ଛୁଆର କୁକୁଡ଼ା ନେଇଯାଉଥିଲେ ଲୋକେ,ଦେଖିକି ଭାଙ୍ଗିଲା ଛୋଟ ଛୁଆର ହୃଦୟ,ସଡକରେ ବୁକୁଫଟାଇ କାନ୍ଦିଲା,ହାତ ଯୋଡି କଲା ବିନତୀ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଏମିତି ଜରୁର ଆସିଥାଏ,ଯାହା ଲୋକଙ୍କ ହୃଦୟରେ ବସିଯାଏ|ଏଵେ ଏମିତି ଏକ ଛୋଟ ଛୁଆର ଭିଡିଓ ସାମ୍ନାକୁ ଆସିଛି,ଯାହା ଇଣ୍ଟରନେଟରେ ଖୁବ ପସନ୍ଦ ହେଉଛି|ଭିଡିଓରେ ଦକ୍ଷିଣ ସିକ୍କିମର ଏକ ଛୁଆ ନିଜ କୁକୁଡ଼ା ଠାରୁର ଅଲଗା ହେବା ଫଳରେ କାନ୍ଦି କାନ୍ଦି ଗଡିଯାଉଛି|

ଭିଡିଓରେ ଆପଣ ଦେଖିପାରିବେ ଯେ କିଛି ଲୋକ ବିକ୍ରି କରିବାପାଇଁ ଏକ ଛୋଟ ଭ୍ଯାନରେ କୁକୁଡ଼ା ଭରୁଛନ୍ତି|ତନ୍ମଧ୍ୟରୁ କିଛି କୁକୁଡାକୁ ଛୁଆ ପାଳିଥିଲା,ତାକୁ ନେଇଯାଉଥିବା ଦେଖି ଛୁଆର ହୃଦୟ କାନ୍ଦିଲା|ସେ ବୁକୁଫଟାଇ କାନ୍ଦିଲା ଓ ବିନତି କଲାଯେ ତା କୁକୁଡ଼ାକୁ ଛାଡି ଦିଅନ୍ତୁ|

ଛୁଆ ଭ୍ଯାନ ଆଗରେ ଠିଆ ହୋଇ ନିଛ କୁକୁଡାକୁ ଫେରାଇବାକୁ କାନ୍ଦିଲା|ଏହାପରେ ଛୋଟଛୁଆ ହାତ ଯୋଡି କୁକୁଡ଼ା ଫେରାଇବାକୁ କହିଲା ଓ ଚିଲେଇ ଚିଲେଇ ସଡକରେ କାନ୍ଦିଲା|ଛୁଆର କୁକୁଡା ପାଇଁ କାନ୍ଦ ଦେଖି କେହିବି କାନ୍ଦିବ|

କୁକୁଡା ପାଇଁ ଛୁଆର ପ୍ରେମ ଦେଖି ଲୋକଙ୍କ ହୃଦୟ ସ୍ପର୍ଶ କରିଲା|ଏହି ଭିଡିଓକୁ ଭଏସ ଅଫ ସିକ୍କିମ ନାମକ ଫେସବୁକ ପେଜରେ ସେୟାର କରାଯାଇଛି|ଏହାକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଉର୍ଦ୍ଧ୍ବ ଥର ଦେଖାଗଲାଣି ଓ ହଜାରରୁ ଉର୍ଦ୍ଧ୍ଵ ଲାଇକ୍ କରିଛନ୍ତି|

ଜଣେ ୟୁଜର କମେଣ୍ଟ କରିଛନ୍ତି ଯେ ଛୁଆକୁ ସତରେ ଦୁଃଖ ଲାଗୁଛି|ମୁଁ ତାର କଷ୍ଟ ଅନୁଭବ କରିପାରୁଛି|ଯେଉଁ ବ୍ୟକ୍ତି ତା ସହ କଥା ହେଉଛି ସେ କହୁଛନ୍ତି ସମସ୍ତଙ୍କୁ ଖାଇଦେବ|ଫଳରେ ସେ ଡରୁଛି|

ଜଣେ ୟୁଜର ଲେଖିଛନ୍ତି ଯେ ଛୁଆର ହୃଦୟ ସୁନା ଅଟେ ଯେଉଁଥିରେ ସମସ୍ତ ଜୀବିତ ଜୀବ ପାଇଁ ବହୁତ ପ୍ରେମ ରହିଛି|ଛୋଟ ଛୁଆଠାରୁ କିଛି ଶିଖିବା ଆବଶ୍ୟକ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *