ବାପା ହିଁ ବ-ର୍ବା-ଦ କରିଦେଲା ୧୩ ବର୍ଷୀୟ ଝିଅର ଜୀ-ବ-ନ, ୪୦ ବର୍ଷୀୟ ବ୍ୟକ୍ତି ସହିତ କରାଇଦେଲା ବିବାହ

ଦେଶରେ ବର୍ତ୍ତମାନ ବିବାହ ସିଜିନ ଚାଲିଛି | ଲକ ଡାଉନ ଖୋଲିବାପରେ ବିବାହ ମାମଲା ଖୁବ ବଢିଯାଇଛି ଏବଂ ଜଣାଶୁଣା ଲୋକମାନେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି | ଆମ ଦେଶରେ ବିବାହକୁ ବହୁତ ମହତ୍ୱ ଦିଆଯାଏ | ବିବାହ ବନ୍ଧନ କେବଳ ଦୁଇଜଣ ଲୋକଙ୍କୁ ନୁହେଁ ବରଂ ଦୁଇ ପରିବାରକୁ ଯୋଡ଼ିଥାଏ | ବିବାହ ସମୟରେ ସବୁ ଝିଅ ଏବଂ ପୁଅ ବହୁତ ଖୁସି ଥାନ୍ତି ଏବଂ ପରିବାରରେ ମଧ୍ୟ ଖୁସିର ବାତାବରଣ ଖେଳିଯାଏ, କିନ୍ତୁ ବିହାରର ପୁର୍ଣିଆ ଜିଲ୍ଲାରେ ବିବାହ ସହିତ ଜଡିତ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିବାପରେ ଆପଣଙ୍କ ହୋସ ମଧ୍ୟ ଉଡିଯିବ |

ସାଧାରଣତଃ ବର କାନ୍ୟଠାରୁ ବଡ଼ ହୋଇଥାଏ ଏବଂ ଦୁହିଁଙ୍କ ମଧ୍ୟରେ ବୟସରେ ସାଧାରଣ ଭାବରେ ଦୁଇ,ଚାରି କିମ୍ବା ପାଞ୍ଚ ବର୍ଷର ପାର୍ଥକ୍ୟ ଦେଖାଯାଏ | କିନ୍ତୁ ପୁର୍ଣିଆରେ ଜଣେ ଝିଅର ବିବାହ ତାଠାରୁ ୨୭ ବର୍ଷ ବଡ଼ ବ୍ୟକ୍ତିଙ୍କ ସହିତ ହେଉଥିଲା | ଯେତେବେଳେ କି ଝିଅଟି ମଧ୍ୟ ନାବାଳିକା ଅଟେ | ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଜଣେ ୧୩ ବର୍ଷୀୟ ଝିଅ ସହିତ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ସହିତ ବିବାହ କରାଇବା ପାଇଁ ପ୍ରସ୍ତୁତି ଚାଲିଥିଲା, କିନ୍ତୁ ପୋଲିସ ଏକ ନିରୀହ ଜୀବନକୁ ବ-ର୍ବା-ଦ ହେବାରୁ ବଞ୍ଚାଇଦେଲା | ପୋଲିସ ଏହି ମାମଲାରେ ଆକ୍ସନ ନେଲା ଏବଂ ସେତେବେଳକୁ ବରଯାତ୍ରୀ ଯାଇ ସାରିଥିଲେ ଏବଂ ବର ଝିଅ ଘରେ ହିଁ ଥିଲା |

କରୋନା କଟକଣା ଥିବାରୁ ବର ୫ଜଣ ଲୋକଙ୍କୁ ନେଇ ବିବାହ କରିବାକୁ ପହଞ୍ଚିଥିଲା | ବରର ବୟସ ୪୦ ବର୍ଷ ବୋଲି କୁହାଯାଉଛି | ଝିଅଟିର ବୟସ ମାତ୍ର ୧୩ ବର୍ଷ ଅଟେ | ଦୁହିଁଙ୍କ ବିବାହ ରବିବାର ଦିନ କାଳୀମନ୍ଦିର ପାଖରେ ସମ୍ପନ୍ନ ହୋଇଥିଲା | ବିବାହ ପରେ ବରଯାତ୍ରୀ ଫେରିଯାଇ ଉତ୍ତରପ୍ରଦେଶ ଚାଲି ଯାଇଥିଲେ ଏବଂ ବର ସେଇଠି ହିଁ ରହିଗଲା |

ଝିଅଟି ନିଜ ବିବାହରେ ଖୁସି ନଥିଲା ଏବଂ ସେ ଶାଶୂଘର ଯିବାକୁ ଚାହୁଁନଥିଲା | କେହି ଜଣେ ଏହି କାରଣରୁ ବାଲ୍ୟ ସଂରକ୍ଷଣ ଅଧିକାରୀଙ୍କୁ ସୂଚନା ଦେଇଦେଲେ | ସୂଚନାଯୋଗ୍ୟ ଯେ ଝିଅଟିର ବୟସ ବର୍ତ୍ତମାନ ବିବାହ ଯୋଗ୍ୟ ନୁହେଁ | ଆଇନ ଅନୁଯାୟୀ ବିବାହ କରିବାପାଇଁ ଝିଅକୁ ୧୮ ବର୍ଷ ଏବଂ ପୁଅକୁ ୨୧ ବର୍ଷ ବୟସ ହେବା ଉଚିତ | ସୂଚନା ମିଳିବାମାତ୍ରେ ଅଧିକାରୀମାନେ ପୋ-ଲି-ସ ଟିମକୁ ସାଙ୍ଗରେ ନେଇ ଝିଅ ଘରେ ପହଞ୍ଚିଲେ | ଯେଉଁଠାରେ ବର ଏବଂ ଝିଅର ବାପାଙ୍କୁ ପୋ-ଲି-ସ ନିଜ କଷ୍ଟଡିକୁ ନେଲା |

ଏହି ମାମଲାରେ ବାଲ୍ୟ ସଂରକ୍ଷଣ ସମିତିର ମହମ୍ମଦ ତଫାରିନ କହିଛନ୍ତି ଯେ ୧୮ ବର୍ଷରୁ କମ ବୟସର ଝିଅ ଏବଂ ୨୧ ବର୍ଷରୁ କମ ବୟସର ପୁଅର ବିବାହ ଅବୈଧ ଅଟେ | ଏଥିପାଇଁ କଡା ନିୟମ ମଧ୍ୟ ରହିଛି | ତଥାପି ଏପରି ମାମଲା ଆସୁଛି | ପୋ-ଲି-ସ-ର ସୂଚନା ଅନୁଯାୟୀ, ଝିଅଟି କହିଛି ଯେ ସେ ବିବାହ କରିବାକୁ ଚାହୁଁନଥିଲେ | ତାଙ୍କ ବାପା ଜବରଦସ୍ତି ତାଙ୍କ ବିବାହ କରାଇଲେ | ସେହିପରି ଝିଅର ବାପା ସଫେଇ ଦେଇ କହିଛନ୍ତି ଯେ ମୁଁ ବହୁତ ଗରିବ ଅଟେ | ଝିଅର ବିବାହ କରିବାକୁ ମୁଁ ସକ୍ଷମ ନୁହେଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *