ଦେଖନ୍ତୁ ଏହି ଭିଡିଓ : ନାସା ସେୟାର କଲା ଆକାଶଗଙ୍ଗାର ଅଦ୍ଭୁତ ଦୃଶ୍ୟ, ଦେଖିବାପରେ ଲୋକେ ହେଲେ ମନ୍ତ୍ରମୁଗ୍ଧ

ନାସା ବିଷୟରେ ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ | ଯାହା ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କର ଗୋଟିଏ ଶାଖା ଅଟେ | ଏହି ଶାଖା ଦେଶର ସାର୍ବଜନୀନ ମହାକାଶ କାର୍ଯ୍ୟକ୍ରମ ଏବଂ ଏରୋନେଟିକ୍ସ ଏବଂ ଏରୋସ୍ପେସ ଅନୁସନ୍ଧାନ ପାଇଁ ଦାୟୀ ଅଟେ | କେବଳ ଏତିକି ନୁହେଁ, ଫେବୃଆରୀ ୨୦୦୬ ଠାରୁ ନାସାର ଲକ୍ଷ୍ୟ ବାକ୍ୟ ହେଉଛି “ଭବିଷ୍ୟତର ମହାକାଶ ଅନୁସନ୍ଧାନ, ବୈଜ୍ଞାନିକ ଆବିଷ୍କାର ଏବଂ ଏରୋନେଟିକ୍ସ ଅନୁସନ୍ଧାନ” କୁ ବଢାଇବା | ସେହିପରି ନାସାର ପୁରା ନାମ ହେଉଛି ନେସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ |

କେବଳ ସେତିକି ନୁହେଁ, ଆପଣ କଣ ଏପରି ଜଣେ ବ୍ୟକ୍ତି, ଯାହାକୁ ମହାକାଶ ସମ୍ବନ୍ଧୀୟ ସାମଗ୍ରୀ ପସନ୍ଦ ଅଟେ ? କଣ ଆପଣ ପ୍ରାୟତ ଇଣ୍ଟରନେଟରେ ଏପରି ଚିତ୍ର ଏବଂ ଭିଡିଓ ଖୋଜନ୍ତି, ଯାହା ଆମ ନୀଳ ଗ୍ରହ ଅର୍ଥାତ ପୃଥିବୀ ବାହାରେ ଥିବା ଦୁନିଆର ଝଲକ ଦେଖାଇଥାଏ | ଯଦି ଏପରି ଅଟେ, ତେବେ ଆପଣଙ୍କୁ ନାସା ଦ୍ୱାରା ସେୟାର କରାଯାଇଥିବା ସ୍ପିରାଲ ଆକାଶଗଙ୍ଗାର ଏହି ଭିଡିଓ ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ |

ଆଜ୍ଞା ହଁ, ଏହି ଭିଡିଓ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦେବ, କାରଣ ଆପଣ ପୂର୍ବରୁ କେବେ ଆକାଶଗଙ୍ଗାର ଏପରି ଦୃଶ୍ୟ ଦେଖିନଥିବେ | କୁହାଯାଉଛି ଯେ ଏହି ପୋଷ୍ଟକୁ ନାସାର ହବଲ ଟେଲିସ୍କୋପର ଇନ୍ସଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ଏବଂ ଏହା ଲୋକଙ୍କୁ “ଜୀବନର ବ୍ରମହାଣ୍ଡିୟ ଚକ୍ର ମାଧ୍ୟମରେ ଯାତ୍ରା”କୁ ନେଇଯାଏ |

ଏହି ପୋଷ୍ଟରେ କ୍ୟାପସନରେ ଲେଖାଯାଇଛି ଯେ, “ଘୂର୍ଣ୍ଣନ କରୁଥିବା ଆକାଶଗଙ୍ଗା M-83, ଯାହା ଦକ୍ଷିଣ ପିନ୍ୱେଲ ଭାବରେ ମଧ୍ୟ ଜଣାଶୁଣା, ୧୫ ମିଲିୟନ ଆଲୋକ ବର୍ଷ ଦୂର ନକ୍ଷତ୍ର ହାଇଡ୍ରାରେ ଅବସ୍ଥିତ | ୫୦ ହଜାର ଆଲୋକ ବର୍ଷରେ ବିସ୍ତାର ହୋଇଥିବା ଏହି ଆଶ୍ଚର୍ଯ୍ୟଜନକ ଗାଲାକ୍ଟିକ ମୋଜେକରେ ଜୀବନର ବିଭିନ୍ନ ପର୍ଯ୍ୟାୟରେ କୋଟି କୋଟି ତାରା ଧାରଣ କରିଥାଏ | ତାରାର ଜନ୍ମଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ହବଲର ଏହି ଛବିରେ ବିସ୍ତାର ହୋଇଥିବା ଜୀବନ ରଙ୍ଗ ଏହି ଆକାଶଗଙ୍ଗାରେ ତାରକାମାନଙ୍କର ବିଭିନ୍ନ ଯୁଗକୁ ଦର୍ଶାଇଥାଏ |” ସେହିପରି ନାସା ନିଜ କ୍ୟାପସନରେ ଏହା ମଧ୍ୟ କହିଛି ଯେ ଛବିରେ ରଙ୍ଗୀନ କ୍ଲଷ୍ଟର କ’ଣ ଦେଖାଏ |

ସୂଚନାଯୋଗ୍ୟ ଯେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯିବା ପରଠାରୁ ହିଁ ଏହି ପୋଷ୍ଟକୁ ପ୍ରାୟ ୮୨ ହଜାର ଲାଇକ ମିଳିଛି | ଏହା ସହିତ ଲୋକମାନେ ଏହା ଉପରେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି | ଏହି ପୋଷ୍ଟରେ ଜଣେ ଇନଷ୍ଟାଗ୍ରାମ ୟୁଜର ଲେଖିଛନ୍ତି ଯେ, “ବ୍ରହ୍ମାଣ୍ଡକୁ ଭଲ ପାଇବାକୁ ପଡିବ,ଚମତ୍କାର…” | ସେହିପରି ଜଣେ ଅନ୍ୟ ୟୁଜର ଲେଖିଛନ୍ତି ଯେ, “ସବୁକିଛି ବହୁତ ସୁନ୍ଦର ଅଟେ |”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *