ମନ୍ତ୍ରୀଙ୍କ ଆହ୍ୱାନ : କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ବ୍ୟକ୍ତି ପିଏମ୍ କେୟାରର୍ସ ଫଣ୍ଡକୁ ଦିଅନ୍ତୁ ୫୦୦ ଟଙ୍କା

ଭୋପାଳ:ମଧ୍ୟପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର କରୋନା ଟିକାର ଦୁଇଟି ଯାକ ଡୋଜ ଲଗାଇଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦୦ ଟଙ୍କା ଜମା କରିବାକୁ କହିଛନ୍ତି|ମନ୍ତ୍ରୀଙ୍କ ଏହି ବୟାନ କଂଗ୍ରେସ କଡା ସମାଲୋଚନା କରିଛି|

କଂଗ୍ରେସ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ କ’ଣ ପାର୍ଟି ତରଫରୁ ଏଭଳି କୈାଣସି ଅଭିଯାନ ଚାଲୁଅଛି କି?ମନ୍ତ୍ରୀ ଇଷା ଠାକୁର ଇନ୍ଦୋରରେ କହିଛନ୍ତି ଯେ କରୋନାର ବେସଙ୍ଗତି ଫଳରେ ସବୁ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା|ଆମେ ଜାଣୁ ଯେ ଯେଉଁ କୟୋନା ଟିକା ଆମକୁ ଲାଗିଛି ତାର ମୂଲ୍ୟ ପ୍ରତି ଡୋଜ ୨୫୦ ଟଙ୍କା|ଏମିତିରେ ଯାହାକୁ କରୋନାର ଦୁଇଟି ଯାକ ଡୋଜ ଲାଗିଛି ସେ ଅବଶ୍ୟ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦୦ ଟଙ୍କା ଜମା କରନ୍ତୁ|

ପର୍ଯ୍ୟଟନ ମନ୍ତ୍ରୀ ଠାକୁରଙ୍କ ଏହି ବୟାନରେ କଂଗ୍ରେସ ଅତର୍କିତ ହୋଇଛି|କଂଗ୍ରେସ ପ୍ରଦେଶାଧକ୍ଷ କମଳ ନାଥର ମିଡିଆ ସମନ୍ୱୟକ ନରେନ୍ଦ୍ର ସାଲୁଜା ଟୁଇଟ କରି ଏହା ଉପରେ ପ୍ରଶ୍ନ କରିଛନ୍ତି|ସାଲୁଜା କହିଛନ୍ତି ଲାଜ ଲାଗିବା କଥା,ପ୍ରଥମେ ଦେଶସାରା ମାଗଣା ଟିକାର ଘୋଷଣା କଲେ,ଏଵେ ଟିକା ପାଇଁ ୫୦୦ ଟଙ୍କା ମାଗୁଛନ୍ତି|

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଓ ବିଜେପି ନେତୃତ୍ଵ ସ୍ପଷ୍ଟ କରୁ ଯେ ପାର୍ଟି ଜନତାର ଦୁଇଟି ଡୋଜ ଟିକା ପାଇଁ ୫୦୦ ଟଙ୍କାର ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଅଭିଯାନ ଚଳାଉଛି|ସାଲୁଜା କହିଛନ୍ତି ଯଦି ଵିଜେପି ଏମିତି କୈାଣସି କ୍ୟାମ୍ପେନ ଚଳାଉ ନାହିଁ ଜନତାକୁ ଭଡକାଇବା ଯୋଗୁଁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ|

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *