ଜିଓର ଆଉ ଏକ ଧମାକା, ବର୍ତ୍ତମାନ ଲୋନରେ ମିଳିବ ଡାଟା, ବିନା ଟେନସନରେ କରିପାରିବେ ଇଣ୍ଟରନେଟର ବ୍ୟବହାର

ସବୁବେଳେ ନିଜର ଗ୍ରାହକଙ୍କ ପାଇଁ ସାନଦାର ଅଫର ଦେଉଥିବା କମ୍ପାନୀ ଜିଓ ପୁଣିଥରେ ଆଉ ଏକ ଧମାକାଦାର ସର୍ଭିସର ଆରମ୍ଭ କରିଛି ଯାହାର ନାମ ‘ଅପାତକାଳୀନ ଡାଟା ଲୋନ'(Emergency Data Loan) ଅଟେ। ଏହି ସର୍ଭିସ ଅନ୍ତର୍ଗତ ଯଦି ଗ୍ରାହକଙ୍କର ଡାଟା ଶେଷ ହୋଇଯାଏ ତେବେ ସଙ୍ଗେ ସଙ୍ଗେ ଡାଟା ଲୋନ ପାଇ ପାରିବେ ଓ ଏହାର ପେମେଣ୍ଟ ପରେ କରିପାରିବେ।

ଅପାତକାଳୀନ ଡାଟା ଲୋନର ଫେସିଲିଟି ସେହି ଗ୍ରାହକଙ୍କ ପାଇଁ ଅଟେ ଯେଉଁମାନେ ପ୍ରତ୍ଯେକଦିନର ଡାଟା ସରିଯିବା ପରେ ତୁରନ୍ତ ରିଚାର୍ଜ କରିପାରନ୍ତି ନାହିଁ। ଏହି ଅପାତକାଳୀନ ଡାଟା ନେବାର ସୁବିଧା ‘Recharge Now and Pay Later’ର ଫ୍ଲେକ୍ସିବିଲିଟି ଦେଇଥାଏ। ଏହା ଅନ୍ତର୍ଗତ ଜିଓ ନିଜର ପ୍ରିପେଡ ୟୁଜର୍ସଙ୍କୁ 4 ଅପାତକାଳୀନ ଡାଟା ଲୋନ ପ୍ୟାକ ନେବାକୁ ଅନୁମତି ଦେଇଥାଏ, ଯେଉଁଥିରେ ୧ ଜୀବି ଡାଟା ମିଳିବ ଓ ଏହାର ମୂଲ୍ୟ ୧୧ ଟଙ୍କା ରହିବ।

EMERGENCY DATA LOAN ସୁବିଧା ନେବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ:-

ଯଦି ଆପଣ ଜିଓର ଅପାତକାଳୀନ ଡାଟା ଲୋନର ସୁବିଧାର ଲାଭ ନେବାକୁ ଚାହୁଞ୍ଚନ୍ତି ତେବେ ଏଥିପାଇଁ ଆପଣଙ୍କୁ ଏହି ଷ୍ଟେପ ଫଲୋ କରିବାକୁ ହେବ…

୧। ସର୍ବପ୍ରଥମେ ମାଈ ଜିଓକୁ ଓପନ କରନ୍ତୁ ଓ ପୁଣି ପେଜର ବାମ ପଟେ ଦିଆଯାଇଥିବା ମେନୁକୁ ଯାଆନ୍ତୁ।

୨। ଏହାପରେ ମୋବାଇଲ ସର୍ଭିସ ଭିତରେ ଦିଆଯାଇଥିବା ‘ଅପାତକାଳୀନ ଡାଟା ଲୋନ’ (Emergency Data Loan)କୁ ଚୟନ କରନ୍ତୁ।

୩। ଏମିତି କରିବା ପରେ ଆପାତକାଳୀନ ଡାଟା ଲୋନ ବ୍ୟାନରରେ ଦିଆଯାଇଥିବା ‘ପ୍ରସିଡ'(Proceed) ବଟନରେ କ୍ଲିକ କରନ୍ତୁ।

୪। ଏହା ପରେ ‘ଗେଟ ଏମେଜେଂସୀ ଡାଟା'(Get emergency data) ଅପସନକୁ ସିଲେକ୍ଟ କରନ୍ତୁ।

୫। ବର୍ତ୍ତମାନ ଆପାତକାଳୀନ ଲୋନର ଲାଭ ନେବା ପାଇଁ ‘ଏକ୍ଟିଭ ନାଓ'(Active now) ଉପରେ କ୍ଲିକ କରନ୍ତୁ।

୬। ଏହା ପରେ ଅପାତକାଳୀନ ଲୋନ ବେନିଫିଟ ଏକ୍ଟିଭେଟ ହୋଇଯିବ।

ଏହା ବ୍ଯତୀତ ଲୋନ ଉପରେ ନିଆଯାଇଥିବା ଅପାତକାଳୀନ ଡାଟାର ପେମେଣ୍ଟ ମଧ୍ୟ ସେହି ପେଜରୁ କରିହେବ।

ଜିଓ ନିକଟରେ କରିଥିଲେ ନୂଆ ସ୍ମାର୍ଟଫୋନ ବିଷୟରେ ଘୋଷଣା:-

ଆପଣଙ୍କୁ ଜଣାଇଦେଉଛୁଯେ, ନିକଟରେ ରିଲାଏନ୍ସ ନିଜର ବାର୍ଷିକ ଜେନେରାଲ ମିଟିଂରେ ଜିଓ ଫୋନ ନେକ୍ସ୍ଟ(JioPhone Next) ସ୍ମାର୍ଟଫୋନର ଘୋଷଣା କରିଥିଲେ। ଏହି ବର୍ଷ ଗଣେଶ ଚତୁର୍ଥୀ ଦିନ ଅର୍ଥାତ ସେପ୍ଟେମ୍ବର ୧୦ ତାରିଖ ଦିନ ଲଞ୍ଚ କରାଯିବ। କମ୍ପାନୀର ଦାବିକି ଏହି ସ୍ମାର୍ଟଫୋନରେ ଭଲ ଫିଚର୍ସର ସୁବିଧା ମିଳିବ ଓ ଏହା ସହିତ ଏହାର ମୂଲ୍ୟ ମଧ୍ୟ ବହୁତ କମ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *