ମହିଳାଙ୍କ ପାଇଁ ରାମଵାଣ ସାବ୍ୟସ୍ତ ହେଉଛି କେନ୍ଦ୍ରର ଏହି ଯୋଜନା,ପ୍ରତିମାସରେ ମିଳୁଛି ମୋଟା ରକମର ଅର୍ଥ

ନୂଆଦିଲ୍ଲୀ:ଯେଉଁ ମହିଳାଙ୍କ ପାଖରେ ଟଙ୍କା ଅଛି ଓ ସେ ଟଙ୍କା ସୁରକ୍ଷିତ ଜମା କରି ଘରେ ବସି ଟଙ୍କା କମାଇବାକୁ ଚାହାନ୍ତି,ତେଵେ ପୋଷ୍ଟ ଅଫିସର ଏମ୍ଆଇଏସ୍(ମନ୍ଥଲି ଇନକମ ସ୍କିମ) ବହୁ ଜବରଦସ୍ତ ମାନାଯାଏ|ଏହି ଯୋଜନାରେ ଏଫଡିରେ ଭଲ ସୁଧ ମିଳେ ଟଙ୍କା ସୁରକ୍ଷିତ ରହେ|ମନ୍ଥଲି ରାଶି ଜମା ପରିମାଣ ଉପରେ ନିର୍ଭର କରେ|ଯଦି ଏହି ସ୍କିମରେ ୯ ଲକ୍ଷ ଟଙ୍କା ଜମା କରନ୍ତି,ତେଵେ ମାସିକ ପାଖାପାଖି ୫୦୦୦ ଟଙ୍କା ମିଳିବ|

ଲୋକମାନେ ନିଜର ସେଭିଂ ଟଙ୍କାକୁ ଅଲଗା ଅଲଗା ବ୍ଯାଙ୍କରେ ଲଗାଇଥାନ୍ତି|ଦେଖାଯାଏ ତ କେଉଁଥିରେ ସୁଧର ହାର କମ ତ କେଉଁଥିରେ ଅଧିକ|ମୋଟାମୋଟି ଭାବରେ ଏଫଡିରେ ଏତେ ସୁଧ ମିଳୁନାହିଁ ଯେତିକି ପୋଷ୍ଟ ଅଫିସର ଏମ୍ଆଇଏସରେ ମିଳୁଛି|ଏଵେ ଏହାର ଦର ୬.୬% ରହିଛି|ଏହା ଏକ ସରକାରୀ ସ୍ମଲ ସେଭିଂ ସ୍କିମ ଅଟେ,ଯାହା ନିବେଶକଙ୍କୁ ମାସିକ କମାଇ‌ ଦେଇଥାଏ|

ଏହି ସ୍କିମ ଅନ୍ତର୍ଗତ ଏକାଉଣ୍ଟରେ ସିଙ୍ଗଲ ବା ଜଏଣ୍ଟ ଏକାଉଣ୍ଟ୍ ଅନ୍ତର୍ଗତ ଏକ ରାଶି ଜମାକରାଯାଏ|ସେହି ହିସାବରେ ଆପଣଙ୍କ ଖାତାରେ ମାସିକ ସୁଧ ମିଳିବ|ଏହା ଯେହେତୁ ପୋଷ୍ଟ ଅଫିସ ସ୍କିମ ଓ ସରକାରୀ ଯୋଜନା ତେଣୁ ଟଙ୍କା ୧୦୦% ସୁରକ୍ଷିତ|

ଯେଉଁ ଲୋକମାନେ ନିଜର ଟଙ୍କାକୁ ଏଫଡିରେ ଲଗାଇଛନ୍ତି ଓ ସେଥିରେ ଆସୁଥିବା ସୁଧରେ ପରିବାର ପ୍ରତିପୋଷଣ କରୁଛନ୍ତି,ସୁଧ ଦର ଖସିବା ଫଳରେ ତାଙ୍କ ବହୁତ ଅସୁବିଧା ହେଉଛି|ଏମିତିରେ ଏହି ଯୋଜନା ରାମଵାଣ|ବହୁତ ମହିଳା ଏପରି ଘର ଚଳାଉଛନ୍ତି|ସେ ଏଥିରେ ନିବେଶ କଲେ ମାସିକ ଆୟ ସହ ଵଲ ରିଟର୍ଣ ମଧ୍ୟ ମିଳିବ|

ଏହି ସ୍କିମରେ ଲକିଙ୍ଗ ପିରିୟଡ଼ ୫ ବର୍ଷ ରହିଛି|ଏହାକୁ ୫-୫ ଵର୍ଷ ବଢାଯାଇପାରେ|ଏଥିରେ ଏକ ଏକାଉଣ୍ଟ୍ ଜରିଆରେ ସର୍ବାଧିକ ୪.୫ ଲକ୍ଷ ନିବେଶ କରାଯାଇପାରେ|ଯଦି ଜଏଣ୍ଟ ଏକାଉଣ୍ଟ୍ ତେଵେ ସର୍ବାଧିକ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ|ଏଥିପାଇଁ ଡାକଘରେ ସଞ୍ଚୟ ଖାତା ଖୋଲିବା ଆବଶ୍ୟକ|

ମାନିନିଅନ୍ତୁ ଆପଣ ଜଏଣ୍ଟ ଏକାଉଣ୍ଟ୍ ଖୋଲି ସେଥିରେ ୯ ଲକ୍ଷ ଟଙ୍କା ଡିପୋଜିଟ୍ କଲେ|ସେଥିରେ ବାର୍ଷିକ ୬.୬% ହାରରେ ବାର୍ଷିକ ୫୯୪୦୦ଟଙ୍କା ସୁଧ ମିଳିବ ଯାହା ମାସିକ ୪୯୫୦ ଟଙ୍କା ହେବ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *