ଝିଅର ଗୋଡ଼ ଦିବ୍ୟାଙ୍ଗ, ଆଉ ପୁଅ ଦେଖି ପାରେନାହିଁ, ବଲିଉଡ ଫିଲ୍ମରେ ମଧ୍ୟ ଦେଖିନଥିବେ ଏମିତି ପ୍ରେମ କାହାଣୀ,ଜାଣନ୍ତୁ ଏମାନଙ୍କ ପ୍ରେମ କାହାଣୀ

ସତ ପ୍ରେମ ତାହା ଅଟେ ଯେଉଁଠି ଆପଣ ସାମ୍ନା ଲୋକଙ୍କର ଅଭାବକୁ ନିଜର କରି ଅର୍ଥହୀନ ଭାବରେ ବହୁତ ପ୍ରେମ କରନ୍ତି। ଅଭାବ ସମସ୍ତଙ୍କ ମଧ୍ୟରେ ଥାଏ। କିନ୍ତୁ ଏହି ଅଭାବ ସହିତ ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ଖାସିୟତ ମଧ୍ୟ ଥାଏ। ଏହି ଜିନିଷ ଆପଣଙ୍କୁ ସାମ୍ନା ଲୋକଙ୍କ ସହ ପ୍ରେମ କରିବାକୁ ବାଧ୍ୟ କରିଦିଏ। ଆପଣ ପ୍ରେମର ବହୁତ କାହାଣୀ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ପେଶାଲ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ବଲିଉଡ ଫିଲ୍ମରେ ମଧ୍ୟ କେବେ ଦେଖିନଥିବେ।

ଏହି ଅଜବ ପ୍ରେମର ଗଜବ କାହାଣୀ ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ଅଟେ। ଏଠାରେ ଜଣେ ଦିବ୍ୟାଙ୍ଗ ଝିଅ ନିଜର ଦିବ୍ୟାଙ୍ଗ ପ୍ରେମୀଙ୍କୁ ପାଇବା ପାଇଁ ୧୧ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଲେ। ସେ ନିଜର ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ନିଜର ଜୀବନ ଲଗାଇଦେଲେ। ଅନ୍ତରେ ତାଙ୍କର ସଚ୍ଚୋଟ ପ୍ରେମ ଜିତିଗଲା। ବାସ୍ତବରେ ଆମେ ଯେଉଁ ପ୍ରେମିକାଙ୍କ ବିଷୟରେ କଥା ହେଉଛୁ ଦୁଇଜଣଯାକ ଗୋଡ଼ରୁ ଦିବ୍ୟାଙ୍ଗ ଅଟନ୍ତି। ତାଙ୍କର ପ୍ରେମୀ ଆଖିରେ ଦେଖିପାରନ୍ତି ନାହିଁ।

ଝିଅ ଭୋପାଳର ଏକ ସରକାରୀ ବିଭାଗରେ ଚାକିରି କରନ୍ତି। ତାଙ୍କର ପ୍ରେମୀ ବେରୋଜଗାର ଅଟନ୍ତି। ପ୍ରେମୀଙ୍କର ଜିଦ ଥିଲାକି ଯେତେ ପର୍ଯ୍ୟନ୍ତ ସେ ଚାକିରି କରିନାହାନ୍ତି ସେତେ ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ। ତାଙ୍କର ଏହି ଜିଦ ସମ୍ପର୍କ ମଧ୍ୟରେ ଦୂରତା ବଢ଼ାଇଦେଲା। ଏହାପରେ ଦୁଇଜଣ ଅଲଗା ହୋଇଯାଇଥିଲେ। କିନ୍ତୁ ବର୍ତ୍ତମାନ ୧୧ବର୍ଷ ପରେ ପ୍ରେମିକାଙ୍କର ଚେଷ୍ଟା ଓ ପ୍ରେମ କାରଣରୁ ଦୁଇଜଣ ପୁଣିଥରେ ଏକ ହୋଇଗଲେ।

ପୁଅ ଓ ଝିଅର ପ୍ରେମର ଆରମ୍ଭ କଲେଜରେ ଏକ ସାଥୀରେ ପଢୁଥିବା ବେଳେ ଆରମ୍ଭ ହୋଇଥିଲା। ପ୍ରଥମ ଉଭୟଙ୍କ ମଧ୍ୟରେ ମିତ୍ରତା ହୋଇଥିଲା ଓ ତାପରେ ଦୁଇଜଣ ପରସ୍ପରଙ୍କୁ ପସନ୍ଦ କରିବାକୁ ଲାଗିଲେ। ଏହି ସମୟରେ ପ୍ରେମିକା ସରକାରୀ ଚାକିରି ପାଇଁ ପ୍ରତିଯୋଗୀ ପରୀକ୍ଷା ଦେଇଛନ୍ତି ଓ ଚାକିରି ଭୋପାଳରେ ଲାଗିଗଲା। ଏହାପରେ ସେ ଭୋପାଳରେ ରହିବାକୁ ଲାଗିଲେ। ସେ ତାଙ୍କର ପ୍ରେମୀଙ୍କୁ କହିଲେକି ତାଙ୍କୁ ବିବାହ କରି ସାଥୀରେ ରହିବାକୁ ଅଫର ଦେଇଥିଲେ କିନ୍ତୁ ସ୍ଵାଭିମାନୀ ହୋଇଥିବା ଯୋଗୁଁ ପ୍ରେମୀ କହିଲେକି ଯେତେ ପର୍ଯ୍ୟନ୍ତ ସେ ଚାକିରି ନକରିବେ ସେତେ ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ।

ସମୟ ବିତି ଚାଲିଲା। ଦୁଇଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା। ଏମିତିରେ ୧୧ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗୁଥିବା ସମୟରେ ଝିଅଜଣକ ଶେଷ ଚେଷ୍ଟା କରିଲେ। ସେ ପରିବାର ପରାମର୍ଶ କେନ୍ଦ୍ର ପହଞ୍ଚି ନିଜର କାହାଣୀ ଶୁଣାଇଲେ। ଏହାପରେ ମହିଳା ସେଲ ଷ୍ଟାଫ ଓ ସାମାଜିକ କାର୍ଯ୍ୟକର୍ତ୍ତା ତାଙ୍କର ପ୍ରେମୀଙ୍କୁ ଡାକିଲେ ଓ ତାଙ୍କର ଭ୍ରମକୁ ସୁଧାରିଲେ। ଏହାପରେ ପୁଅ ବିବାହ ପାଇଁ ରାଜି ହୋଇଗଲେ। ଦୁଇ ପରିବାରଙ୍କର ସହମତିରେ ଜୁନ ମାସ ୨୮ ତାରିଖରେ ଆର୍ଯ୍ୟ ସମାଜର ରୀତିନୀତିରେ ବିବାହ କରିଲେ।

ଡିଏସପି ପଲବି ଗୌର ମଧ୍ୟ ଏହି ପ୍ରେମ କାହାଣୀର ଚର୍ଚ୍ଚା କରି କହିଲେକି ପୁଅ ନିଜର ସ୍ୱାଭିମାନ ଯୋଗୁଁ ଝିଅକୁ ବିବାହ କରିନଥିଲା। ସେ କହିଥିଲେକି ସେ ବେରୋଜଗାର ଅଟନ୍ତି, ପରିବାରର ଖର୍ଚ୍ଚ କିପରି ବହନ କରିବେ। ସେ ତାଙ୍କ ପ୍ରେମିକାଙ୍କର ଚାକିରିରେ ଖୁସି ମଧ୍ୟ ଥିଲେ। ପ୍ରେମିକା ତାଙ୍କୁ କହିଥିଲେକି ମୁଁ ଚାକିରି କରୁଛି, ତୁମେ ମୋତେ କେବଳ ବିବାହ କରିନିଅ, କିନ୍ତୁ ପୁଅର ଜିଦ ଥିଲାକି ତାଙ୍କର ଚାକିରି ହେଲା ପରେ ସେ ବିବାହ କରିବେ। ପରେ ପରିବାର ପରାମର୍ଶ କେନ୍ଦ୍ର ଦ୍ବାରା ବୁଝାଯିବାରୁ ପୁଅ ମାନିଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *