ବିବାହର ୧୫ ବର୍ଷ ପରେ ଅଲଗା ହେଲେ ଆମିର ଖାନ ଓ କିରଣ ରାଓ

ଦୀର୍ଘ ଦିନର ସମ୍ପର୍କରେ ପଡ଼ିଲା ଫାଟକ। ଭା-ଙ୍ଗିଗଲା ବାହାଘର। ୧୫ ବର୍ଷ ବିବାହ ପରେ ଅଲଗା ହେଲେ। ବଲିଉର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ଓ ତାଙ୍କ ପତ୍ନୀ କିରଣ ରାଓ ଉଭୟ ଛା-ଡପ-ତ୍ର ନେବାପାଇଁ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ଆମିର ଖାନ ଓ କିରଣ ରାଓ ଉଭୟ ଛା-ଡପ-ତ୍ର ନେବା ପାଇଁ ଘୋଷଣା କରିଛନ୍ତି। ଉଭୟ ସ୍ୱାମୀ- ସ୍ତ୍ରୀ ହୋଇ ରହିବା ବଦଳରେ ଉଭୟ ଅଲଗା ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ଖବର ଏବେ ତାଙ୍କର ପ୍ରଶଂସକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ବି-ଟାଉନରେ ଏହି ସମ୍ପର୍କରେ ଜୋରଦାର ଭାବରେ ଚର୍ଚ୍ଚା ଚାଲିଛି।

Google

ଆମିର ଖାନ ଓ କିରଣ ରାଓ ନିଜର ବିବୃତ୍ତିରେ କହିଛନ୍ତି ଯେ, ଆମ ଉଭୟଙ୍କର ୧୫ ବର୍ଷର ସମ୍ପର୍କ ଆମ ପାଇଁ ବେଶ ଖୁସିଦାୟକ ଥିଲା। ଆମେ ଦୁୁହେଁ ଏକାଠି ଜୀବନୀ ଅନୁଭବ ଉଠାଇଥିଲୁ। ଉଭୟ ଆମେ ଏକାଠି ସୁଖରେ ଦୁଃ-ଖରେ ସାଥିରେ ଥିଲୁ। ଆମ ୧୫ ବର୍ଷର ସମ୍ପର୍କ କେବଳ ବିଶ୍ୱାସ,ସମ୍ମାନ ଏବଂ ପ୍ରେମରେ ଗଢି ଉଠିଥିଲା। ଏବେ ଉଭୟଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ଉଭୟ ସ୍ୱାମୀ-ସ୍ତ୍ରୀ ରୂପରେ ନୁହେଁ। ସହ ମାତା-ପିତା ଓ ପରିବାର ରୂପରେ ଆରମ୍ଭ କରିବାକୁ ଚାହୁଁଛୁ। କିଛି ଦିନ ପୂର୍ବରୁ ଆମେ ଦୁହେଁ ଭିନ୍ନ ହେବାକୁ ନିଷ୍ପତ୍ତି ନେଇଥିଲୁ। ଆଉ ଯାହାକି ଏବେ ଆମେ ସର୍ବସମ୍ମୁଖକୁ ଆଣିଛୁ।

ସୂଚନା ଅନୁସାରେ, ଫିଲ୍ମ “ଲଗାନ”ର ସୁଟିଂ ସେଟରୁ ଆମିର ଓ କିରଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ପରେ ୨୦୦୫ ମସିହା ଡିସେମ୍ବର ମାସ ୨୮ ତାରିଖରେ ଉଭୟଙ୍କର ବିବାହ ହୋଇଥିଲା। ୨୦୧୧ ମସିହାରେ ଆମିର ଓ କିରଣଙ୍କ ପୁଅ ଆଜାଦ ଖାନ ଜନ୍ମ ଗ୍ରହଣ କରିଥିଲେ।

କିରଣଙ୍କୁ ବିବାହ କରିବା ପୂର୍ବରୁ ଆମିର ଖାନ ରିନା ଦତ୍ତଙ୍କୁ ବିବାହ କରିଥିଲେ। ଆମିର କିରଣଙ୍କ ପ୍ରେମରେ ପଡିବା ପରେ ପ୍ରଥମ ପତ୍ନୀ ରିନାଙ୍କୁ ଛା-ଡପ-ତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ରିନା ଓ ଆମିରଙ୍କର ଗୋଟିଏ ପୁଅ ଜୁନେଦ ଖାନ ଓ ଝିଅ ଆୟରା ଖାନ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.