ଇଂଲଣ୍ଡ ବିପକ୍ଷରେ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା। ଦଳରୁ ବାଦ ପଡ଼ିଲେ ଏହି ଓପନର

ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜୟ ପରେ ମଧ୍ୟ ଭାରତକୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ରହିଛି। କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳକୁ ଏକ ଝଟକା ଲାଗିଛି।

ଶୁବମନ ଗିଲ ବାହାର ହୋଇପାରନ୍ତି:-

ଭାରତୀୟ ସଲାମୀ ଓପନର ଶୁବମନ ନିଜର ଅଜ୍ଞାତ ଆଭ୍ୟନ୍ତରୀଣ ଆଘାତ ପାଇଁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବାଦ ପଡ଼ି ପାରନ୍ତି। ତାଙ୍କ ସ୍ଥାନରେ ଅଭିମନ୍ୟୁ ମିଥୁନଙ୍କୁ ନିଆଯିବ ଓ ତାଙ୍କୁ ଷ୍ଟାଣ୍ଡ ବାଏ ଭାବରେ ଦଳରେ ରଖାଯାଇଛି। ଏହା ସ୍ପଷ୍ଟ ହୋଇନାହିଁ କି, ଅଗଷ୍ଟ 4 ତାରିଖ ପୂର୍ବରୁ ଗିଲଙ୍କର ଅପରେସନ ହେବ କି ନାହିଁ।

ଗିଲ ହେଲେ ଆହତ:-

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଜଣେ ସିନିୟର ଅଧିକାରୀ ଗୋପାନୀୟତାର ସର୍ତ୍ତରେ କହିଥିଲେ କି, ଶୁବମନ ସମସ୍ତ ଟେଷ୍ଟରୁ ବାଦ ପଡିବାର ସମ୍ଭାବନା ରହିଛି। ଏବେ ଏଥିରେ ଗୋଟିଏ ମାସର ସମୟ ରହିଛି। ଆମକୁ ଯେତିକି ଜଣାଅଛି ଆଘାତ ବହୁତ ଗମ୍ଭୀର ଅଟେ। ଗିଲଙ୍କର ଏହି ଆଘାତକୁ ଭଲ ହେବାପାଇଁ ବହୁତ ସମୟ ଲାଗିବ। ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ଅନ୍ୟ ଦୁଇ ଓପନର ରହିଛନ୍ତି। ଯଦି ଗିଲ ବାଦ ପଡ଼ନ୍ତି ତାହେଲେ ଈଶ୍ବରନଙ୍କୁ ଦଳରେ ସାମିଲ କରାଯିବ।

ଖରାପ ଫର୍ମରେ ଚାଲୁଛନ୍ତି ଶୁବମନ ଗିଲ:-

ଶୁବମାନ ଗିଲ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ସମ୍ପୂର୍ଣ୍ଣ ଭାବରେ ଫେଲ ହୋଇଗଲେ। ଗିଲ ପ୍ରଥମ ପାଳିରେ 28 ଓ ଦ୍ଵିତୀୟ ପାଳିରେ ମାତ୍ର 8 ରନ କରିପାରିଥିଲେ। ଏତିକି ମଧ୍ୟ ନୁହେଁ ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଘରୋଇ ମ୍ୟାଚରେ ତାଙ୍କ ବ୍ୟାଟରୁ କେବଳ 4 ମ୍ୟାଚରୁ 119 ରନ ବାହାରିଥିଲା। ଏହାମଧ୍ୟରେ ତାଙ୍କର ବ୍ୟାଟ ରୁ କେବଳ ଗୋଟିଏ ଅର୍ଧଶତକ ବାହାରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *