କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବରେ ଷ୍ଟାଫ ଥିଲେ ଏହି ବୈଜ୍ଞାନିକ,ଖୋଲିଲେ ଆଶ୍ଚର୍ଯ୍ୟଜନକ ରହସ୍ୟ

ବେଜିଂ:ଚୀନ ଉପରେ ଦୁନିଆସାରା କରୋନା ଭାଇରସ ଦେବାର ଆରୋପ ଲଗାଉଛନ୍ତି|ଡିସେମ୍ବର ୨୦୧୯ରେ କରୋନାର ମାମଲା ସାମନାକୁ ଆସିବା ପରେ ଚୀନର ଉହାନ ଲ୍ୟାବ ବିବାଦକୁ ଆସିଥିଲା|ଅଷ୍ଟ୍ରେଲିଆର ଭାଇରୋଲୋଜିଷ୍ଟ ଡେନିଏଲ ଏଣ୍ଡରସନ କୋଭିଡ ମାମଲା ସାମନାକୁ ଆସିବାର କିଛି ସପ୍ତାହ ପୂର୍ବରୁ ଉହାନ ଲ୍ୟାବରେ କାର୍ଯ୍ୟରତ ଥିଲେ|ଏଵେ ସେ ଏହି ଲ୍ୟାବକୁ ନେଇ ଆଶ୍ଚର୍ଯ୍ୟର ଖୁଲାସା କରିଛନ୍ତି|

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ବୈଟ ବୋର୍ଣ ଭାଇରସର ଏକ୍ସପର୍ଟ ଡାନିଏଲ ଏଣ୍ଡରସନ ଏକମାତ୍ର ବୈଜ୍ଞାନିକ ଅଟନ୍ତି ଯିଏ ଉହାନ ଇନଷ୍ଟିଚୁ୍ୟଟ ଅଫ ଭାଇରୋଲୋଜିର ବିଏସ୍ଏଲ ଲ୍ୟାବ-୪ରେ ରିସର୍ଚ୍ଚ କରିଛନ୍ତି|ସେ ସେଠାରେ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ କାମ କରିଥିଲେ|ଏଵେ ସେ ମେଲବୋର୍ଣ୍ଣର ପିଟର ଡୋହର୍ଟି ଇନଷ୍ଟିଚୁ୍ୟଟ ଫର ଇନଫେକ୍ସନ ଏଣ୍ଡ ଇମ୍ୟୁନିଟିରେ କାର୍ଯ୍ୟରତ|ସେ କହିଛନ୍ତି ଯେ ଯେଉ ସହରରେ କରୋନା ଭାଇରସର ଉତ୍ପତ୍ତି ହୋଇଥିଲା ସେ ସେହି ଲ୍ୟାବରେ ବୈଜ୍ଞାନିକଙ୍କ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ସେଫ୍ଟି ଗିୟରରେ ରିସର୍ଚ୍ଚ କରିଥିଲେ|

ବ୍ଲୁମବର୍ଗ ନ୍ୟୁଜର ଏକ ଇଣ୍ଠଭ୍ୟୁରେ ଆଣ୍ଡରସନ ପ୍ରଥମ ଥର ଉହାନ ଲ୍ୟାବରେ କାମ କରୁଥିବା ସମ୍ପର୍କରେ ଡିଟେଲ କହିଛନ୍ତି|ସେ କହିଛନ୍ତି ଯେ ଅଧା ସତ୍ୟ ଓ ମେନୁପୁଲେଟିଙ୍ଗ ଇନଫରମେସନ ଲ୍ୟାବ କାମର ସଠିକ୍ ତଥ୍ୟକୁ ଅସ୍ପଷ୍ଟ କରିଦେଲା|ସେ କହିଛନ୍ତି ଏମିତି ନାଇଁ ଯେ ଏହା ଏକ ଉବାଉ ଥିଲା,କିନ୍ତୁ ଏହା ଏକ ନିୟମିତ ପ୍ରୟୋଗଶାଳା ଥିଲା ଯାହା ଉଚ୍ଚ ନିୟନ୍ତ୍ରଣ ପ୍ରୟୋଗଶାଳା ଭଳି|ଆଣ୍ଡରସନଙ୍କ ରିସର୍ଚ୍ଚ ଏହି କଥା ସହ କେନ୍ଦ୍ରୀତ ଇବୋଲା ଓ ନିପାହ ଭଳି ଘାତକ ଭାଇରସ ବାଦୁଡିରେ ହେଉନାହିଁ କାହିଁକି?

୪୨ ବର୍ଷୀୟ ଆଣ୍ଡରସନ ଭାଇରୋଲୋଜି ସମ୍ପର୍କରେ ଜଣେ ଭରପୁର ଜ୍ଞାନୀ|ସେ କହିଛନ୍ତି ଉହାନ ଲ୍ୟାବରେ ଇବୋଲା ଉପରେ ରିସର୍ଚ୍ଚ କରିବା ତାଙ୍କ ଜୀବନର ବଡ ଉପଲବ୍ଧି|୨୦୧୮ରେ ନିଜର ପ୍ରଥମ ଯାତ୍ରାରେ ସେ ଅଧିକ ବାୟୋକଣ୍ଟେଣ୍ଟମେଣ୍ଟ ଲ୍ୟାବରେ ପ୍ରଭାବିତ ହୋଇଥିଲେ|ଏଥିରେ ବାୟୁ,ପାଣି ଓ ଆବର୍ଜନା ଫିଲ୍ଟର କରିବାର ସୁବ୍ୟବସ୍ଥିତ ଥିଲା|ସେ କହିଛନ୍ତି ଲ୍ୟାବରେ ସ୍ୱତନ୍ତ୍ର ଭାବରେ କାମ କରୁଥିବା ବ୍ୟକ୍ତିଙ୍କୁ ୪୫ ଘଣ୍ଟାର ଟ୍ରେନିଂ ନେବାକୁ ପଡ଼ିଥିଲା|ପାସିଙ୍ଗ ସାର୍ଟିଫିକେଟ ମିଳିବାପରେ ତାଙ୍କୁ ଲ୍ୟାବରେ ରିସର୍ଚ୍ଚ ପାଇଁ ପରମିଶନ ମିଳିଥିଲା|

ସେ ମଧ୍ୟ କହିଛନ୍ତି ଯେ ସେ କାମ କରୁଥିବା ସମୟରେ ଲ୍ୟାବରେ କେହି ଵେମାର ପଡିନଥିଲେ|ଭାଇରସକୁ ସଂକ୍ରମିତ ହେବା ଲକ୍ଷଣର ରିପୋର୍ଟ କରିବାର ଏକ ପ୍ରକ୍ରିୟା ରହିଛି|ହାଇରିସ୍କ ଯୁକ୍ତ ଲ୍ୟାବରେ ଏହା ପାଳନ କରାଯାଇଥାଏ|

ସେ ମଧ୍ୟ କହିଛନ୍ତି ଯେ ସେ ଓ ତାଙ୍କ ସହଯୋଗୀ ଡିସେମ୍ବର ଶେଷ ସପ୍ତାହରେ ନିପାହ ଭାଇରସର ସେମିନାର ପାଇଁ ସିଙ୍ଗାପୁର ଆସିଥିଲେ|ସେତେବେଳେ ତାଙ୍କର ତଥା ସହଯୋଗୀ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା|ଲ୍ୟାବରେ କୈାଣସି ବେମାର ବ୍ଯାପିବାର କଥା ସାମନାକୁ ଆସିନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.