୮୨ ବର୍ଷୀୟ ବୃଦ୍ଧଙ୍କୁ ମିଳିଲା ନିଜର ପ୍ରଥମ ପ୍ରେମ, ତେଣୁ କହିଲେ-ରାମ ଜୀଙ୍କ ରାଣ, ମତେ ଏପରି ଲାଗୁଛି ଯେପରି ମୁଁ ୨୧ ବର୍ଷର…..

ବର୍ତ୍ତମାନ ଏପରି ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହା ଖୁବ ଭାଇରଲ ହେଉଛି ଏବଂ ଯେଉଁଥିରେ ଜଣେ ୮୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କୁ ୫୦ ବର୍ଷ ପରେ ତାଙ୍କ ପ୍ରେମିକା ଫୋନ କରିଛନ୍ତି | ଏପରି ପରିସ୍ଥିତିରେ ସେହି ବୃଦ୍ଧ ପ୍ରେମିକ କହିଛନ୍ତି ଯେ – ରାମ ଜୀଙ୍କ ରାଣ, ମତେ ଏପରି ଲାଗୁଛି ଯେପରି ମୁଁ ୨୧ ବର୍ଷର ହୋଇଯାଇଛି |

କେହି ଜଣେ ଠିକ କହିଛନ୍ତି ଯେ ମଣିଷ ଲକ୍ଷେ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ନିଜର ପ୍ରଥମ ପ୍ରେମକୁ କେବେ ହେଲେ ଭୁଲିପାରେ ନାହିଁ | ଆଜିକାଲି ସୋସିଆଲ ମିଡିଆରେ ରାଜସ୍ଥାନର ୮୨ ବର୍ଷୀୟ ବୃଦ୍ଧଙ୍କ ପ୍ରେମ କାହାଣୀ ପୁଣିଥରେ ଏହି କଥା କୁ ଚରିତାର୍ଥ କରୁଛି, ଯାହାଙ୍କର ପ୍ରଥମ ପ୍ରେମିକା ୫୦ ବର୍ଷ ପରେ ଅଷ୍ଟ୍ରେଲିଆରୁ ଫୋନ କରିଛନ୍ତି |

ଏପରି ପରିସ୍ଥିତିରେ ଲୋକମାନଙ୍କର ସେହି ଲାଇନ ମଧ୍ୟ ସତ ହୋଇଗଲା ଯେ ପ୍ରେମର କୌଣସି ବୟସ ନଥାଏ | ତେବେ ଆଜିର କାହାଣୀ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ କି ୩୦ ବର୍ଷ ବୟସରେ ପ୍ରେମ କରୁଥିଲେ, କିନ୍ତୁ ୫୦ ବର୍ଷ ପରେ ପ୍ରେମିକାଙ୍କ କଲ ଆସିଲା | ଆଜ୍ଞା ହଁ, ଏହି ଲଭ ଷ୍ଟୋରି ହେଉଛି ଜଣେ ୮୨ ବର୍ଷ ବୟସ୍କ ଗେଟ କିପରଙ୍କର ଅଟେ | ଯିଏକି ନିକଟରେ ତାଙ୍କର ଏକ ପ୍ରେମ କାହାଣୀ ସେୟାର କରିଛନ୍ତି | ରାଜସ୍ଥାନର ଥାରର କୁଲଧରାର ବାସିନ୍ଦା ଏହି ବ୍ୟକ୍ତି ପ୍ରେମର ଗଭୀରତା ବିଷୟରେ ବୁଝାଇଛନ୍ତି | କୁହାଯାଉଛି ଯେ ସେ କହିଛନ୍ତି ଯେ, ମୁଁ ୩୦ ବର୍ଷର ଥିଲି, ଯେତେବେଳେ ପ୍ରଥମଥର ମୁଁ ମାରିଆଙ୍କ ସହିତ ଦେଖା କରିଥିଲି | ସେ ଅଷ୍ଟ୍ରେଲିଆରୁ ଜୈସେଲମେର ଆସିଥିଲେ | ମରୁଭୂମି ଯାତ୍ରା ପାଇଁ | ସେ ୫ ଦିନିଆ ଯାତ୍ରାରେ ଥିଲେ ଏବଂ ମୁଁ ତାଙ୍କୁ ଓଟ ଚଲାଇବାକୁ ଶିଖାଇଥିଲି | ଏହି କଥାଟି ୧୯୭୦ ମସିହାର ଅଟେ | କେବଳ ଏତିକି ନୁହେଁ, ସେ ଆଗକୁ କହିଛନ୍ତି ଯେ, ” ସେତେବେଳେ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇ ଯାଉଥିଲା |”

ଏହାସହିତ ସେ ଆଗକୁ କହିଛନ୍ତି, ” ଏହା ଆମ ଦୁହିଁଙ୍କ ମଧ୍ୟରେ ପ୍ରଥମ ଦେଖାରେ ପ୍ରେମ ହୋଇଥିଲା | ଅଷ୍ଟ୍ରେଲିଆରୁ ଫେରିବା ପୂର୍ବରୁ ସେ ମୋ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ | ଆଇ ଲଭ ୟୁ କହିଲେ, କିନ୍ତୁ ସେ କିଛି କହିପାରିଲେ ନାହିଁ | କିନ୍ତୁ, ସେ ତାଙ୍କର ଫିଲିଙ୍ଗକୁ ବୁଝିଥିଲେ | ସେ ଅଷ୍ଟ୍ରେଲିଆ ଯିବା ପର୍ଯ୍ୟନ୍ତ ଆମେ ନିରନ୍ତର ସମ୍ପର୍କରେ ରହିଥିଲୁ | କିଛି ଦିନ ପରେ ସେ ଅଷ୍ଟ୍ରେଲିଆକୁ ଡାକିଲେ | ସେଠାକୁ ଯିବା କମ ଖର୍ଚ୍ଚର ମାମଲା ନଥିଲା | ଏଭଳି ପରିସ୍ଥିତିରେ ମୁଁ ମୋ ପରିବାରକୁ ନ ଜଣାଇ ୩୦ ହଜାର ଟଙ୍କା ଲୋନ କରିଥିଲି | ଆମେ ଅଷ୍ଟ୍ରେଲିଆ ଚାଲିଗଲୁ ଏବଂ ସେଠାରେ ୩ ମାସ ରହିଲୁ |

ସେ ଆଗକୁ କହିଛନ୍ତି, ସେହି ୩ ମାସ ଚମତ୍କାର ଥିଲା | ସେ ମୋତେ ଇଂରାଜୀ ଶିଖାଇଲେ | ମୁଁ ତାଙ୍କୁ ଘୁମର ଶିଖାଇଲି | ଏହା ପରେ ସେ ବିବାହ କରି ଅଷ୍ଟ୍ରେଲିଆରେ ରହିବାକୁ କହିଥିଲେ | କିନ୍ତୁ, ଏଠାରେ ଜିନିଷ ଜଟିଳ ହୋଇଗଲା | ମୁଁ ଭାରତ ଛାଡିପାରି ନଥିଲି ଏବଂ ସେ ଭାରତରେ ରହିବାକୁ ପ୍ରସ୍ତୁତ ନଥିଲେ | ତାପରେ ଭାରି ହୃଦୟ ସହିତ ଦୁହେଁ ନିଜ ରାସ୍ତାରେ ଚାଲିଗଲୁ | ଘରକୁ ଫେରିବା ପରେ ମୁଁ ପାରିବାରିକ ଚାପରେ ବିବାହ କଲି ଏବଂ ଏକ ଗେଟ କିପରର ଚାକିରୀ କରିବାକୁ ଲାଗିଲି, କିନ୍ତୁ ମରିନାଙ୍କ କଥା ସବୁବେଳେ ମନେପଡ଼ୁଥିଲା | କ’ଣ ସେ ବିବାହ କରିଥିବେ ? କଣ ମୁଁ ତାଙ୍କୁ ଆଉଥରେ ଦେଖିପାରିବି ? କିନ୍ତୁ, ମୋ ଭିତରେ ଏତେ ସାହସ ନଥିଲା ଯେ ମୁଁ ତାଙ୍କୁ କିଛି ଲେଖିଥାନ୍ତି |

ସମୟ ସହିତ ତାଙ୍କର ସ୍ମୃତି କ୍ଷୀଣ ହୋଇଗଲା | ପୁଅ ବଡ ହୋଇଯାଇଛି | ୨ ବର୍ଷ ପୂର୍ବେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା | ବର୍ତ୍ତମାନ ତାଙ୍କୁ ୮୨ ବର୍ଷ ବୟସ ହୋଇଛି | କିନ୍ତୁ, ବର୍ତ୍ତମାନ ଜୀବନ ତାଙ୍କୁ ପୁଣି ଥରେ ଆଶ୍ଚର୍ଯ୍ୟ କରିଦେଇଛି | ୧ ମାସ ପୂର୍ବରୁ ମରିନା ତାଙ୍କୁ ଏକ ଚିଠି ଲେଖିଥିଲେ | କିପରି ଅଛ ମୋ ବନ୍ଧୁ ?

୫୦ ବର୍ଷ ପରେ ସେ ମୋତେ ପାଇଗଲେ | ସେବେଠାରୁ ସେ ତାଙ୍କୁ ପ୍ରତିଦିନ କଲ କରନ୍ତି | ଉଭୟ ପରସ୍ପରକୁ ଭେଟିବାକୁ ଆଗ୍ରହୀ ଅଛନ୍ତି | ମରିନା ତାଙ୍କୁ କହିଥିଲେ ଯେ ସେ କେବେ ବି ବିବାହ କରିନାହାଁନ୍ତି | ସେ ପ୍ଲାନ କରୁଛନ୍ତି ଯେ ସେ ଶୀଘ୍ର ଭାରତ ଆସିବେ | ସେ କହିଚାହଁନ୍ତି ରାମଜୀଙ୍କ ରାଣ ! ମତେ ଲାଗୁଛି ଯେପରି ମୁଁ ୨୧ ବର୍ଷର ହୋଇଯାଇଛି | ଏପରି ପରିସ୍ଥିତିରେ, ସତରେ ପ୍ରେମର ଏହି କାହାଣୀ ୮୨ ବର୍ଷ ବୟସରେ ମଧ୍ୟ ୨୧ ବର୍ଷ ହୋଇଥିବାର ଦେଖାଯାଏ | କୁହାଯାଉଛି ଯେ ଏହି କାହାଣୀଟି ‘ହ୍ୟୁମାନ ଅଫ ବମ୍ବେ’ ଦ୍ୱାରା ସେୟାର କରାଯାଇଛି | ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଏହି ଅନନ୍ୟ ପ୍ରେମ କାହାଣୀ ଆପଣଙ୍କୁ କିପରି ଲାଗିଲା, କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *