ବୟଫ୍ରେଣ୍ଡର ଡେଡ଼ ବଡିରୁ ସ୍ପରମ ନେଇ ପ୍ରେ-ଗ୍ନେ-ଣ୍ଟ ହୋଇଗଲା ଗାର୍ଲଫ୍ରେଣ୍ଡ

ୱାର୍ଲଡ ସ୍ନୋବୋର୍ଡ ଚାମ୍ପିଅନସିପର ଦୁଇଥର ଜିତିଥିବା ଶୀତକାଳୀନ ଅଲିମ୍ପିଆନ ଆଲେକ୍ସ ପୁଲିନଙ୍କର ଗତ ବର୍ଷ ଏକ ଦୁର୍ଘଟଣାରେ ମୃ-ତ୍ୟୁ ହୋଇ ଯାଇଥିଲା | ତେବେ ତାଙ୍କ ଗର୍ଲଫ୍ରେଣ୍ଡ ଆଲେକ୍ସଙ୍କ ମୃ-ତ୍ୟୁ-ର ୨୪ ଘଣ୍ଟା ପରେ ସ୍ପରମ କଲେକଟ କରିଥିଲେ ଏବଂ ଆଜି ଏକ ବର୍ଷ ପରେ ସେ ଆଲେକ୍ସଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି |

ଜୁଲାଇ ୨୦୨୦ ରେ ଆଲେକ୍ସ ଅଷ୍ଟ୍ରେଲିଆରେ ଏକ ବଡ଼ ଦୁର୍ଘଟଣାରେ ମୃ-ତ୍ୟୁ ବରଣ କରିଥିଲେ | ସେ ଏଲିଡେ ଭ୍ଲଗଙ୍କ ସହିତ ଗତ ୮ ବର୍ଷ ଧରି ସହିତ ସମ୍ପର୍କ ରଖିଥିଲେ | ଏଲିଡେଙ୍କ ନିର୍ଦ୍ଦେଶରେ ଡାକ୍ତରମାନେ ଆଲେକ୍ସଙ୍କ ଶରୀରରୁ ସୁସ୍ଥ ସ୍ପରମକୁ ବାହାର କରିବାରେ ସକ୍ଷମ ହୋଇଥିଲେ |

ଏଲିଡେ ଇନଷ୍ଟାଗ୍ରାମରେ ନିଜର ପ୍ରେଗ୍ନେନ୍ସି କୁ ନେଇ କନଫର୍ମ କରିସାରିଛନ୍ତି | ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ମୋ ପୁଅ ଅକ୍ଟୋବରରେ ଆସୁଛି | ମୁଁ ଏବଂ ଆଲେକ୍ସ ଗତ କିଛି ବର୍ଷ ଧରି ଶିଶୁ ପାଇଁ ପ୍ରସ୍ତୁତ ହେଉଥିଲୁ | ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ପର୍ଯ୍ୟାୟ ହୋଇଛି କିନ୍ତୁ ଶେଷରେ ମୁଁ ଭଲ ଅନୁଭବ କରୁଛି |

ଏଲିଡେ ସେଭେନ ନ୍ୟୁଜ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଆଲେକ୍ସଙ୍କ ମୃ-ତ୍ୟୁ ପରେ କିଛି ସପ୍ତାହ ପର୍ଯ୍ୟନ୍ତ ମୁଁ ଆଶା କରୁଥିଲି ଯେ ମୁଁ ଗର୍ଭବତୀ ହୋଇଯାଏ | ଆମେ ବହୁତ ସମୟ ଆଗକୁ ଗୋଟିଏ ପିଲା ଜନ୍ମ କରିବାପାଇଁ ପ୍ଲାନ କରୁଥିଲୁ ଏବଂ ଏହି କାରଣରୁ ଆମେ IVF ଟେକନିକକୁ ନେଇ ମଧ୍ୟ ବିଚାର କରୁଥିଲୁ |

ସେ ଆଗକୁ କହିଛନ୍ତି ଯେ ମୁଁ ବହୁତ ମିଶ୍ରିତ ଭାବନାକୁ ନେଇ ଗତି କରୁଛି | ମୁଁ ଆଲେକ୍ସଙ୍କୁ ବହୁତ ମିସ କରେ | କିନ୍ତୁ ଅତି କମରେ ମୋ ପାଖରେ ତାଙ୍କ ସନ୍ତାନ ଅଛି ଏବଂ ଏହା ହିଁ ମୋ ପାଇଁ ସବୁଠାରୁ ବଡ଼ ଗିଫ୍ଟ ଅଟେ | ଆମେ କେବେ ଭାବି ନ ଥିଲୁ ଯେ ଏପରି ହୋଇଯିବ | ଗତ ଏକ ବର୍ଷ ମଧ୍ୟରେ ମୋ ସହିତ ଯାହା ବି ହୋଇଛି, ସେସବୁକୁ ମୁଁ ବର୍ତ୍ତମାନ ମଧ୍ୟ ବିଶ୍ୱାସ କରିପାରୁ ନାହିଁ |

କୁଇନ୍ସଲ୍ୟାଣ୍ଡ ସହର ନିୟମ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ୩୬ ଘଣ୍ଟା ମଧ୍ୟରେ ସ୍ପରମକୁ କଲେକଟ କରାଯାଇପାରେ | ଆମେ ମଧ୍ୟ ସେହିପରି କରିବାକୁ ନିଷ୍ପତ୍ତି ନେଇଥିଲୁ | ଏହି ସମୟରେ ଆଲେକ୍ସଙ୍କ ବାପାମା ମଧ୍ୟ ଅଷ୍ଟ୍ରେଲିଆରେ ଉପସ୍ଥିତ ଥିଲେ | ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ମୁଁ ଏହି କାହାଣୀକୁ ସୋସିଆଲ ମିଡିଆରେ ସେୟାର କରୁଛି |

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲୀୟ ସ୍ନୋବୋର୍ଡର୍ ଆଲେକ୍ସ ୨୦୧୦, ୨୦୧୪ ଏବଂ ୨୦୧୮ ମସିହାରେ ଶୀତକାଳୀନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ଦୁଇଥର ସ୍ନୋବୋର୍ଡ କ୍ରସ ୱାର୍ଲଡ ଚାମ୍ପିଅନ ହୋଇଥିଲେ | ଅଲିମ୍ପିକ୍ସ ବ୍ୟତୀତ ଆଲେକ୍ସ ୨୦୦୮ ରେ ଶୀତକାଳୀନ ଏକ୍ସ ଗେମ୍ସରେ ଭାଗ ନେଇଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *