ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ଠାରୁ ରକ୍ଷା ପାଇବାପାଇଁ ଆପଣାନ୍ତୁ ଏହି ଉପାୟ, ବହୁତ ଖତରନାକ ଏହି ଭାଇରସର ନୂଆ ରୂପ

କରୋନା ଭାଇରସ ମହାମାରୀ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମ ମଧ୍ୟରେ ରହିଆସିଛି ଏବଂ ଏହା ପ୍ରତିଦିନ ବହୁତ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରୁଛି ଏବଂ ଅନେକ ଲୋକ ଏହି ଭାଇରସ କାରଣରୁ ପ୍ରାଣ ହରାଉଛନ୍ତି | ଏହି ଭାଇରସ ଅତ୍ୟନ୍ତ ବିପଜ୍ଜନକ ଏବଂ ଆଖି ପିଛୁଳାକେ ହିଁ ଏହା ବ୍ୟକ୍ତିଙ୍କୁ ଶିକାର କରିଥାଏ | କରୋନାର ଦ୍ୱିତୀୟ ଲହର ମଧ୍ୟ ଭାରତରେ ଆସିଛି ଏବଂ ସମସ୍ତେ ଦେଖିଛନ୍ତି ଏହା କେତେ ବିପର୍ଯ୍ୟୟର କାରଣ ପାଲଟିଛି | କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଲହର ଟିକିଏ ହ୍ରାସ ହୋଇ ଆସୁଥିବାବେଳେ ଭାରତରେ କରୋନାର ନୂଆ ରୂପ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ଡକ୍ଟରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି | ଅନେକ ରାଜ୍ୟରେ ଏହାର ଅନେକ ମାମଲା ସାମ୍ନାକୁ ଆସିଯାଇଛି | ଏପରି ପରିସ୍ଥିତିରେ ଏଗୁଡିକର ଲକ୍ଷଣଗୁଡିକୁ ଚିହ୍ନିବା, ଠିକ ସମୟରେ ଚିକିତ୍ସା କରିବା ଏବଂ କିଛି କଥାକୁ ଧ୍ୟାନରେ ରଖି ଆପଣ ନିଜକୁ ସଂକ୍ରମିତ ହେବାରୁ ରକ୍ଷା କରିପାରିବେ | ତେବେ ଚାଲନ୍ତୁ ଜାଣିବା ସୁରକ୍ଷା ନିମନ୍ତେ ଉପାୟ ବିଷୟରେ |

ତୃତୀୟ ଲହରର ହୋଇପାରେ କାରଣ :-

ବାସ୍ତବରେ ଏହା ବୁଝିବା ଦରକାର ଯେ ପ୍ରକୃତରେ ଏହି ଡେ଼ଲ୍ଟା ପ୍ଲସ କଣ ଅଟେ | ଏହା କରୋନା ଭାଇରସର ଏକ ନୂତନ ରୂପ ଅଟେ | ଡେ଼ଲ୍ଟା ପ୍ଲସ ପ୍ରକାର ଭାଇରସର ଡେ଼ଲ୍ଟା କିମ୍ବା ବି୧.୬୧୭.୨ ପ୍ରକାରରେ ଉତପରିବର୍ତ୍ତନ ହେବାକୁ ସୃଷ୍ଟି ହୋଇଛି | ମହାରାଷ୍ଟ୍ର,ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟରେ ଲୋକ ଡେ଼ଲ୍ଟା ପ୍ଲସ ଦ୍ୱାରା ଭାରିଆଣ୍ଟକୁ ତୃତୀୟ ଲହରର କାରଣ ଭାବରେ ମଧ୍ୟ ଦେଖୁଛନ୍ତି |

କଣ ରହିଛି ଏହାର ଲକ୍ଷଣ ?

-ଜ୍ୱର

-ଯନ୍ତ୍ରଣା ହେବା

– ଶୁଖିଲା କାଶ ହେବା

– ଚର୍ମରେ ଦାଗ ହେବା

– ଥକାପଣ ଅନୁଭବ ହେବା

– ଗଳା କର୍କଶ ହେବା

– ଛାତିରେ ଯନ୍ତ୍ରଣା ହେବା

– ପାଦର ଆଙ୍ଗୁଠିଗୁଡ଼ିକରେ ମଳିନତା ଦେଖାଯିବା

– ଝାଡା ହେବା

– ସ୍ୱାଦ ଏବଂ ଗନ୍ଧ ହାନି

– ନିଶ୍ୱାସ ଜୋରରେ ନେବା

– ମୁଣ୍ଡବିନ୍ଧା

– କଥା କହିବାରେ ଅସୁବିଧ ହେବା

– ନିଶ୍ୱାସ ନେବାରେ ଅସୁବିଧା ହେବା

ସୁରକ୍ଷାର ଉପାୟଗୁଡ଼ିକ କ’ଣ ?

– ଏହି ଭାଇରସଠାରୁ ବଞ୍ଚିବାର ସବୁଠାରୁ ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେଉଛି ମାସ୍କ | ଘରୁ ବାହାରକୁ ଯିବା ସମୟରେ ଏକ ଭଲ ଏବଂ ମୁହଁକୁ ଘୋଡାଇ ରଖୁଥିବା ମାସ୍କ ପିନ୍ଧନ୍ତୁ | ଆପଣ ଡବଲ ମାସ୍କ ମଧ୍ୟ ପିନ୍ଧିପାରିବେ |

– ଆବଶ୍ୟକ ହେଲେ ଯାଇ ଘରୁ ବାହାରକୁ ଯାଆନ୍ତୁ ଏବଂ ପିଲାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ |

– ନିଜ ହାତକୁ ସମୟ ସମୟରେ ସାବୁନ କିମ୍ବା ହ୍ୟାଣ୍ଡୱାସ ସାହାଯ୍ୟରେ ଧୋଇ ରଖନ୍ତୁ କିମ୍ବା ଆପଣ ସାନିଟାଇଜର ସାହାଯ୍ୟରେ ମଧ୍ୟ ନିଜ ହାତକୁ ସଫା କରନ୍ତୁ |

– କୌଣସି କାମ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ, କିନ୍ତୁ ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଅନ୍ତୁ | ନିଜର ଆଖପାଖ ଲୋକଙ୍କଠାରୁ ଦୂରତା ରକ୍ଷା ରଖନ୍ତୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *