ରେଡ୍ ଲାଇଟ୍ ଅଞ୍ଚଳରେ ଜନ୍ମ ହୋଇଥିବା ଭାରତୀୟ ଯୁବତୀ ଆମେରିକା ପାଇଁ ବନିଲେ ପ୍ରେରଣା,୨୫ ଶ୍ରେଷ୍ଠ ମହିଳା ମଧ୍ୟରେ ସାମିଲ

କୁହାଯାଏ ଯେ ନା ଜୀବନ ଭବିଷ୍ୟତରେ ଅଛି ନା ଅତୀତରେ ଅଛି,ଜୀବନ କେଵଳ ବର୍ତ୍ତମାନରେ ରହିଛି|ହଁ ଆଜ୍ଞା ଆପଣଙ୍କ ସହ ଅତୀତରେ କ’ଣ ହୋଇଥିଲା ତାହା କେଵଳ ଆପଣଙ୍କୁ ଜଣାଥାଏ|ଭବିଷ୍ୟତରେ କ’ଣ ହେବ?ଏହା ଭବିଷ୍ୟତ କହିବ|ଆଜି ଏମିତି ଏକ ଯୁବତୀଙ୍କ ବିଷୟରେ କହିବି ଯାହାଙ୍କ ଅତୀତ ଅତ୍ୟନ୍ତ ଦୁର୍ଦ୍ଦିନ କିନ୍ତୁ ବର୍ତ୍ତମାନ ଏକ ମିଶାଲ ଭଳି ଅଟନ୍ତି|ଯାହାଙ୍କ ପ୍ରଶଂସା ସବୁଆଡେ ହେଉଛି|

ହଁ ଆମେ ସଦାବେଳେ ଶୁଣୁଥାଉ ବ୍ୟକ୍ତି ବର୍ତ୍ତମାନ ସହ ଜୀଇଁବା ଆବଶ୍ୟକ|ଏମିତି ଏକ କାହାଣୀ ରେଡ୍ ଲାଇଟ୍ ଅଞ୍ଚଳରେ ଜନ୍ମ ହୋଇଥିବା ଶ୍ୱେତାଙ୍କ |ଯିଏ ନିଜର ଅତୀତକୁ ଭୁଲି ଆଗକୁ ବଢିବାକୁ ପରିଶ୍ରମ ଓ ଅଧ୍ୟବସାୟ କରି ଦେଖାଇଛନ୍ତି|



କହିରଖେ ଯେ ଏହି ଯୁବତୀଙ୍କ ଜନ୍ମ ଏମିତି ଯାଗାରେ ହୋଇଥିଲା, ଯାହାକୁ ନର୍କ କହନ୍ତି|କିନ୍ତୁ ସେହି ନର୍କରୁ ଉଠି ସେ ଆମେରିକାର ସବୁଠାରୁ ମହଙ୍ଗା କଲେଜ ପର୍ଯ୍ୟନ୍ତ ପହଞ୍ଚିଲେ|ତାଙ୍କର ଏହି ସଫଳତା ପାଇଁ ଲୋକମାନେ ସଲାମ କରୁଛନ୍ତି|ଆସନ୍ତୁ ଜାଣିବା ଶ୍ୱେତାଙ୍କ ବିଷୟରେ ଯିଏ ୧୮ ବର୍ଷ ବୟସରେ ୨୮ ଲକ୍ଷର ସ୍କଲାରସିପ ନେଇ ଆମେରିକାରେ ପଢ଼ୁଛନ୍ତି|

ଶ୍ୱେତା କଟ୍ଟିଙ୍କ ଜନ୍ମ ମୁମ୍ବାଇର ଏକ ରେଡ ଲାଇଟ ଏରିଆ କମେଠିପୁରାରେ ହୋଇଥିଲା|ଏହା ଏସିଆର ସବୁଠୁ ରେଡଲାଇଟ୍ ଏରିଆ ଅଟେ|ସେ ନିଜ ତିନି ଭଉଣୀଙ୍କ ଠାରୁ ସବୁଠାରୁ ଛୋଟ|ଯେଉଁଠାରୁ ସେ ଆସନ୍ତି ଯଦିଓ ସେ ଜାଗା ପଢିବା ଓ ସ୍ୱପ୍ନ ଦେଖିବାକୁ ଅନୁକୂଳ ନୁହେଁ,ସେ କିନ୍ତୁ ସାହାସ କଲେ|ତାଙ୍କର ଛୋଟବେଳ ସେକ୍ସ ୱର୍କର୍ସ ମଧ୍ୟରେ କଟିଲା|ଏହା ସବୁଠାରୁ ପ୍ରରଣା ଦେଲା ଫଳରେ ସେ ପଢିକି ଏହି ମାହୋଲରୁ ଵାହାରି ପାରିବେ|

ତାଙ୍କ ପରିବାର ମାଙ୍କ ଇନକମରେ ଚାଲୁଥିଲା|ବହୁ ସମୟ ପର୍ଯ୍ୟନ୍ତ ସେ ଏକ ଫ୍ୟାକ୍ଟ୍ରିରେ ୫୫୦୦ ପ୍ରତି ମାସରେ କାମ କରୁଥିଲେ|ତାଙ୍କ ବାପା ଅଳସୁଆ ଓ ମଦୁଆ ଥିଲେ|ସେ ଘରେ ମାରପିଟ୍ ଓ କଳିଗୋଳ କରୁଥିଲେ|ସେ ଥିବା ପର୍ଯ୍ୟନ୍ତ ତାଙ୍କୁ ଭଲ ଲାଗୁନଥିଲା|

ସେ ଛୋଟବେଳୁ ଏତେ ସଂଘର୍ଷରେ ବଢିଛନ୍ତି|ସେ ଛୋଟ ସମୟରେ ତିନି ଥର ଯୈନଶୋଷଣ ହୋଇଥିଲେ|ମାତ୍ର ୯ ବର୍ଷ ବୟସରେ ସେ ଖରାପ କାମର ଶିକାର ହୋଇଥିଲେ|ତାଙ୍କ ରଙ୍ଗ ପାଇଁ ମଜାକ ଉଡାଉଥିଲେ|ସ୍କୁଲରେ ପିଲାମାନେ ତାଙ୍କୁ ଗୋବର କହି ଚିଡାଉ ଥିଲେ|

୧୬ ବର୍ଷୀୟ ଶ୍ୱେତାଙ୍କ ଲକ୍ଷ୍ୟ ରାସ୍ତା ସେତେବେଳେ ମିଳିଲା ଯେତେବେଳେ ସେ ୨୦୧୨ ରେ କ୍ରାନ୍ତି ନାମକ ଏନଜିଓ ଜଏନ କଲେ|ଏହି ସଂସ୍ଥା ନିଜକୁ ଭଲ ପାଇବା ଶିଖେଇଲା|ଫଳରେ ଜୀବନର ନୂଆ ମୋଡ ଆସିଲା|ସେ ଏଥିରେ ନିଜକୁ ମଜବୁତ କରି ଅନ୍ୟକୁ ମଧ୍ୟ କଲେ|

ଏସବୁ କଷ୍ଟ ମଧ୍ୟରେ ତାଙ୍କ ଜୀଵନରେ ଏମିତି ଏକ ଖୁସି ଆସିଗଲା ଯେତେବେଳେ ସେ ତାଙ୍କ ପ୍ରୟାସ ଫଳରେ ଆମେରିକାର ମାଗାଜିନ ନ୍ୟୁଜ ବିଫ୍ ୨୦୧୩ ଏପ୍ରିଲ ଅଙ୍କରେ ୨୫ ମହିଳାଙ୍କ ସୂଚିରେ ସାମିଲ ହୋଇଥିଲେ ଯିଏ ସମାଜ ପାଇଁ ପ୍ରେରଣାଦାୟୀ|ଏଥିରେ ମଲାଲା ୟୁସୁଫଜାଇ ମଧ୍ୟ ଥିଲେ|ସେ ନ ଅଟକି ଲକ୍ଷ୍ୟରେ ପହଞ୍ଚି ଥିଲେ|ସେ ସେତେବେଳେ ଆମେରିକାର ଟପ୍ ୧୦ ମହଙ୍ଗା କଲେଜ “ବାର୍ଡ କଲେଜ”ର ଚାରିବର୍ଷୀୟ ସ୍ନାତକ ଡିଗ୍ରୀ ଯାହାର ମୂଲ୍ୟ ୩୦ ଲକ୍ଷ ସେ ଆଡ଼ମିଶନ କରିଥିଲେ|ଏଥିରେ ପଡ଼ିବାପରେ ତାଙ୍କୁ ୨୮ ଲକ୍ଷ ଛାତ୍ରବୃତ୍ତି ମିଳିଥିଲା|

ସେ ଏହି କଲେଜର ପୂର୍ବତନ ଛାତ୍ରସହ କଥାବାର୍ତ୍ତା ହେଲେ ଫଳରେ ସେ ଶ୍ୱେତାର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ପ୍ରଭାବିତ ହୋଇ ତାଙ୍କ ନାମ କଲେଜରେ ସୁପାରିଶ କରିଥିଲେ|ମାଗାଜିନରେ ତାଙ୍କ ପ୍ରେରଣାଦାୟୀ କାହାଣୀ ସହ ଟପ୍୨୫ ମହିଳା ରହିବା ଯୋଗୁଁ କଲେଜ ସ୍କଲାରସିପ ମଞ୍ଜୁର କରିଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *