ଏକ ସହଜ ଟ୍ରିକ ଦ୍ୱାରା ୨ କୋଟି ଟଙ୍କାର ଲଟେରୀ ଜିତିଗଲେ ମହିଳା, ଆପଣ ମଧ୍ୟ ହୋଇପାରିବେ ମାଲାମାଲ,ଜାଣନ୍ତୁ କିପରି

ଟଙ୍କାକୁ ସମସ୍ତେ ଚାହିଁଥାନ୍ତି ଏବଂ ସମସ୍ତେ ଭାବନ୍ତି ଯେ ଖୁବଶୀଘ୍ର ସେମାନେ ଧନୀ ହୋଇଯାନ୍ତୁ | ପରିଶ୍ରମ କରି ଧନୀ ହେବାପାଇଁ ବହୁତ ସମୟ ଲାଗିଥାଏ | ସେହିପରି ଯଦି ଆପଣ ନିଜର ଟିକେ ବୁଢ଼ୀ ଖଟାଇ କାମ କରନ୍ତି ତେବେ କମ ସମୟରେ ଅଧିକ ଟଙ୍କା ମଧ୍ୟ ରୋଜଗାର କରିପାରିବେ | ବେଳେବେଳେ ଭାଗ୍ୟ ମଧ୍ୟ ଆପଣଙ୍କୁ ଗୋଟିଏ ଝଟକାରେ ଧନୀ କରିଦିଏ | ଆମେ ସମସ୍ତେ ମଧ୍ୟ ଜୀବନରେ କୌଣସି ମୁହୂର୍ତ୍ତରେ ଏହା କଳ୍ପନା କରିଥାନ୍ତି ଯେ ଆମର ଲକ୍ଷ କିମ୍ବା କୋଟି କୋଟି ଟଙ୍କାର ଲଟେରୀ ଲାଗିଯାଉ ଏବଂ ଆମେ ବିନା ପରିଶ୍ରମରେ ଧନୀ ହୋଇଯାଉ |

ତେବେ ଲଟେରୀ ଜିତିବା ସମସ୍ତଙ୍କ ଦ୍ୱାରା ହୋଇନଥାଏ | ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କୁ ଏହା ଲାଗୁଥିବ ଯେ ଲଟେରୀ ଜିତିବା ଭାଗ୍ୟ ଉପରେ ନିର୍ଭର କରିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଭାଗ୍ୟ ନୁହେଁ ବରଂ ବୁଦ୍ଧି ବଳରେ ଲଟେରୀ ଜିତିଗଲେ | ଲଟେରୀ ଜିତିବା ପାଇଁ ମହିଳାଜଣକ ଏକ ଖାସ ଟ୍ରିକ ଆପଣାଇଲେ, ଯାହାପରେ ସେ ୩.୩ କୋଟି ଟଙ୍କାର ଲଟେରୀ ଜିତିଗଲେ | ତେବେ ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ଯେ ମହିଳାଜଣକ ଏହି ଲଟେରୀକୁ କିପରି ଜିତିଲେ |

ମଣିଷର ଅଭ୍ୟାସ ଏହା ଯେ ସେ ଜିନିଷକୁ ଜଟିଳ କରିଦିଏ | କିନ୍ତୁ ବେଳେବେଳେ ଆମେ ସରଳ ଟ୍ରିକ ଆପଣାଇ ମଧ୍ୟ ସଫଳତା ହାସଲ କରିପାରିବା | ତଥାପି, ଏହା କରିବା ପାଇଁ ଆପଣଙ୍କ ଭିତରେ ବହୁତ ଧର୍ଯ୍ୟ ରଖିବା ଆବଶ୍ୟକ | ବର୍ତ୍ତମାନ ସେଣ୍ଟ ଚାର୍ଲ୍ସର ଜ୍ୟାକଲିନ ବର୍ନହପଙ୍କୁ ନିଅନ୍ତୁ | ସେ ଏକ ଖାସ ଟ୍ରିକ ଆପଣାଇ ଦୁଇ କୋଟିରୁ ଅଧିକ ରକମର ଟଙ୍କା ରୋଜଗାର କରିଛନ୍ତି |

ବାସ୍ତବରେ ଜ୍ୟାକଲିନ ମିସୌରୀ ଲଟେରୀ କିଣିଥିଲେ | ସେ ବିଲକୁଲ ସମାନ ସଂଖ୍ୟାର ସେଟ ପ୍ରତି ସପ୍ତାହରେ କିଣିଥିଲେ | ସେ ଏପରି ତିନି ବର୍ଷ ପର୍ଯ୍ୟନ୍ତ କରି ଚାଲିଲେ | ଏହା ପରେ ଯେତେବେଳେ ଲଟେରୀର ଫଳାଫଳ ସାମ୍ନାକୁ ଆସିଲା ସେତେବେଳେ ସେ ଏହାକୁ ଦେଖି ଚମକି ପଡିଲେ | ତାଙ୍କର ସମସ୍ତ ପାଞ୍ଚଟି ସଂଖ୍ୟା ମ୍ୟାଚ କଲା | ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ | ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ | ସେ ଏହି ନମ୍ବରକୁ ବାରମ୍ବାର ପଢିଲେ | ତାଙ୍କୁ ଏହା ଅବିଶ୍ୱସନୀୟ ଲାଗିଲା |

ଲଟେରୀ ଜିତିବା ପରେ ସେ ମିସୌରୀ ଲଟେରୀ ଅଧିକାରୀଙ୍କୁ କହିଥିଲେ ଯେ ସେ ସେଣ୍ଟ ଚାର୍ଲ୍ସର ଶଙ୍କର ମାର୍କେଟରୁ ଜୁନ ୧୩ ର ଡ୍ରଇଂ ପାଇଁ ଏକ ଟିକେଟ କିଣିଥିଲେ | ଏଠାରେ ସେ ସେହି ନମ୍ବରର ସେଟ କିଣିଥିଲେ ଯାହା ସେ ଗତ ତିନିବର୍ଷ ଧରି କିଣୁଥିଲେ | ବାସ ତାଙ୍କର ଏହି ଟ୍ରିକ କାମ କଲା | ଯଦି ଦେଖାଯାଏ ଅନେକ ଥର ଲଟେରୀ ନିଆଯାଏ, ତେବେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଜିତିବାର ସମ୍ଭାବନା ଗୋଟିଏ ସମୟରେ ବଢିଯାଏ |

ଏହି ଟ୍ରିକ ଜ୍ୟାକଲିନ ବର୍ନହପଙ୍କ ପାଇଁ କାମ କଲା | ନିଜର ଟ୍ରିକ ଏବଂ ଧର୍ଯ୍ୟ ବଳରେ ସେ $ 319,500 ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୨.୩ କୋଟି ଟଙ୍କା ଜ୍ୟାକପଟ ଜିତିଗଲେ | ସୋସିଆଲ ମିଡିଆରେ ତାଙ୍କର ଏହି ଟ୍ରିକକୁ ବହୁତ ପ୍ରଶଂସା କରାଯାଉଛି | ସମସ୍ତେ ଏହା ଭାବୁଛନ୍ତି ଯେ ଏତେ ସିମ୍ପଲ ଟ୍ରିକ ଟଙ୍କା ମନକୁ କାହିଁକି ଆସିଲା ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *