ତୃତୀୟ ଲହରରେ ଆସୁଛି ଡେଲଟା ପ୍ଲସ୍ ଷ୍ଟ୍ରେନ୍, ରୋଗୀଙ୍କ ନିକଟରେ ଏହି ୬ଟି ନୂଆ ଲକ୍ଷଣ ଦେଖା ଦେଉଛି, ଜାଣନ୍ତୁ ଏହି ବିଷୟରେ

କରୋନା ଭାଇରସର ଦ୍ଵିତୀୟ ଲହର ଭାରତରେ ଶେଷ ହୋଇନଥିବା ବେଳକୁ ତୃତୀୟ ଲହରକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିଛି। ଲୋକମାନଙ୍କ ମଧ୍ୟରେ କରୋନାର ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟକୁ ନେଇ ଆଶଙ୍କା ରହିଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଡେଲଟା ପ୍ଲସ ଷ୍ଟ୍ରେନର ୪୦ ରୁ ଅଧିକ ମାମଲା ଆସିସାରିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୮ଟି ରାଜ୍ୟରେ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଭାଇରସକୁ ଠାବ କରାଯାଇଛି। ଓଡିଶାରେ ମଧ୍ୟ ଜଣେ ବ୍ୟକ୍ତି ଡେଲଟା ପ୍ଲସ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହିଭଳି ପରିସ୍ଥିତିରେ ଡେଲଟା ପ୍ଲସ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ନିକଟରେ କିଛି ନୂଆ ଲକ୍ଷଣ ଦେଖାଦେଉଛି। ଏହି ବିଷୟରେ ଲଣ୍ଡନରେ ଥିବା କିଙ୍ଗସ କଲେଜର ଏକ ଅଧ୍ୟୟନରୁ ଜଣାପଡିଛି।

Google

୧। ଯେଉଁମାନେ ଡେଲଟା ପ୍ଲସ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି।

୨। ଧୀରେ ଧୀରେ ଶ୍ରବଣ ଶକ୍ତି କମିଯିବା ସହ ଭୋକ ମଧ୍ୟ କମିଯାଉଛି। ଏହା ସହ ବାନ୍ତି ମଧ୍ୟ ହେଉଛି।

୩। ଶରୀର ବଥା ହେଉଛି ଓ ଆଣ୍ଠୁ ଗଣ୍ଠି ମଧ୍ୟ ପ୍ରବଳ ମାତ୍ରାରେ ବିନ୍ଧା ହେଉଛି।

୪। ଏହି ରୋଗୀମାନଙ୍କ ନିକଟରେ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ ପରି ସମସ୍ୟା ଦେଖିବାକୁ ମିଳୁଛି।

୫। ରୋଗୀମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏହାସହ ଆଶଙ୍କା କରାଯାଉଅଛିକି ମନୋକ୍ଲୋନାଲ ଆଣ୍ଟୀବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରିଦେଇ ପାରେ।

Google

୬। ଏହା ସହ ଏହି ନୂଆ ଭ୍ୟାରିଆଣ୍ଟ ଅଳ୍ପ ମାତ୍ରାର ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବାର ଜାଣିବାକୁ ମିଳୁଛି। ଯାହାଦ୍ବାରା ଅଧିକ ଲୋକ ଅତି କମ ସମୟ ମଧ୍ୟରେ ସଂକ୍ରମିତ ହେବାର ଆଶଙ୍କା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *