ଏହି ଖେଳାଳି ଗୋଟିଏ ଦିନରେ ରୋଜଗାର କଲେ 743 କୋଟି କିନ୍ତୁ ବିରାଟ କୋହଲି ବର୍ଷସାରା ରୋଜଗାର କରୁଛନ୍ତି ମାତ୍ର 196 କୋଟି

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ମହଙ୍ଗା ଖେଳାଳିଙ୍କ ଭାବରେ ପରିଚିତ, ଯିଏକି ସବୁଠାରୁ ଲକଜୁରୀୟସ ଜୀବନ ଅତିବାହିତ କରିଥାନ୍ତି। ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଅଟନ୍ତି, ଫୋବର୍ଷ ଲିଷ୍ଟରେ ବିରାଟ କୋହଲି ବାର୍ଷିକ 196 କୋଟି ଟଙ୍କା ରୋଜଗାର ସହିତ ଦୁନିଆର ସବୁଠାରୁ ଧନୀ କ୍ରିକେଟର ଅଟନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ଜଣେ ଖେଳାଳି ଗୋଟିଏ ଦିନରେ କୋହଲିଙ୍କ ବାର୍ଷିକ ରାଶିର 3 ଗୁଣା ଗୋଟିଏ ଦିନରେ କମାଇ ଦେଲେ।

ମେୱେଦର ଗୋଟିଏ ଦିନରେ କମାଇଲେ 742 କୋଟି ଟଙ୍କା:-

ଆମେରିକାର ପ୍ରଫେସନାଲ ବକ୍ସର ଫ୍ଲୟଡ଼ ମେୱେଦର ଗୋଟିଏ ଦିନରେ 742 କୋଟି ଟଙ୍କା କମାଇଦେଲେ। ନିଜେ ମେୱେଦର ଏହାର ଖୁଲାସା ନିଜର ଇଂଷ୍ଟାଗ୍ରାମରେ କରିଥିଲେ। ମେୱେଦର କହିଥିଲେ, ୟୁଟ୍ୟୁବର ଲଗନ ପଲଙ୍କ ସହିତ ଏକ ଫାଇଟ ସମୟରେ ସେ ମୋଟ 100 ମିଲିୟନ ଡ଼ଲାର ରୋଜଗାର କରିଥିଲେ।

ନକଲି ଫାଇଟ ଜରିଆରୁ 100 ମିଲିୟନ ଡ଼ଲାର ରୋଜଗାର:-

ମେୱେଦର ଓ ଲାଗନଙ୍କ ମଧ୍ୟରେ ହୋଇଥିବା ଏହି ଫାଇଟ ସମ୍ପୂର୍ଣ୍ଣ ଭାବରେ ନକଲି ଥିଲା। ନିଜେ ଆମେରିକୀୟ ବକ୍ସର ମେୱେଦର ଏହାର ଖୁଲାସା କରିଥିଲେ। ମେୱେଦରଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହିଥିଲେ, ସେ ଏକ ନକଲି ଫାଇଟ ଜରିଆରୁ 100 ମିଲିୟନ ଡ଼ଲାର କମାଇଥିଲେ।

ଏବେପର୍ଯ୍ୟନ୍ତ ଗୋଟିଏ ମଧ୍ୟ ମୁକାବିଲା ହାରିନାହାନ୍ତି ମେୱେଦର:-

ଆପଣଙ୍କୁ ଜଣାଇଦେଉଛୁ କି, ମେୱେଦର ନିଜର କ୍ୟାରିଅର ମଧ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହାନ୍ତି। 2017 ମସିହାରେ କିନ୍ତୁ ସେ ବକ୍ସିଂରୁ ସନ୍ୟାସ ଘୋଷଣା କରିଥିଲେ। ତାଙ୍କ ପାଖରେ ବହୁତ ଆଲିଶାନ ଗାଡି ମାନ ରହିଛି। ମେୱେଦରଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ରହିଛି ଯାହାର ଦର 334 କୋଟି ଟଙ୍କା ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *