ପଇସା ଦେଖିବାମାତ୍ରେ ବ୍ୟକ୍ତିଜଣକ ଛାଡିଦେଲା ହାତରେ ଧରିଥିବା ସବୁ ଜିନିଷ, ତାପରେ ହେଲା ଏମିତି କିଛି, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | କିଛି ଭିଡିଓ ଭାବପ୍ରବଣ ହୋଇଥାଏ ତ ଆଉ କିଛି ଭିଡିଓ ଆମକୁ ଶିକ୍ଷା ଦେଇଥାଏ | ସେହିପରି ଆଉ କିଛି ଭିଡିଓକୁ ଦେଖି ଆମର ହସ କଣ୍ଟ୍ରୋଲ ହୋଇପାରେ ନାହିଁ | ଏପରି ଏକ ଭାଇରଲ ହେଉଥିବା ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ | ଏହି ଭିଡିଓ ଆପଣଙ୍କୁ ହସାଇବା ସହିତ ଜୀବନର ଏକ ବଡ଼ ଶିକ୍ଷା ମଧ୍ୟ ଦେବ |

ଲୋଭ ମଣିଷର ଶ-ତ୍ରୁ ଏବଂ ଖରାପ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି | ପିଲାଦିନରୁ ହିଁ ସ୍କୁଲଠାରୁ ନେଇ ଘରେ ଏହି ଶିକ୍ଷା ଦିଆଯାଇଥାଏ ଯେ କେବେ ବି କୌଣସି ଜିନିଷ ପାଇଁ ଲୋଭ କରିବା ଉଚିତ ନୁହେଁ | ଅନ୍ୟ ଜିନିଷକୁ ଲୋଭ କଲେ ଫାଇଦା କମ ଏବଂ ନିଜର କ୍ଷତି ଅଧିକ ହୋଇଥାଏ, ଏହି ଭିଡିଓ ଏହି କଥାକୁ ଭଲ ଭାବେ ବୁଝାଇ ଦେଇଥାଏ | ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଗୋଟିଏ ହାତରେ କୁକୁଡ଼ା ଏବଂ ଅନ୍ୟ ହାତରେ ଏକ ଜିନିଷ ପଲିଥିନ ଧରି ଚାଲି ଚାଲି ଆସୁଛନ୍ତି | ଅଚାନକ ରାସ୍ତାକଡ଼ରେ ଠିଆ ହୋଇଥିବା ଗୋଟିଏ ବାଇକର ଚକା ତଳେ ଗୋଟିଏ ନୋଟ ପଡିଥିବାର ଦେଖନ୍ତି | ପଇସା ଲୋଭରେ ସେହି ବ୍ୟକ୍ତି ନୋଟ ଉଠାଇବା ପାଇଁ ଯାନ୍ତି |

ତେବେ ସେହି ନୋଟଟି ଚକା ତଳେ ଚାପି ହୋଇ ରହିଥିଲା, ତେଣୁ ସେହି ବ୍ୟକ୍ତି ନିଜର ଜିନିଷପତ୍ରକୁ ତଳେ ରଖି ବାଇକ ଉଠାଇବାକୁ ଲାଗିପଡନ୍ତି | ଠିକ ସେତିକିବେଳେ ପଛ ଦୋକାନରୁ ଜଣେ ଯୁବକ ବାହାରକୁ ଆସେ ଏବଂ ବ୍ୟକ୍ତିଙ୍କ ଜିନିଷପତ୍ର ଏବଂ କୁକୁଡ଼ା ଉଠାଇ ନେଇଯାଏ | ବ୍ୟକ୍ତିଜଣକ ଆଗକୁ ବାଇକ ବଢାଇବା ମାତ୍ରେ ଯୁବକ ସେହି ନୋଟକୁ ଉଠାଇ ମଧ୍ୟ ନେଇ ପଳାଇଯାଏ | ଲୋଭ କରିବାର ଫଳାଫଳ ଏହା ହେଲା ଯେ ବ୍ୟକ୍ତିଙ୍କ ହାତରୁ ସେସବୁ ଜିନିଷ ମଧ୍ୟ ପଳାଇଯାଏ, ଯାହା ତାଙ୍କ ପାଖରେ ଆଗରୁ ଥିଲା |

ଦେଖନ୍ତୁ ଭିଡିଓ :-

ଏହି ମଜାଳିଆ ଭିଡିଓକୁ ଇନ୍ସଟାଗ୍ରାମରେ hepgul5 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓ ଲୋକଙ୍କୁ ଖୁବ ଭଲ ଲାଗୁଛି | ଲୋକମାନେ କେବଳ ଏହି ଭିଡିଓ କ୍ଲିପକୁ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଲୋକମାନେ କହୁଛନ୍ତି ଯେ ଲୋଭ କରିବାର ଫଳ ଏହା ହିଁ ହୋଇଥାଏ | ଏହି ମଜାଳିଆ ଭିଡିଓ ଦେଖି କେବଳ ମଜା ଲାଗିବନି ବରଂ ଏକ ବଡ଼ ଶିକ୍ଷା ମଧ୍ୟ ମିଳିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *