T-20 ବିଶ୍ୱକପ ପରେ ଭାରତୀୟ ଦଳ ସହ କଟିଯାଇପାରେ ରବି ଶାସ୍ତ୍ରୀଙ୍କର,ରାହୁଲ ଦ୍ରାଭିଡ ହୋଇପାରନ୍ତି ଭାରତୀୟ ଦଳର ନୂଆ କୋଚ୍

ଆଇସିସି ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ରୋଲକୁ ନେଇ ପ୍ରଶ୍ନ ଉଠୁଛି।

ଫ୍ୟାନ ମାନଙ୍କ ଡିମାଣ୍ଡ ଦ୍ରାଭିଡ:

କେତେକ କ୍ରିକେଟ ଫ୍ୟାନ୍ସ ମାନଙ୍କ ମୁତାବିକ, ରବି ଶାସ୍ତ୍ରୀଙ୍କୁ କୋଚ୍ ପଦବୀରୁ ହଟାଇ ମିଷ୍ଟର ଭରସା ଦାୟକ ରାହୁଲ ଦ୍ରାଭିଡଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ ବନାଇବା ଆବଶ୍ୟକ, କିନ୍ତୁ କଣ ଏହା ସମ୍ଭବ?

ଶାସ୍ତ୍ରୀଙ୍କୁ ରିପ୍ଲେସ କରିବେ ଦ୍ରାଭିଡ:-

ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଏହିବର୍ଷ ଶେଷକୁ ଆଇସିସି t-20 ବିଶ୍ୱକପ ପରେ ସମାପ୍ତ ହୋଇଯିବ। ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ରିତିନ୍ଦର ସିଂହ ସୋଧିଙ୍କ ମାନିବା ହେଉଛି ରାହୁଲ ଦ୍ରାଭିଡ ଶାସ୍ତ୍ରୀଙ୍କୁ ରିପ୍ଲେସ କରିଦେବେ।

ଶାସ୍ତ୍ରୀ ଭଲ କାମ କରିଛନ୍ତି:-

ସୋଧି ନ୍ୟୁଜ ସ୍ପୋର୍ଟସକୁ କହିଥିଲେ, ସର୍ବପ୍ରଥମେ ଆମକୁ ଏହା ମାନିବାକୁ ହେବ କି, ରବି ଶାସ୍ତ୍ରୀ କୋଚ୍ ଭାବରେ ବହୁତ ଭଲ କାମ କରିଛନ୍ତି ଓ ତାଙ୍କର କଣ୍ଟ୍ରାକ୍ଟ ଶେଷ ହେବାକୁ ଯାଉଛି। ଆସନ୍ତୁ ଏହାବିଷୟରେ ଭାବିବା। ମୋତେ ଲାଗୁଛି ବର୍ତ୍ତମାନ ଦ୍ରାଭିଡ ହେଡ଼ କୋଚ୍ ଆଧାରରେ ଶ୍ରୀଲଙ୍କାରେ ରହିଛନ୍ତି ଏହାର ଅର୍ଥ ହେଉଛି ସେ ମଧ୍ୟ ଆଗକୁ ହେଡ଼ କୋଚ୍ ହୋଇଯିବେ। ଯଦି କେହି କୋଚ୍ ଭାବରେ ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ତାହେଲେ ସେ ହେଉଛନ୍ତି ରାହୁଲ ଦ୍ରାଭିଡ।

ଯୁବା ମାନଙ୍କ ରୋଲ ମଡେଲ ହେଉଛନ୍ତି ଦ୍ରାଭିଡ:-

ରାହୁଲ ଦ୍ରାଭିଡ଼ କୋଚ୍ ଭାବରେ ଅଣ୍ଡର-19 ଦଳକୁ 2018 ମସିହାରେ ଚମ୍ପିୟାନ ବନାଇଥିଲେ। ଏହାବ୍ୟତୀତ ସେ ଅନ୍ୟ ସଫଳତା ଗୁଡିକ ମଧ୍ୟ ହାସଲ କରିଛନ୍ତି। ଦ୍ରାଭିଡଙ୍କୁ ଯୁବା କ୍ରିକେଟର ରୋଲ ମଡେଲ ଭାବରେ ମାନନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *