ଅଗଷ୍ଟ ମାସରେ ଟ୍ରମ୍ପ ପୁଣିଥରେ ହେବାକୁ ଯାଉଛନ୍ତି ଆମେରିକାର ରାଷ୍ଟ୍ରପତି ! ଦାବି ବଢ଼ାଇଲା ଆମେରିକା ସରକାରଙ୍କ ଚିନ୍ତା

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଡେମୋକ୍ରାଟିକ ପାର୍ଟିର ନେତା ଜୋ ବାଇଡେନ ଏହି ନିର୍ବାଚନକୁ ଜିତି ରାଷ୍ଟ୍ରପତି ହୋଇଥିଲେ। କିନ୍ତୁ ସେଠାରେ ଏବେ ଏହିକଥା ପ୍ରଚାରିତ ହେଉଛି କି ଅଗଷ୍ଟ ମାସରେ ରିପବ୍ଲିକାନ ପାର୍ଟିର ନେତା ଡୋନାଲଡ଼ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି କଥା ବର୍ତ୍ତମାନ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗରେ ଚିନ୍ତା ଜାତ କରିଦେଲା।

ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ ରାଷ୍ଟ୍ରପତି ରୂପରେ ଡୋନାଲଡ଼ ଟ୍ରମ୍ପଙ୍କୁ ସତ୍ତାକୁ ଆଣିବା ପାଇଁ ଏହି ଅଜବ ଗୁଜବ ସେଠାରେ ଚିନ୍ତାର ହଲଚଲ ଜାତ କରିଦେଇଛି। ଏହି ବିଚାର ସିଡନୀ ପାୱେଲ ସହିତ ପୂର୍ବ ରାଷ୍ଟ୍ରପତିଙ୍କ ପାଖାପାଖି ଲୋକଙ୍କ ଦ୍ୱାରା ଅଣାଯାଇଛି।

ନିର୍ବାଚନରେ ହାରିବା ପରେ ଜଣେ ଓକିଲଙ୍କ ଉପରେ ମକଦ୍ଦମା ଜାରି ରହିଛି। ତାଙ୍କ ଉପରେ ଆରୋପ ଏହାକି ଯେ ଟ୍ରମ୍ପଙ୍କ ଭୋଟିଂ ମେସିନର ଅପରେଟର ଓ ଭେନେଜୁଏଲାରେ କମ୍ୟୁନିଷ୍ଟ ନେତାଙ୍କ ସହିତ ଚକ୍ରାନ୍ତ କରାଯାଇ ତାଙ୍କୁ ଧୋକା ଦିଆଯାଇଛି।

ନ୍ୟୁୟର୍କ ଟାଇମସର ରିପୋର୍ଟର ମ୍ୟାଗି ହ୍ୟାବରମ୍ୟାନ ଅନୁସାରେ, ଟ୍ରମ୍ପ ନିଜେ ସ୍ପଷ୍ଟ ରୂପରେ ମାନିଛନ୍ତି କି, ସେ ଅଗଷ୍ଟ ମାସରେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ହୋଇଯିବେ। ବର୍ତ୍ତମାନ ଏହା ପଛର କାରଣ ଓ ଏହା କେଉଁ ଆଧାରରେ କରାଯିବ ଏଯାଏଁ ସ୍ପଷ୍ଟ ରୂପରେ କରାଯାଇ ନାହିଁ।

ଏକ ଆମେରିକୀୟ ନ୍ୟୁଜ ଆଉଟଲେଟଙ୍କ କହିବାହେଲା,ଏହି ଗୁଜବକୁ ନେଇ ଏକ ଶୀର୍ଷ କାଉଣ୍ଟର ଇଣ୍ଟେଲିଜେନ୍ସ ଅଧିକାରୀ ଜନ କୋହେନଙ୍କ ସହ କଂଗ୍ରେସର ସଦସ୍ୟ ଏକ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟରେ ଅଗଷ୍ଟ ମାସରେ କରାଯାଇଥିବା ଏହି ଦାବିକୁ ନେଇ ପ୍ରଶ୍ନ କରାଯାଇଥିଲା।

ସେ କହିଥିଲେ ସ୍ପଷ୍ଟ ରୂପରେ ଏହି ଭବିଷ୍ୟବାଣୀ ଉପରେ ଗମ୍ଭୀର ଚିନ୍ତା ଥିଲା। କାରଣ ଏକ ମିଛ କାହାଣୀ ଖେଳାଇ ଯାଇଥିଲା ଯେ ନିର୍ବାଚନରେ ଟ୍ରମ୍ପଙ୍କ ସହିତ ଗଡ଼ବଡ଼ ହୋଇଥିଲା ଯାହାକି ତାଙ୍କ ସମର୍ଥକଙ୍କ ଦ୍ଵାରା ଏକ ହିଂସକ ପ୍ରତିକ୍ରିୟାର ଆଶଙ୍କା କରୁଥାଏ।

ଦ ଇଣ୍ଡିପେଣ୍ଡେଣ୍ଟକୁ ଦିଆଯାଇଥିବା ଏକ ବୟାନ ମାଧ୍ୟମରେ, ଡ଼ିଏଚଏସ ପ୍ରବକ୍ତା କହିଥିଲେ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ହିଂସା ଓ ଚରମପନ୍ଥୀ ବିଚାର ଧାରା ସହିତ ଘୃଣିତ ଓ ମିଛ ତଥ୍ୟ ଆଧାରରେ ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି। ଡ଼ିଏଚଏସ ସୋସିଆଲ ମିଡ଼ିଆ ଓ ଅନ୍ୟ ଅନଲାଇନ ପ୍ଲାଟଫର୍ମ ମାଧ୍ୟମ ଦ୍ୱାରା ଖେଳାଯାଇଥିବା ଦୁଷ୍ପ୍ରଚାର, ଷଡଯନ୍ତ୍ର ଏହାକୁ ରୋକିବା ଦିଗରେ ନିଜର କ୍ଷମତା ବଢ଼ାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *