ଭ୍ଲାଦିମିର ପୁଟିନଙ୍କଠାରୁ ଆରମ୍ଭ କରି ଇମ୍ରାନ ଖାନଙ୍କ ପର୍ଯ୍ୟନ୍ତ, ଏହା ହେଉଛି ଦୁନିଆର ୮ ଜଣ ନେତାଙ୍କର ଅଜବ ଅଭ୍ୟାସ

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ :-

ନ୍ୟୁଜୱିକ ଅନୁଯାୟୀ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜର ଡେଲି ରୁଟିନ ବହୁତ ପସନ୍ଦ | ପୁଟିନ ରାତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାକୁ ପସନ୍ଦ କରନ୍ତି ଏବଂ ଦ୍ୱିପ୍ରହରର କିଛି ସମୟ ପୂର୍ବରୁ ସେ ଶୋଇକି ଉଠନ୍ତି | ଜଳଖିଆ ପାଇଁ ସେ ପନିର, ଆମଲେଟ ଏବଂ ଫଳରସ ନିଅନ୍ତି | ଏହା ପରେ କଫି ପିଇବା ପରେ ଦୁଇ ଘଣ୍ଟା ପହଁରିଥାନ୍ତି | ତା’ପରେ ୱେଟ ଲିଫଟିଙ୍ଗ କରନ୍ତି | ଏହାପରେ ଗରମ ଏବଂ ଥଣ୍ଡା ପାଣିରେ ଗାଧୋଇ ଥାଆନ୍ତି |

ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ :-

ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ ନିଜ ଜୀବନର ୩୫ ବର୍ଷ କମ୍ୟୁନିଷ୍ଟ ପୂର୍ବ ଜର୍ମାନୀରେ ବିତାଇଥିଲେ | ସେଠାରେ ଉପଭୋକ୍ତା ସାମଗ୍ରୀର ଅଭାବ କାରଣରୁ ଦୋକାନରେ ଲମ୍ବା ଧାଡି ଲାଗୁଥିଲା | ଆରମ୍ଭ ଦିନରେ ମଧ୍ୟ ମର୍କେଲଙ୍କୁ ଧାଡିରେ ଠିଆ ହେବାରୁ ବଞ୍ଚିବାପାଇଁ ଫୁଡ ପ୍ୟାକେଟ ଷ୍ଟୋର କରିବାର ଅଭ୍ୟାସ ଥିଲା | ଏହି ଅଭ୍ୟାସ ଆଜି ବି ସେହିଭଳି ରହିଛି | ମର୍କେଲ ଆଜି ବି ଖାଦ୍ୟ ଜମା କରନ୍ତି | ସେ ଏପରି ଜିନିଷ କିଣନ୍ତି, ଯାହାର ବାସ୍ତବରେ ଆବଶ୍ୟକ ହୁଏନାହିଁ |

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ :-

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପିଲାମାନଙ୍କର କାନ ଟାଣିବା କିମ୍ବା ଦଳିବା ଭଳି ଏକ ଅଦ୍ଭୁତ ଅଭ୍ୟାସ ରହିଛି | ପିଲାମାନଙ୍କ ସହିତ ପିଏମ ମୋଦୀଙ୍କର ଏପରି ଅନେକ ଫଟୋ ରହିଛି | ପିଏମ ମୋଦି ପିଲାମାନଙ୍କ ସହିତ ଖୁବ ମିଶିଯାନ୍ତି | କିଛି ଫଟୋଗୁଡିକରେ ପିଏମ ମୋଦି ପିଲାମାନଙ୍କର କାନ ଟାଣୁଥିବାର ଦେଖା ଯାଇଛନ୍ତି |

ପାକିସ୍ତାନର ପିଏମ ଇମ୍ରାନ ଖାନ :-

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଖାଇବା ପିଇବାକୁ ନେଇ ଏକ ଅଭ୍ୟାସ ରହିଛି | ଇମ୍ରାନ ଖାନଙ୍କ ଦ୍ୱିତୀୟ ସ୍ତ୍ରୀ ରେହମ ଖାନ ଏକ ଇଣ୍ଟରଭିୟୁରେ କହିଥିଲେ ଯେ ଇମ୍ରାନ ଖାଇବା ପିଇବାରେ ବହୁତ ଭଲ ପାଆନ୍ତି | ଅନେକଥର ତ ସେ କର୍ମଚାରୀଙ୍କ ଘରୁ ମଧ୍ୟ ଖାଦ୍ୟ ମାଗି ଖାଇଥା’ନ୍ତି |

ଭେଟିକନ ସିଟିର ରାଜ୍ୟପାଳ ପୋପ ଫ୍ରାନ୍ସିସ :-

କ୍ୟାଥୋଲିକ ସମ୍ପ୍ରଦାୟର ୨୬୬ ତମ ପୋପ ଫ୍ରାନ୍ସିସଙ୍କୁ ତ ଫୁଟବଲ ମ୍ୟାଚ ଦେଖିବା, ଆଇସ୍କ୍ରିମ-ପିଜା ଖାଇବାକୁ ଭଲ ଲାଗେ | କିନ୍ତୁ ତାଙ୍କୁ ଆଫ୍ରିକୀୟ ନୃତ୍ୟ ଫର୍ମ ଟାଙ୍ଗୋ ମଧ୍ୟ ବହୁତ ଭଲ ଲାଗେ |

ଦଲାଇ ଲାମା :-

ଚତୁର୍ଦ୍ଦଶ ଦଲାଇ ଲାମା ଟେନଜିନ ଗୟାତସୋଙ୍କୁ ବହୁ ସମୟ ଧରି ଘଣ୍ଟାଗୁଡିକର କାମ କରିବାର ଦିଗରେ ବହୁ ଆଗ୍ରହ ଦେଖାଉଥିଲେ | ଥରେ ତ ସେ ଘଣ୍ଟାର ପାର୍ଟଗୁଡିକୁ ଖୋଲି ପୁଣିଥରେ ତାକୁ ଯୋଡି ଦେଇଥିଲେ | ଏହା ବ୍ୟତୀତ ସେ ସେ ସେହି ଘଣ୍ଟାକୁ ବହୁତ ଧ୍ୟାନ ଦେଉଥିଲେ, ଯେଉଁ ଘଣ୍ଟାକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ ଗିଫ୍ଟ କରିଥିଲେ |

କୁଇନ ଏଲିଜାବେଥ :-

ଅଣଆନୁଷ୍ଠାନିକ ରାଜକୀୟ ଜୀବନୀ ଲେଖକ ବ୍ରାଏନ ହୋଙ୍କ ଅନୁଯାୟୀ, ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଚମଗାଦଢରେ ଆଗ୍ରହ ଥିଲା | ସେ ରାଜପ୍ରାସାଦର ମୁଖ୍ୟ ହଲରେ ରହୁଥିବା ଚମଗାଦଢମାନଙ୍କ ପାଇଁ ରାଜକୀୟ ସୁରକ୍ଷା ମଧ୍ୟ ବଢ଼ାଇ ଦେଇଥିଲେ | ହାଉସ କ୍ୟାମ୍ପିଙ୍ଗ ଷ୍ଟାଫଙ୍କୁ କାମ କରିବା ସମୟରେ ଚମଗାଦଢଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି | 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *