ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି: ଆସନ୍ତା ମାସରେ ଦୁନିଆ ସାରା ଖେଳାଇ ହୋଇଯିବ କରୋନାର ଡେଲ୍ଟା ଭାରିଏଣ୍ଟ୍

ଭାରତ ସମେତ ଵହୁ ଦେଶରେ କରୋନାର ଡେଲ଼ଟା ଭାରିଏଣ୍ଟ ଚିନ୍ତା ଵଢେଇଛି|ଏହା ମଧ୍ୟରେ ଵିଶ୍ୱ ସ୍ୱାସ୍ଥ୍ୟ ସଗଠନର କହିବା କଥା ହେଲା ଯେ ଏକ ଅନୁମାନ ଅନୁସାରେ କୋଭିଡ ୧୯ର ଡେଲ୍ଟା ପ୍ଲସ ସ୍ୱରୂପର ମାମଲା ଏବେ ପାଖାପାଖି ୧୦୦ ଦେଶର ଆସିଗଲାଣି|ଏହା ସହ ସେ କହିଛନ୍ତି ଯେ ଆସନ୍ତା ମାସରେ ଏହି ଭାରିଏଣ୍ଟ ବହୁ ମାରାତ୍ମକ ହେବା ସହ ଦୁନିଆ ସାରା ସବୁଠାରୁ ହେଭି ସ୍ୱରୂପ ହୋଇଯିବ|

ଡବ୍ଲୁଏଚ୍ଓ କୋଭିଡ୍ ୧୯ ସାପ୍ତାହିକ ଅପଡେଟରେ କହିଛନ୍ତି ଯେ ୨୯ ଜୁନ ୨୦୨୧ ପର୍ଯ୍ୟନ୍ତ ୯୬ ଦେଶରେ ଡେଲ୍ଟା ସ୍ୱରୂପ ସାମ୍ନାକୁ ଆସିଛି ଓ ସମ୍ଭବ ଯେ ଏହାର ବାସ୍ତଵିକ ସଂଖ୍ୟା ଅଧିକ ହେବ,କାୟଣ ଭାଇରସର ପତା ଲଗାଇବାକୁ ଜିନୋମ ସ୍ୱକ୍ୱନ୍ସିଙ୍ଗ କ୍ଷମତା କମ ରହିଛି|ଏମିତିରେ ଵହୁ ଦେଶର କହିବାନୁଯାୟୀ ଡେଲ୍ଟା ଭାରିଏଣ୍ଟ ଫଳରେ ସଂକ୍ରମଣ ବଢିଲାଣି ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିଲାଣି|

ଡେଲ୍ଟା ଭାରିଏଣ୍ଟ ଅତ୍ୟଧିକ ସଂକ୍ରାମକ ହେବାର ମୁଦା ନଜର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତେଇଛି ଓ ଏହାର ସ୍ୱରୂପ ଆସନ୍ତା ମାସ ମଧ୍ୟରେ ଅନ୍ୟ ଅପେକ୍ଷା ହେଭି ହେବ ବୋଲି କହିଛନ୍ତି|ସଂଗଠନ କହିଛନ୍ତି ଯେ କରୋନା ଭାଇରସର ଲଢାଇ ପାଇଁ ଆଜିର ସମୟରେ ଯେଉଁ ଉପାୟ ଆପଣା ଯାଏ,ଅନ୍ୟ ଭାରିଏଣ୍ଟ ପାଇଁ ମଧ୍ୟ ଫଳପ୍ରଦ|

ପୂର୍ବ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଓଡ୍ରେସ ଓଧାନମ୍ ଗ୍ରେବ୍ରେୟେସସ କହିଛନ୍ତି ଯେ କରୋନାର ଏପର୍ଯ୍ୟନ୍ତ ଯେତେ ସ୍ୱରୂପ ଚିହ୍ନଟ ହୋଇଛି ତନ୍ମଧ୍ୟରୁ ଡେଲ୍ଟା ସବୁଠାରୁ ଭୟଙ୍କର ଓ ଏହା ଶୀଘ୍ର ଵ୍ୟାପେ ଯେଉଁମାନେ ଟିକା ଲଗାଇ ନାହାନ୍ତି|କିଛି ଦେଶ କିଛି ଛୁଟ ଦେବା ଫଳରେ ସଂକ୍ରମଣର ମାମଲା ବୃଦ୍ଧି ପାଇଛି|

ଏବେ ସୂଚନା ମୁତାବକ ଆଲ୍ଫା ସ୍ୱରୂପ ମାମଲାରେ ୧୭୨ ଦେଶ ,କ୍ଷେତ୍ରରେ ସାମ୍ନାକୁ ଆସିଛି,ବିଟାର ସ୍ଵରୁପ ୧୨୦ ଦେଶରେ,ଗାମା ସ୍ୱରୂପ ୭୨ ଦେଶରେ ,ଡେଲ୍ଟା ସ୍ୱରୂପ ୯୬ ଦେଶରେ(୧୧ ନୂଆ)ମାମଲା ଆସିଛି|

ଵିତିଥିବା କିଛି ଦିନ ମଧ୍ୟରେ ପ୍ରଥମ ଥର ଭାରତରେ କୋଭିଡ ମାମଲା ହ୍ରାସ ରହିଛି|୨୧-୨୭ ଜୁନ ମଧ୍ୟରେ ୫,୨୧,୨୯୮ ବ୍ରାଜିଲରୁ ୩,୫୧,୨୧୮ ମାମଲା ଭାରତରୁ କଲମ୍ବିଆରୁ ୨,୦୪,୧୩୨ ମାମଲା,ରୁଷରୁ ୧,୩୪,୪୬୫ ଓ ଆର୍ଜୈଣ୍ଟିନାରୁ ୧,୩୧,୮୨୪ ନୂଆ ମାମଲା ଆସିଛି|

ଦକ୍ଷିଣ ପୂର୍ବ ଏସିଆ କ୍ଷେତ୍ରରେ ୫,୭୩,୦୦୦ ଅଧିକ ମାମଲା ସାମନାକୁ ଆସିଛି ଓ ୧୩୦୦୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି|ଅପଡେଟରେ କୁହାଯାଇଛି ଯେ ଏହି ସପ୍ତାହରେ ସଂକ୍ରମିତ ମାମଲା କମ ରହିଛି କାରଣ ଭାରତରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି|

କ୍ଷେତ୍ରରେ ସର୍ବାଧିକ ୯୦୩୮ ଲୋକଙ୍କ ମୃତ୍ୟୁ ଭାରତରେ ଘଟିଛି,ଯାହା ପୂର୍ବ ସପ୍ତାହ ତୁଳନାରେ ୪୫% କମ୍|ଏଥିରେ କୁହାଯାଏ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ କ୍ଷେତ୍ରରେ ଏମିତି ଦେଶ ରହିଛି ଯେଉଁଠାରେ ସଂକ୍ରମଣ ବୃଦ୍ଧି ପାଉଛି ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.