ବିରାଟ କୋହଲିଙ୍କ ପାଇଁ ପାଗଳ ଏହି ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ, ଅନୁଷ୍କା ଶର୍ମାଙ୍କ ଠାରୁ ବହୁତ ସୁନ୍ଦର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ସାରା ଦୁନିଆ ପାଗଳ। କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ବିରାଟ କୋହଲିଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା କୋଟିରେ ଅଛି। ବିରାଟ କୋହଲି ନିଜର ଭଲ ଖେଳ ଓ ସାନଦାର ଅଧିନାୟକ ବଦଳରେ କ୍ରିକେଟ ଦୁନିଆରେ ରାଜ କରନ୍ତି। ଯାହାଙ୍କର ପ୍ରଦର୍ଶନ କିଛି ଏମିତି ରହିଛିକି ଆଜିର ସମୟର କେହିବି କ୍ରିକେଟର କୌଣସି ବଡ ମାମଲାରେ ମଧ୍ୟ ତାଙ୍କ ଆଖପାଖରେ ଦେଖାଯାଉନାହାନ୍ତି।

ଭାରତୀୟ ଅଧିନାୟକଙ୍କୁ ପସନ୍ଦ କରୁଥିବା ସୂଚୀରେ ଏକ ନାମ ଏକ ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀଙ୍କର ମଧ୍ୟ ଅଛି। ବିରାଟଙ୍କୁ ଆମର ପୋଡଶୀ ଦେଶ ପାକିସ୍ତାନରେ ବହୁତ ପସନ୍ଦ କରାଯାଏ। ଦୁନିଆରେ ଅନେକ ଦେଶ ସହିତ ବିରାଟଙ୍କର ଲୋକପ୍ରୀୟତା ପାକିସ୍ତାନରେ ମଧ୍ୟ ଅଲଗା ପ୍ରକାର ଅଛି। ପାକିସ୍ତାନର କ୍ରିକେଟ ଦଳର ଦ୍ରୁତତମ ବୋଲର ହସନ ଅଲ୍ଲୀଙ୍କ ସ୍ତ୍ରୀ ମଧ୍ୟ ବିରାଟଙ୍କର ଦିୱାନୀ ଅଟନ୍ତି।

ହସନ ଅଲ୍ଲୀଙ୍କ ପତ୍ନୀ ଦେଖିବାକୁ କୌଣସି ସୁନ୍ଦରୀ ବଲିଉଡ ଅଦାକାରଠାରୁ କମ ନୁହନ୍ତି। ଜଣାଇଦେଉଛୁକି, ହସନ ଅଲ୍ଲୀଙ୍କ ପତ୍ନୀଙ୍କ ନାମ ଶାମିୟା ଆରଜୁ ଅଟେ ଓ ଶାମିୟା ଆରଜୁ ଭାରତର ଝିଅ ଅଟନ୍ତି। ଶାମିୟାଙ୍କ ବିବାହ ହସନ ଅଲ୍ଲୀଙ୍କ ସହ ଅଗଷ୍ଟ ୨୦୧୯ରେ ହୋଇଥିଲା। ଶାମିୟା ହରିୟାଣାର ନୁହ ଜିଲ୍ଲାରେ ରୁହନ୍ତି।

ପ୍ରାୟତଃ ସୋସିଆଲ ମିଡିଆରେ ହସନ ଅଲ୍ଲୀଙ୍କ ସ୍ତ୍ରୀ ଅର୍ଥାତ ଶାମିୟା ଆରଜୁ ଚର୍ଚ୍ଚାରେ ରୁହନ୍ତି। ସେ ଚର୍ଚ୍ଚାର ରହିବାର କାରଣ ହେଉଛି ତାଙ୍କର ସୁନ୍ଦରତା। ହସନ ଅଲ୍ଲୀଙ୍କ ସ୍ତ୍ରୀ ବିରାଟ କୋହଲିଙ୍କୁ ବହୁତ ପସନ୍ଦ କରନ୍ତି। ଶାମିୟା ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କର ବହୁତ ବଡ ପ୍ରଶଂସକ। ଶାମିୟାଙ୍କ ସ୍ବାମୀ ହସନ ଭାରତ ବିରୁଦ୍ଧରେ ଚମ୍ପିୟାନ୍ସ ଟ୍ରଫି, ଏସିୟା କପ ଓ ବିଶ୍ୱକପ ପରି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିସାରିଛନ୍ତି।

ଜଣାଇଦେଉଛୁକି, ହସନ ଅଲ୍ଲୀ ନୁହଁନ୍ତି, ତାଙ୍କ ବ୍ୟତୀତ ଅନ୍ୟ ଅନେକ କ୍ରିକେଟର ଭାରତର ଝିଅକୁ ବିବାହ କରିଛନ୍ତି ଏବଂ ସେମାନଙ୍କୁ ଭାରତର ଜ୍ବାଇଁ କୁହାଯାଏ। ୨୦୧୦ ମସିହାରେ ପାକିସ୍ତାନର ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ଶୋଏବ ମଲ୍ଲିକ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ଏଥିସହିତ ତାଙ୍କ ସମୟର ସର୍ବୋତ୍ତମ କ୍ରିକେଟର ମୋହସିନ୍ ଖାନ୍ ବଲିଉଡ ଅଭିନେତ୍ରୀ ରେନା ରୟଙ୍କୁ ବିବାହ କରିଥିଲେ, କିନ୍ତୁ ପରେ ଦୁହେଁ ଛାଡପତ୍ର ହୋଇ ସମ୍ପର୍କ ଶେଷ କରିଦେଇଥିଲେ।

ହସନ ଅଲ୍ଲୀଙ୍କ କ୍ରିକେଟ କ୍ୟାରିୟର…:-

୨୭ ବର୍ଷୀୟ ହସନ ଅଲ୍ଲୀ ପାକିସ୍ତାନର ଏକ ସାନଦାର ବୋଲର ଅଟନ୍ତି। ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟ କ୍ୟାରିୟର ବହୁତ ସାନଦାର ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହସନ ଅଲ୍ଲୀ ପାକିସ୍ତାନ ତରଫରୁ ୧୦୩ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଛନ୍ତି। ସେ ୧୮୮ଟି ୱିକେଟ ନେଇଛନ୍ତି। ୧୩ଟି ଟେଷ୍ଟ ମ୍ୟାଚରେ ତାଙ୍କ ନାମରେ ୫୭ଟି ୱିକେଟ ଅଛି। ୫୪ଟି ଦିନକିଆରେ ସେ ୮୩ଜଣ ବ୍ୟାଟ୍ସମ୍ୟାନଙ୍କର ଶିକାର କରିଛନ୍ତି। ଯେତେବେଳେକି ୩୬ଟି ଟି-୨୦ ମ୍ୟାଚରେ ହସନ ଅଲ୍ଲୀ ୪୮ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି।

ସେହିପରି ବିରାଟ କୋହଲିଙ୍କ କ୍ରିକେଟ କ୍ୟାରିୟର ବିଷୟରେ କହିଲେ ତାଙ୍କର କ୍ରିକେଟ କ୍ୟାରିୟର ରେକର୍ଡ଼ରେ ପରିପୂର୍ଣ। ସେ କ୍ରିକେଟ ପଡ଼ିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛନ୍ତି। ସେ ଭାରତର ତିନୋଟି ଯାକ ଫର୍ମାଟର ଅଧିନାୟକ ଅଟନ୍ତି। ସେ ଏହି ତିନୋଟି ଯାକ ଫର୍ମାଟରେ ସମୁଦାୟ ୨୨ହଜାରରୁ ଅଧିକ ରନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୪୩୬ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି। ତାଙ୍କ ନାମରେ ସମୁଦାୟ ୭୦ଟି ଶତକ ଅଛି। ଯାହାକି ସଚିନ ତେନ୍ଦୁଲକରଙ୍କ ପରେ ସାରା ଦୁନିଆରେ ସର୍ବାଧିକ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *