ଘଡଘଡି ସହିତ ପ୍ରବଳ ବର୍ଷା ହେବାର ଆ-ଶ-ଙ୍କା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣିଂ

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଳା ମାନଙ୍କରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆ-ଶ-ଙ୍କା ରହିଛି। ରାଜ୍ୟର ୧୦ ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ଏହି ୧୦ ଜିଲ୍ଲାକୁ ୟେଲୋ ୱାର୍ଣିଂ ଘୋଷଣା କରିଛନ୍ତି। ଜିଲ୍ଲା ଗୁଡ଼ିକ ହେଉଛ – ସୁନ୍ଦରଗଡ଼ ଜିଲ୍ଲା,କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା,ଦେବଗଡ଼ ଜିଲ୍ଲା,ଝାରସୁଗୁଡ଼ା ଜିଲ୍ଲା,ସମ୍ବଲପୁର ଜିଲ୍ଲା,କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,ମାଲକାନଗିରି ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା।ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Google

ଗତକାଲି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଘଡ଼ଘଡ଼ି ହେବା ସହିତ ବର୍ଷା ହୋଇଥିଲା। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ମଧ୍ୟ ରେ-କ-ର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁର ଗ୍ରାମରେ ସର୍ବାଧିକ ୧୨୧.୪ ମିଲିମିଟର ବର୍ଷା ରେ-କ-ର୍ଡ କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା ଗ୍ରାମରେ ୮୬.୩ ମିଲିମିଟର, ବରଗଡ଼ ଜିଲ୍ଲାର ପଦ୍ମପୁର ଗ୍ରାମରେ ୮୦ ମିଲିମିଟର, ନବରଙ୍ଗପୁର ଜିଲ୍ଳାର ଝରି ଗ୍ରାମରେ ୭୯.୪ ମିଲିମିଟର ବର୍ଷା ରେ-କ-ର୍ଡ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *