ତି | ସେ ନେସନାଲ ପ୍ରତିଯୋଗିତାରେ ଭାଗ ନେଇଛନ୍ତି | ସେହିପରି ସେ ରାଜ୍ୟ ସ୍ତରରେ ୨୦ଟି ମେଡାଲ ଜିତି ନିଜ ପରିବାରର ନାମ ରଖିଛନ୍ତି |

ପୂଜା : ୫ ମେଡାଲ ବିଜେତା :-

ଶିଶୁପାଳ ଚୌଧୁରୀଙ୍କ ଚତୁର୍ଥ ଝିଅ ପୂଜା ଜଣେ ଗ୍ରାଜୁଏଟ ଅଟନ୍ତି | ସେ ଷ୍ଟେଟ ଲେଭଲ ପର୍ଯ୍ୟନ୍ତ ଖେଳି ସାରିଛନ୍ତି | ଏହି ସମୟରେ ସେ ୫ଟି ମେଡାଲ ନିଜ ନାମରେ କରି ପରିବାର ଏବଂ ଗାଁର ନାମ ଆଲୋକିତ କରିଛନ୍ତି |

ସୁମିତ୍ରା : ଆରଏସିରେ କନେଷ୍ଟବଳ ଏବଂ ୨ ମେଡାଲ ବିଜେତା :-

ରାମସ୍ୱରୂପ ଚୌଧୁରୀଙ୍କ ଝିଅ ସୁମିତ୍ରା ଜଣେ ବିଏଡ଼ ପାସ ଅଟନ୍ତି | ସେ ଷ୍ଟେଟ ଲେଭଲ ପ୍ଲେୟର ଅଟନ୍ତି | ସେ ଦୁଇଟି ମେଡାଲ ଜିତିଛନ୍ତି | ବର୍ତ୍ତମାନ ସେ ଆରଏସିରେ କନେଷ୍ଟବଳ ଭାବରେ କାମ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *