ପୁଅଟିର ଦୁଇଟିଯାକ ଗୋଡ ନାହିଁ, ଝିଅଟିର ଗୋଟିଏ ହାତ ନାହିଁ, କିନ୍ତୁ ପରସ୍ପରକୁ କରନ୍ତି ନିସ୍ଵାର୍ଥ ପ୍ରେମ, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଲଭ ଷ୍ଟୋରି

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ସେୟାର କରାଯାଇଥାଏ | କିଛି ଭିଡିଓ ମଜାଳିଆ ହୋଇଥାଏ, ଯାହା କି ଆପଣଙ୍କୁ ହସିବାକୁ ବାଧ୍ୟ କରିଦିଏ ଏବଂ ଆପଣ ସେଗୁଡିକୁ ଅନେକଥର ରିପିଟ କରି ଦେଖନ୍ତି | ଅନେକ ଭିଡିଓ ଆପଣଙ୍କୁ ଭଲ ଲାଗେନାହିଁ ଏବଂ ଆପଣ ସେଗୁଡିକୁ ସ୍କିପ କରି ଦିଅନ୍ତି, କିନ୍ତୁ ଅନେକ ଭିଡିଓ ଏପରି ହୋଇଥାଏ, ଯାହା ଆପଣଙ୍କୁ ହସାଇ ନଥାଏ କିନ୍ତୁ ସିଧା ଆପଣଙ୍କ ହୃଦୟକୁ ଛୁଇଁଯାଏ | ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରଲ ହେଉଛି | ଏହି ଭିଡିଓ ଆପଣଙ୍କ ହୃଦୟକୁ ଛୁଇଁବା ସହିତ ଆପଣଙ୍କୁ ଭାବୁକ ମଧ୍ୟ କରିଦେବ |

କନ୍ଦାଇଦେବ ଏହି ଲଭ ଷ୍ଟୋରି :-

ଏହି ଭିଡିଓରେ ଦୁଇଜଣ ଦିବ୍ୟାଙ୍ଗ ପ୍ରେମର ଏକ ନୁଆଁ ପରିଭାଷା ଲେଖୁଥିବାର ଦେଖାଯାଉଛନ୍ତି | ଭିଡିଓରେ ଦେଖାଯାଉଥିବା ଯୁବକଙ୍କର ଦୁଇଟିଯାକ ଗୋଡ ନାହିଁ, ସେହିପରି ଝିଅଟିର ଗୋଟିଏ ହାତ ନାହିଁ | ଭିଡିଓରେ ଝିଅ ଏବଂ ପୁଅଟି ବଜାରକୁ ଯିବାକୁ ପ୍ରସ୍ତୁତି କରୁଛନ୍ତି | ପୁଅଟି ନିଜ ସାଥିର ସ୍ୟାଣ୍ଡଲର କ୍ଲିପ ଲଗାଇ ଦେଉଛନ୍ତି, ସେହିପରି ଝିଅଟି ପିଠିରେ ଏକ ଛୁଡ଼ି ବାନ୍ଧି ରଖିଛି | ଝିଅଟି ସେହି ପୁଅକୁ ଉଠାଇ ଏକ ଟେବୁଲ ଉପରେ ବସାଇ ଦେଉଛି ଏବଂ ସେହି ପୁଅ ତାର ପିଠିରେ ବନ୍ଧା ହୋଇଥିବା ଝୁଡିରେ ବସିପଡୁଛି ଏବଂ ଦୁହେଁ ମାର୍କେଟ ଯାଉଛନ୍ତି |

ରୋମାଣ୍ଟିକ ଷ୍ଟାଇଲରେ କଲା ପ୍ରପୋଜ :-

ଭିଡ଼ିଓର ଅନ୍ୟ ଦୃଶ୍ୟରେ ଦୁଇ ପ୍ରେମୀ ଗାର୍ଡେନରେ ଦେଖାଯାଉଛନ୍ତି | ପୁଅଟି ନିଜର ଟିସର୍ଟର କଲରରେ ଫୁଲ ଲୁଚାଇ ଆଣେ ଏବଂ ନିଜ ପ୍ରେମିକାଙ୍କୁ ଫୁଲ ଦେଇ ପ୍ରପୋଜ କରେ | ଏହାପରେ ଖୁସିରେ ଝୁମି ଝୁମି ଝିଅଟି ତାକୁ କୋଳକୁ ଉଠାଇ ନିଏ | ଭିଡ଼ିଓର ଅନ୍ୟ ଦୃଶ୍ୟରେ ଝିଅଟି ନିଜ ପାର୍ଟନରଙ୍କୁ ସିଡ଼ି ଚଢ଼ାଉଥିବାର ଦେଖାଯାଉଛନ୍ତି, କିନ୍ତୁ ପ୍ରେମିକାକୁ ଥକି ଯାଉଥିବାର ଦେଖି ଯୁବକ ଓଲ୍ହାଇ ପଡୁଛି ଏବଂ ନିଜେ ହିଁ ସିଡ଼ି ଚଢ଼ିବାକୁ ଲାଗେ |

ଆଇପିଏସ ଅଧିକାରୀ ରୁପିନ ଶର୍ମା ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଜୀବନ ବହୁତ କଠିନ ଅଟେ, ତେବେ ଏହି ଭିଡିଓ ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *