ଆଜି ୨୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଆଜି ରାଜ୍ୟର କିଛି ସ୍ଥାନରେ ଝଡତୋଫାନ,ଘଡଘଡି ସହିତ ମଧ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି। ଏଥି ସହିତ ୨୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଝଡତୋଫାନ ସହିତ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଝଡତୋଫନ,ଘଡଘଡି ସହିତ ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଆଉ ସେହି ଜିଲ୍ଲା ଗୁଡ଼ିକ ହେଉଛି – କୋରାପୁଟ ଜିଲ୍ଲା,ମାଲକାନଗିରି ଜିଲ୍ଲା,ସମ୍ବଲପୁର ଜିଲ୍ଲା,ଦେବଗଡ଼ ଜିଲ୍ଲା,ସୁନ୍ଦରଗଡ଼ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,ଅନୁଗୁଳ ଜିଲ୍ଲା ଓ କଟକ ଜିଲ୍ଲା।

Google

ଆଉ ସେହିପରି ରାଜ୍ୟର ବାଲେଶ୍ୱର ଜିଲ୍ଳା,ଭଦ୍ରକ ଜିଲ୍ଳା,ଯାଜପୁର ଜିଲ୍ଲା,କେନ୍ଦ୍ରାପଡ଼ା ଜିଲ୍ଲା,କଟକ ଜିଲ୍ଲା,ଜଗତସିଂହପୁର ଜିଲ୍ଲା,ପୁରୀ ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା,ନୟାଗଡ଼ ଜିଲ୍ଲା,ଗଂଜାମ ଜିଲ୍ଲା,ଗଜପତି ଜିଲ୍ଲା,କେନ୍ଦୁଝର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଳା,ସୁନ୍ଦରଗଡ଼ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ଦେବଗଡ଼ ଜିଲ୍ଲା,ଅନୁଗୋଳ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,କନ୍ଧମାଳ ଜିଲ୍ଲା,ରାୟଗଡ଼ା ଜିଲ୍ଲା,କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *