୪ ଓଭର ବୋଲିଙ୍ଗ କଲା ବେଳକୁ ହୋଇ ଯାଉଛନ୍ତି ହାଲିଆ, ଇଶାରା ଇଶାରାରେ ହାର୍ଦିକ ପାଣ୍ଡ୍ୟାଙ୍କୁ କଲେ ଟାର୍ଗେଟ କଲେ ଏହି କ୍ରିକେଟର

ବର୍ତ୍ତମାନ ସମୟରେ କ୍ରିକେଟ ବୋଲରଙ୍କ ଠାରୁ ବ୍ୟାଟ୍ସମ୍ୟାନଙ୍କ ଅଧିକ ଖେଳ ହୋଇଯାଇଛି। ଏହି ଖେଳରେ ଅଲରାଉଣ୍ଡର ଭୂମିକା ମଧ୍ୟ ଗୁରୁତ୍ୱ ହୋଇଯାଇଛି। କିନ୍ତୁ ଏହି ଅଲରାଉଣ୍ଡର ମଧ୍ୟ ଅଧିକ ଓଭର ବୋଲିଂ କରି ପାରୁନାହାନ୍ତି। ଏମିତିରେ ଭାରତକୁ ବିଶ୍ୱକପ ଜିତାଇଥିବା କପିଲ ଦେବ ଏକ ବଡ଼ ବୟାନ ଦେଇଛନ୍ତି।

କପିଲ ଦେବଙ୍କ ବଡ଼ ବୟାନ:-

ଭାରତୀୟ ଟିମର ପୂର୍ଵ ଅଧିନାୟକ କପିଲ ଦେବ କହିଛନ୍ତି କି, ଆଜିର ଜମାନାର ଅଲରାଉଣ୍ଡର 4 ଓଭର ପକାଇ ଥକା ଅନୁଭବ କରୁଥିବାର ଦେଖାଯାଉଛି ଯାହାକି ବହୁତ ଦୁଃଖଦ ଅଟେ। କପିଲ ଇଣ୍ଡିଆ ଟୁଡେକୁ କହିଥିଲେ କି, ଆଜିର କ୍ରିକେଟ ବହୁତ ବେସିକ ଅଟେ। ଆପଣଙ୍କୁ କେବଳ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ହୋଇଥାଏ। କ୍ରିକେଟ ଏବେ ବଦଳି ଯାଇଛି।

ମାତ୍ର 4 ଓଭର ପକାଇ ଥକି ଯାଉଛନ୍ତି ବୋଲର:-

କପିଲ ଦେବ କୁହନ୍ତି, ମୁଁ ଦେଖୁଛି କେତେଥର ବୋଲର 4 ଓଭର ପକାଇ ଥକି ଯାଉଛନ୍ତି। ମୁଁ ଶୁଣିଛି କି ତାଙ୍କୁ 3 କିମ୍ବା 4 ଓଭରରୁ ଅଧିକ ବୋଲିଂ କରିବାକୁ ଦିଆଯାଇ ନଥାଏ। କପିଲ କହିଥିଲେ ଆମ ସମୟରେ ଏମିତି କିଛି ନଥିଲା। ଯଦି ପ୍ରତିପକ୍ଷର ଶେଷ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରିବାକୁ ଆସିଥାଏ ତାହେଲେ ମଧ୍ୟ ଆମକୁ 10 ଓଭର ଫିଙ୍ଗିବାକୁ ପଡ଼ୁଥିଲା। ଏମାନଙ୍କ ସମୟରେ 4 ଓଭର ବହୁତ ହୋଇଥାଏ କିନ୍ତୁ ଆମ ସମୟରେ ଏମିତି କିଛି ନଥିଲା।

ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ସିଧାସଳଖ ଟାର୍ଗେଟ:-

ଭାରତୀୟ ଦ୍ରୁତ ବୋଲର ହାର୍ଦିକ ପାଣ୍ଡ୍ୟା ଆହତ କାରଣରୁ ବୋଲିଂ କରୁନାହାନ୍ତି ସେ କେବଳ ବ୍ୟାଟିଂ କରୁଛନ୍ତି। ଟିମରେ ତାଙ୍କର ପରିଚୟ ଏହାକି ଯେ ସେ ବୋଲିଂ ଓ ବ୍ୟାଟିଂରେ କମାଲ ଦେଖାଇ ପାରୁଥିବେ, କିନ୍ତୁ ଅଧିକତର ସେ ବ୍ୟାଟିଂ କରୁଛନ୍ତି ବୋଲିଂରେ ଆଉ ତାଙ୍କର ଭୂମିକା ରହୁନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *