ଭାରତର ନୂଆ ଭ୍ୟାକ୍ସିନ ZyCoV-D, ବିନା ଇଞ୍ଜେକ୍ସନରେ ତିନୋଟି ଡୋଜ ନେବାକୁ ହେବ। ଜାଣନ୍ତୁ ଏହି ଭ୍ୟାକ୍ସିନ ବିଷୟରେ ସବୁ କିଛି

ଭାରତୀୟ କମ୍ପାନୀ ଜୟଡ଼ସ କୋଉଡ଼ିଲା ନିଜର କରୋନା ଭ୍ୟାକ୍ସିନ ZyCoV-D ପାଇଁ ଭାରତର ଔଷଧି ମହାନିୟନ୍ତ୍ରକଙ୍କ ଠାରୁ ଆପତ୍ତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମାଗିଛି। ପିଲାଙ୍କ ପାଇଁ ସୁରକକ୍ଷିତ କୁହାଯାଉଥିବା ଏହି ଭ୍ୟାକ୍ସିନର ବହୁତ ଖାଆସ କଥା ରହିଛି। ଏହା ପ୍ରଥମ ପାଲସ୍ମିଡ଼ DNA ଭ୍ୟାକ୍ସିନ ଅଟେ। ଏହାସହ ଏହାକୁ ବିନା ଛୁଞ୍ଚି ସହାୟତାରେ ଫାର୍ମାଜେଟ ଟେକ୍ନିକ ଦ୍ୱାରା ଲଗାଯିବ। ଏହାଦ୍ୱାରା ସାଇଡ଼ ଇଫେକ୍ଟର ଆଶଙ୍କା କମିଯିବ।

ଜାୟଡଶ କୋଉଡ଼ିଲାର କରୋନା ଭ୍ୟାକ୍ସିନ ZyCoV-Dର ତୃତୀୟ ଚରଣ ଟ୍ରାୟଲ ସମାପ୍ତ ହୋଇସାରିଛି। ଏଥିରେ 28 ହଜାର ପ୍ରତିଭୋଗୀୟ ଭାଗ ନେଇଥିଲେ। ଭାରତରେ କୌଣସି ଭ୍ୟାକ୍ସିନର ଏହା ସବୁଠାରୁ ବଡ ଟ୍ରାୟଲ ଅଟେ। ଏହାର ଫଳାଫଳ ମଧ୍ୟ ସନ୍ତୋଷଜନକ କୁହାଯାଇଛି। ଦ୍ବିତୀୟ କରୋନା ଲହରୀ ସମୟରେ ଦେଶର 50 କ୍ଲିନିକଲ ସାଇଟସ ଉପରେ ଏହାର ଟ୍ରାୟଲ ହୋଇଥିଲା। ଏହାକୁ ଡେ଼ଲ୍ଟା ଭ୍ୟାରିଏଣ୍ଟ ପାଇଁ ପ୍ରଭାବୀ ହେବ ବୋଲି କୁହାଯାଇଥିଲା।

ବିନା କୌଣସି ଇଞ୍ଜେକ୍ସନ ଦ୍ଵାରା ଏହି ଟୀକା ନିଆଯାଏ:-

ଷ୍ଟଡି ମଧ୍ୟରୁ କୁହାଯାଉଛି କି, ଏହି ZyCoV-D କରୋନା ଟୀକା 12 ରୁ 18 ବର୍ଷ ବୟସର ପିଲାଙ୍କ ପାଇଁ ବହୁତ ସୁରକ୍ଷିତ। ଏହାକୁ ଫର୍ମାଜେଟ ଛୁଞ୍ଚି ବିନା ନିଆଯାଇ ହେବ। ଏଥିରେ ଛୁଞ୍ଚିର ଆବଶ୍ୟକତା ହେବନାହିଁ। ଏହାକୁ ଏକ ମେସିନ ଦ୍ୱାରା ବାହୁରେ ଲଗାଯାଏ। ମେସିନରେ ଲାଗିଥିବା ବଟନକୁ କ୍ଲିକ କରିବା ଦ୍ୱାରା ଟୀକା ଶରୀରର ଭିତରେ ପ୍ରବେଶ କରିଥାଏ।

କମ୍ପାନୀ ବାର୍ଷିକ 10 ରୁ 12 କୋଟି ଡୋଜ ବନାଇବାର କଥା କହିଛି। ZyCoV-D ମୋଟ ତିନୋଟି ଡୋଜ ନେବାକୁ ପଡ଼ିଥାଏ। ମାନା ଯାଇଥାଏ କି ଛୁଞ୍ଚିର ବ୍ୟବହାର ବ୍ୟତୀତ ଏହାକୁ ଲଗାଯାଇପାରିବ। ଏଥିରେ ସାଇଡ଼ ଇଫେକ୍ଟର ଆଶଙ୍କା କମ ହୋଇଥାଏ।

କ୍ଲୋଡ଼ ଷ୍ଟୋରେଜର ସମସ୍ୟା ନାହିଁ:-

ZyCoV-D ଏହାର ଏକ ଭଲ କଥା ହେଉଛି କି, ଏହାକୁ ରଖିବା ପାଇଁ ତାପମାତ୍ରା ବହୁତ କମ ରଖିବାକୁ ପଡିନଥାଏ ଏହାର ଅର୍ଥ ହେଉଛି ଏହାର ଥର୍ମଷ୍ଟାବିଲିଟି ବହୁତ ଭଲ ଅଟେ। ଏଥିରେ କୋଲଡ଼ ଚେନ ର ସମସ୍ୟା ହେବନାହିଁ। ପ୍ଲାସମିଡ DNA ପ୍ଲାଟଫର୍ମରେ ଭ୍ୟାକ୍ସିନକୁ ବନାଇବାରେ ସହଜ ହୋଇଥାଏ। ଏଥିରେ ନ୍ୟୁନତମ ଜୈବ ସୁରକ୍ଷାର ଦରକାର ହୋଇଥାଏ। ଏହାସହ ଭେକଟର ସମ୍ବନ୍ଧୀୟ ଇମ୍ୟୁନିଟି କୌଣସି ଚିନ୍ତା ହୋଇନଥାଏ।

କଣ ଅଟେ ଏହି ପ୍ଲାସମିଡ ଆଧାରିତ DNA ଭ୍ୟାକ୍ସିନ:-

ପ୍ଲାସମିଡ ଆଧାରିତ DNA ଭ୍ୟାକ୍ସିନରେ ଆଣ୍ଟିଜେନ ବିଶିଷ୍ଟ ଇମ୍ୟୁନିଟିକୁ ବଢ଼ାଇବାର କାମ କରାଯାଇଥାଏ। ଯାହାକି ଇଂଫେକ୍ସନ ସହିତ ଲଢ଼ିବାରେ ସାହାର୍ଯ୍ୟ କରିଥାଏ। Plasmid DNA ହେବାର ସବୁଠାରୁ ବଡ଼ ଫାଇଦା ଏହା ଅଟେ କି ଏହାକୁ 2-8 ଡିଗ୍ରୀ ତାପମାନରେ ରଖାଯାଇ ପାରିବ। ଭାରତର ଦ୍ୱିତୀୟ କରୋନା ଭ୍ୟାକ୍ସିନ କୋଭ୍ୟାକ୍ସିନ ବାୟୋ ସେଫ୍ଟି ଲେଭେଲ 3 ଲ୍ୟାବରେ ବନାଯାଏ। ସେହିପରି ଜାୟଡଶ ଟୀକାକୁ ଲେଭେଲ 1 ଲ୍ୟାବରେ ବନାଯାଇଥାଏ।

ଏହାର ଫାଇଦା କଥା କହିବାକୁ ଗଲେ ଏହିପରି ନିର୍ମାଣରେ ବି ଓ ଟି ସେଲ ଉଭୟ ଆକ୍ଟିଭ ଥାଆନ୍ତି। ଭ୍ୟାକ୍ସିନ ଭଲ କାମ କରିଥାଏ। କୌଣସି ବି ସଂକ୍ରାମକ ଏଜେଣ୍ଟଙ୍କ ଅନୁପସ୍ଥିତିକୁ ଦର୍ଶାଇଥାଏ। ଏହାସହ ବହୁତ ଅଧିକ ଉତ୍ପାଦନରେ ମଧ୍ୟ ସହଜ ହୋଇଥାଏ।

ଭାରତର ଏହା ପ୍ରଥମ ଭ୍ୟାକ୍ସିନ ଯାହାକି 12 ରୁ 18 ବର୍ଷର ପିଲାଙ୍କ ଉପରେ ଟ୍ରାୟଲ ହୋଇଥିଲା। ଏହା ପ୍ରାରମ୍ଭରୁ 66 ପ୍ରତିଶତ ପ୍ରଭାବୀ ଥିଲା। ଏହାପରେ ଭ୍ୟାକ୍ସିନ ନେବାପରେ କାହା ଠାରେ ମଧ୍ୟ ମଧ୍ୟମ କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *