ଟି-୨୦ରେ ବ୍ୟାଟିଂ କରି ସୃଷ୍ଟି କରିଲେ ଆତଙ୍କ, ୧୭ଟି ଚୌକା-୧୭ଟି ଛକା ସାହାଯ୍ୟରେ ଦ୍ଵିଶତକ ପିଟିଥିବା ପ୍ରଥମ ଖେଳାଳି

ଟି-୨୦ କ୍ରିକେଟରେ ଏକ ଏମିତି ବ୍ୟାଟ୍ସମ୍ୟାନ ଯିଏ ନିଜର ବ୍ୟାଟିଂ ମାଧ୍ୟମରେ ଏମିତି ତାବାହୀ ଦେଖାଇଲେ କ୍ରିକେଟ ଦୁନିଆରେ ନୂଆ ଇତିହାସ ରଚିଦେଲେ। ଦିଲ୍ଲୀର ବ୍ୟାଟ୍ସମ୍ୟାନ ସୁବୋଧ ଭାଟି ଏକ କ୍ଲବ ବିରୁଦ୍ଧରେ ଖେଳି ୧୭ ଟି ଚୌକା, ୧୭ ଟି ଛକା ସାହାଯ୍ୟରେ ଟି-୨୦ ଇତିହାସରେ ଦ୍ଵିଶତକ ପିଟିଲେ।

ଦିଲ୍ଲୀ ଇଲେଭେନ ନ୍ୟୁ ତରଫରୁ ଖେଳି ଗୈରାଠୀ କ୍ରିକେଟ ଏକାଡେମୀର ଏହି ବ୍ୟାଟ୍ସମ୍ୟାନ ୭୯ ଟି ବଲରେ ୨୫୯ରୁ ଅଧିକ ଷ୍ଟ୍ରାଇକ ରେଟରେ ୨୦୫ ରନ ପିଟିଥିଲେ। ସୁବୋଧଙ୍କ ଏହି ସାନଦାର ବ୍ୟାଟିଂ ଯୋଗୁଁ ୨୦ ଭାରରେ ୨୫୬ ରନର ସ୍କୋର କରିଥିଲେ। ଖାସ କଥା ହେଉଛିକି ନିଜର ଇନିଙ୍ଗ୍ସରେ ସୁବୋଧ ୧୭୦ରନ ବାଉଣ୍ଡରୀ ପିଟି କରିଛନ୍ତି।

ସୁବୋଧ ଭାଟି ରଣଜୀ ଖେଳନ୍ତି। ସେ ଡୋମେଷ୍ଟିକ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସୁବୋଧ ଭାଟି ଟି-୨୦ କ୍ରିକେଟରେ ଦ୍ଵିଶତକ ଯୋଡିବାରେ ପ୍ରଥମ ଖେଳାଳି ହୋଇଗଲେ। କିନ୍ତୁ ଏହା କ୍ଲବ ଟୁର୍ଣ୍ଣାମେଣ୍ଟ ଥିଲା, କିନ୍ତୁ ସୁବୋଧଙ୍କ ଇନିଙ୍ଗ୍ସ ସାରା ଦୁନିଆରେ କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଥିଲା।

ଟି-୨୦ ଲିଗ ଆଇପିଏଲରେ ସବୁଠାରୁ ଅଧିକ ରନ କରିବାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ଅଛି। ସେ ୨୦୧୩ ମସିହାରେ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର(RCB) ତରଫରୁ ଖେଳି ପୁଣେ ୱାରିୟର୍ସ ବିରୁଦ୍ଧରେ ୬୬ ବଲରେ ୧୭୫ ରନ କରିଥିଲେ।

୩୦ ବର୍ଷ ସୁବୋଧ ଦିଲ୍ଲୀ ତରଫରୁ ୮ଟି ଫାର୍ଷ୍ଟ କ୍ଳାସ, ୨୪ଟି ଲିଷ୍ଟ-ଏ ଓ ୩୯ଟି ଟି-୨୦ ମ୍ଯାଚ ଖେଳିଛନ୍ତି। ଫାର୍ଷ୍ଟ କ୍ଳାସରେ ତାଙ୍କ ନାମରେ ୧୪୭ ରନ, ଲିଷ୍ଟ-ଏରେ ୧୩୨ ରନ ଓ ଟି-୨୦ରେ ୧୨୦ ରନ ଅଛି। ଏହା ବ୍ଯତୀତ ସେ ୧୦୩ଟି ୱିକେଟ ମଧ୍ୟ ନେଇଛନ୍ତି। ଫାର୍ଷ୍ଟ କ୍ଳାସରେ ତାଙ୍କ ନାମରେ ୧୯ଟି ୱିକେଟ, ଲିଷ୍ଟ-ଏରେ ୩୭ ଓ ଟି-୨୦ରେ ୪୭ଟି ୱିକେଟ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *