ଓଜନ କମାଇବା ପାଇଁ ହେଲେ ଦାନ୍ତ ଗୁଡ଼ିକରେ ଲଗାଇବାକୁ ପଡିବ ଏହି ତାଲା, ଦୁଇ ସପ୍ତାହରେ କମ କରିପାରିବେ ୬ କିଲୋ ଓଜନ,ଜାଣନ୍ତୁ କିପରି

ମୋଟାପଣ ପାଇଁ ଯେଉଁ ଲୋକ ଚିନ୍ତିତ ଅଛନ୍ତି, ତାଙ୍କପାଇଁ ଏକ ଭଲ ଖବର ଅଛି | ବୈଜ୍ଞାନିକମାନେ ଏକ ଖାସ ଡିଭାଇସ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ମାତ୍ର ଦୁଇସପ୍ତାହରେ ଛଅ କିଲୋ ପର୍ଯ୍ୟନ୍ତ ଓଜନ କମ କରାଯାଇପାରିବ | ତେବେ ବୈଜ୍ଞାନିକମାନଙ୍କ ଦ୍ୱାରା ଦାନ୍ତରେ ଲଗାଇବାପାଇଁ ଯେଉଁ ଡିଭାଇସ ପ୍ରସ୍ତୁତ କରାଯାଇଛି, ତାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି |

ନ୍ୟୁଜିଲ୍ୟାଣ୍ଡର ଓଟାଗୋ ୟୁନିଭର୍ସିଟିରେ ରିସର୍ଚ୍ଚରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଭାଇସର ନାମ Dental Slim Diet Control ରଖାଯାଇଛି | ଏହି ଡିଭାଇସକୁ ମୋଟା ଲୋକଙ୍କ ଦାନ୍ତରେ ଫିଟ କରି ଦିଆଯାଏ | ଏହାକୁ ଲଗାଇବାପରେ ବ୍ୟକ୍ତି କଠିନ ଖାଦ୍ୟ ଖାଇପାରେ ନାହିଁ ଏବଂ ଅଧିକରୁ ଅଧିକ ତରଳ ପଦାର୍ଥ ଖାଇବା ଆରମ୍ଭ କରେ, ଯେଉଁ କାରଣରୁ ଓଜନ ନିଜେ ନିଜେ କମିବାକୁ ଲାଗେ |

ଏହି ଡିଭାଇସ ଏକ ମ୍ୟାଗନେଟିକ କଂଟ୍ରାପ୍ସନ ଅଟେ, ଯାହା ଏକ ବୋଲ୍ଟ ମାଧ୍ୟମରେ ମୋଟା ଲୋକଙ୍କ ଦାନ୍ତରେ ଲାଗିଥାଏ | ଏହି କାରଣରୁ ଜଣେ ବ୍ୟକ୍ତି ୨ ମିମିରୁ ଅଧିକ ପାଟି ଖୋଲି ପାରିବ ନାହିଁ | ତଥାପି, ରିସର୍ଚ୍ଚରମାନେ ଦାବି କରିଛନ୍ତି ଯେ ଡିଭାଇସ ଲଗାଇବା ବ୍ୟକ୍ତି କହିବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ ନାହିଁ |

ୱେବସାଇଟ ଦି ସନ ରିପୋର୍ଟ ଅନୁଯାୟୀ, ଏହି ଡିଭାଇସକୁ ପ୍ରସ୍ତୁତ କରିବା ପରେ ଯେତେବେଳେ ଟ୍ରାଏଲ ହୋଇଥିଲା, ସେତେବେଳେ ସଫଳତା ମଧ୍ୟ ମିଳିଲା | ଦୁଇ ସପ୍ତାହ ମଧ୍ୟରେ ଲୋକମାନେ ୬ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ କମ କଲେ | ଯେଉଁମାନେ ଏହି ଡିଭାଇସ ଡିଜାଇନ କରିଛନ୍ତି ସେମାନେ କୁହନ୍ତି ଯେ ମୋଟାପଣ ପାଇଁ କରାଯାଉଥିବା ସର୍ଜରୀଠାରୁ ଏହା ଏକ ଶସ୍ତା ଏବଂ ଭଲ ବିକଳ୍ପ ଅଟେ |

ଡେଣ୍ଟାଲ ସ୍ଲିମ ଡାଏଟ କଣ୍ଟ୍ରୋଲ ଡିଭାଇସ ତିଆରି କରିଥିବା ପ୍ରଫେସର ପଲ ବ୍ରଣ୍ଟନ କହିଛନ୍ତି ଯେ ଡେଂଟିଷ୍ଟ ଏହି ଡିଭାଇସକୁ ଲଗାଇପାରିବେ | ସେହିପରି ଏହା ମଧ୍ୟ ଏକ ବିଶେଷ କଥା ଯେ ଏହାକୁ ଯେକୌଣସି ସମୟରେ ସହଜରେ ବାହାର କରାଯାଇପାରିବ ଏବଂ ପୁଣିଥରେ ଲଗାଯାଇପାରିବ |

ପ୍ରଫେସର ପଲ ବ୍ରଣ୍ଟନ କହିଛନ୍ତି ଯେ ଏହି ଡିଭାଇସ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୌଣସି ପ୍ରକାରର ସାଇଡ ଇଫେକ୍ଟ ପଡ଼ିବନାହିଁ | ଡାଏଟିସିଆନ କ୍ୟାଥ ଫାଉହି କହିଛନ୍ତି ଯେ ଏହା ସେହି ଲୋକଙ୍କ ପାଇଁ ଲାଭକାରୀ ହେବ, ଯେଉଁମାନେ ସର୍ଜରୀ ପୂର୍ବରୁ ନିଜର ଓଜନ କମ କରିବାକୁ ଚାହାଁନ୍ତି |

ତେବେ ଗୋଟିଏ ପଟେ ଯେଉଁଠାରେ ଏହି ଡିଭାଇସକୁ ପ୍ରସ୍ତୁତ କରିଥିବା ଲୋକମାନେ ଏହାର ଲାଭ ଗଣନା କରୁଛନ୍ତି, ସେହିପରି ସୋସିଆଲ ମିଡିଆରେ ଏହାକୁ ନେଇ ଟଣାଓଟରା ଚାଲିଛି | ଓଟାଗୋ ୟୁନିଭର୍ସିଟିର ପୋଷ୍ଟରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ‘ମତେ ଲାଗୁଛି ଏହା ବିଲକୁଲ ଭୟାନକ ଅଟେ’ |

ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ସମସ୍ୟା ଏହା ଯେ ଆମେ ମୋଟା ଲୋକ ନିଜର ପାଟି ବନ୍ଦ ରଖିପାରିବୁ ନାହିଁ’ | ଆଉ ଜଣେ ୟୁଜର ଲେଖିଛନ୍ତି, ‘ କଣ ଏହା ଥଟ୍ଟା କରାଯାଉଛି ?’ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *