୩ଟି ଗୋଡ଼ ଥିବା ଏହି ବ୍ୟକ୍ତି ଜଣକ ୭୭ ବର୍ଷ ପର୍ଯ୍ୟନ୍ତ ବିତାଇଲେ ଜୀବନ, ଲୋକଙ୍କ ପାଇଁ ହୋଇଗଲେ ରହସ୍ୟ

ଆମ ଦୁନିଆରେ ବହୁତ ଅଜବ ପ୍ରକାର ଜିନିଷ ଦେଖିବାକୁ ମିଳେ କିନ୍ତୁ ଆପଣ କେବେ ୩ ଗୋଡ଼ ଥିବା ଲୋକ ଦେଖିଛନ୍ତି? ପ୍ରକୃତି ସମସ୍ତ ମନୁଷ୍ୟକୁ ଏକ ଭଳି ସୃଷ୍ଟି କରିଛି। ସମସ୍ତଙ୍କର ଦୁଇଟି ଗୋଡ଼, ଦୁଇଟି ହାତ, ଦୁଇଟି ଆଖି, ଗୋଟେ ନାକ ଓ ଗୋଟିଏ ମୁହଁ ଅଛି। ଧରିତ୍ରୀ ଉପରେ ସମସ୍ତ ଲୋକ ଏକ ଭଳି ଦେଖା ଯାଆନ୍ତି କେବଳ ରୂପ, ରଙ୍ଗ ଓ ଆକରକୁ ଛାଡ଼ିକି। ଯାହାଦ୍ବାରା ସମାଜରେ ଭିନ୍ନ ଭଳି ଦେଖାଯାନ୍ତି। ଏହି ଭଳି ଏକ ଲୋକ ଯିଏ ୧୯ ବିଂଶ ଶତାବ୍ଦୀରେ ଜନ୍ମ ନେଇଥିଲା। ଏହି ଲୋକ ଦୁନିଆରେ ବିଚିତ୍ର ଥିଲା। ବାସ୍ତବରେ, ଏହି ମଣିଷର ଦୁଇଟି ନୁହେଁ ତିନୋଟି ଗୋଡ଼ ଥିଲା। ୧୮ ମଇ ୧୮୮୯ ରେ ଇଟାଲୀର ସିଶିଲା ଦ୍ଵୀପରେ ଫ୍ରାଂଶିକୋ ଫ୍ରେଂସେ ଲେଟିନ ନାମକ ଏକ ଲୋକର ଜନ୍ମ ହୋଇଥିଲା।

ଏହି ଲୋକ ଜଣକ ଦୁନିଆ ସାରା ଜନ୍ମ ନେଇଥିବା ପିଲାଙ୍କ ଠାରୁ ଭିନ୍ନ ଥିଲା, ଯାହାର ୩ ଟି ଗୋଡ଼ ଥିଲା। ଆପଣ ଭାବୁଥିବେ ୩ ଗୋଡ଼ ହେତୁ ଏହି ଲୋକଟି ମରିଯାଇଥିବ। ଏହା ଭୁଲ ଅଟେ। ଏହି ସବୁ ପରେ ମଧ୍ୟ ଫ୍ରାଂଶିକୋ ଏହି ପୃଥିବୀ ପୃଷ୍ଠରେ ୭୭ ବର୍ଷ ପର୍ଯ୍ୟନ୍ତ ବଞ୍ଚି ଥିଲେ। ନିଜର ୧୨ ଭାଇ ଓ ଭଉଣୀଙ୍କ ମଧ୍ୟରେ ଫ୍ରାଂଶିକୋ ପାଞ୍ଚ ନମ୍ବର ଅଟନ୍ତି। ଯେତେବେଳେ ସେ ଛୋଟ ଥିଲେ ସେତେବେଳେ ତାଙ୍କର ମାତା ପିତା ତାଙ୍କୁ ଦାଦା ଓ ଖୁଡିଙ୍କ ପାଖରେ ଛାଡି ଆସିଥିଲେ। ଏହିଠାରେ ତାଙ୍କର ଭରଣ ପୋଷଣ ହୋଇଥିଲା ଓ ତାଙ୍କ କ୍ୟାରିୟର ମଧ୍ୟ ଏହିଠାରୁ ଆରମ୍ଭ ହୋଇଥିଲା। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ୩ ଟି ଗୋଡ଼, ଚାରୋଟି ପାଦ ଓ ଦୁଇଟି ଗୁପ୍ତ ଅଙ୍ଗ ମଧ୍ୟ ଥିଲା। ତାଙ୍କର ଚତୁର୍ଥ ପାଦ ତୃତୀୟ ଗୋଡର ଆଣ୍ଠୁ ପାଖରେ ଥିଲା। ତାହା ସମ୍ପୂର୍ଣ ଭାବରେ ବିକଶିତ ହୋଇନଥିଲା।

ଡକ୍ଟର ଦେଇଥିଲେ ଚେତାବନୀ:-

କୁହା ଯାଉଛି ଯେ ଲେଟିନ ଏକ ଅବ୍ୟବସ୍ଥା ରୋଗରେ ଆକ୍ରାନ୍ତ ଥିଲେ। ସେଥିରେ ତାଙ୍କ ଶରୀରରେ ଅଧା ଜାଆଁଳା ପିଲା ଯୋଡ଼ି ହୋଇଯାଇଛି। ଏହି ଅଧା ଜାଆଁଳା ପିଲା ତାଙ୍କର ମେରୁ ହାଡ଼ରେ ଯୋଡ଼ି ହୋଇଯାଇଛି। ଲେଟିନ ତାଙ୍କ ସାରା ଜୀବନ ୩ଟି ଗୋଡ଼, ୪ଟି ପାଦ ଓ ୨ଟି ଗୁପ୍ତ ଅଙ୍ଗ ସହ ବିତେଇଲେ। ସେ କେବେ ବି ତାଙ୍କର ଅତିରିକ୍ତ ଅଙ୍ଗକୁ ହଟେଇବାକୁ ଚାହିଁଲେ ନାହିଁ। ଡକ୍ଟର ସଫା ସଫା କହିଦେଇଥିଲେ କି ଯଦି ସେ ତାଙ୍କର ଅତିରିକ୍ତ ଅଙ୍ଗକୁ କଟିଦେବ ତେବେ ସେ ସାରା ଦିନ ପାଇଁ ଅଚଳ ହୋଇଯିବେ। କାରଣ ତାଙ୍କର ଯେଉଁ ତୃତୀୟ ଗୋଡ଼ ଥିଲା ତାହା ତାଙ୍କ ଶରୀରର ମେରୁ ହାଡ଼ ପାଖ ଦେଇ ଯାଇଥିଲା। ଲେଟିନ ଯେତେବେଳେ ୧୨ ବର୍ଷ ବୟସର ହୋଇଥିଲେ ସେତେବେଳେ ବିଂସେନଯୋ ନାମକ ଏକ ସର୍କସ ମାଲିକ ତାଙ୍କୁ ସର୍କସରେ ଭର୍ତି ହେବାପାଇଁ ଉପଦେଶ ଦେଇଥିଲେ। ଲେଟିନକୁ ଏହି ଉପଦେଶ ଭଲ ଲାଗିଥିଲା।

ତୃତୀୟ ଗୋଡ଼କୁ ଷ୍ଟୁଲୁ ଭଳି ବ୍ୟବହାର କରୁଥିଲେ:-

ଫ୍ରାଂଶିକୋ ଏହାପରେ ସର୍କସରେ ଭର୍ତି ହୋଇଥିଲେ। ସେ ବହୁତ୍ ଜଲଦି ଲୋକମାନଙ୍କ ଅତି ପ୍ରିୟ ହୋଇପାରିଥିଲେ। ତାଙ୍କ ପାଖରେ ୩ଟି ଗୋଡ଼ ଥିଲେ ମଧ୍ୟ ସେ ବହୁତ ତୀବ୍ର ଥିଲେ। ସେ ତାଙ୍କର ତୃତୀୟ ଗୋଡ଼ରେ ଫୁଟବଲ କିକ୍ ମାରୁଥିଲେ। ଯାହା ଲୋକଙ୍କୁ ବହୁତ ପସନ୍ଦ ଆସୁଥିଲା। ସେ ବହୁତ୍ ସୁନ୍ଦର କଥା କହି ପାରୁଥିଲେ ଓ ତାଙ୍କର କଥା ଲୋକମାନଙ୍କୁ ମୋହିତ କରିପାରୁଥିଲା ଏବଂ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଥିଲେ। ସେ ତାଙ୍କର ତୃତୀୟ ଗୋଡ଼କୁ ଷ୍ଟୁଲ ଭଳି ବ୍ୟବହାର କରୁଥିଲେ। ସେ ସେଥିରେ ବସିପଡୁଥିଲେ। ଲୋକମାନେ ତାଙ୍କୁ ପ୍ରଶ୍ନ କରୁଥିଲେ କି ସେ ନିଜ ପାଇଁ ତୃତୀୟ ଗୋଡ଼ର ଜୋତା କେଉଁଠାରୁ ଆଣୁ ଥିଲେ? ଫ୍ରାଂଶିକୋ ଉତ୍ତର ଦେଉଥିଲେ ଯେ ସେ ସର୍ବଦା ୨ ହଳ ଜୋତା କିଣିଥିଲେ ଓ ୩ ଟି ଜୋତା ନିଜ ପାଇଁ ରଖୁଥିଲେ ଓ ଅତିରିକ୍ତ ବଳକା ଜୋତା କୁ ଗୋଟେ ଗୋଡ଼ ଥିବା ସାଙ୍ଗକୁ ଦେଇ ଦେଉଥିଲେ।

କିଭଳି ଥିଲା ଫ୍ରୋଂକ ଙ୍କ ବିବାହିତ ଜୀବନ:-

ଜଣାଇ ଦେଉଛୁ କି ୧୯୦୭ ମସିହାରେ ଫ୍ରୋଂକ ଥେରେଶା ମୁରେ ନାମକ ଏକ ମହିଳାଙ୍କୁ ବିବାହ କରିଥିଲେ। ଏହି ବିବାହ ପରେ ତାଙ୍କର ୪ ଟି ପିଲା ହୋଇଥିଲେ। କିନ୍ତୁ ୨ ଜଣକ ଜୀବନ ସାରା ଏକାଠି ରହି ପାରିନଥିଲେ। ୧୯୩୫ ମସିହାରେ ଦୁଇଜଣ ଅଲଗା ଅଲଗା ହୋଇଯାଇଥିଲେ। ଏହା ପରେ ଫ୍ରୋଂକ ହେଲେନ ରୂପେ ନାମକ ମହିଳାଙ୍କ ସହ ଦ୍ଵିତୀୟ ଥର ପାଇଁ ବିବାହ କରିଥିଲେ। ଯିଏ ମରିବା ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ରହିଥିଲେ। ୨୧ ସେପଟେମ୍ବର ୧୯୬୬ ମସିହାରେ ୭୭ ବର୍ଷ ବୟସରେ ଫ୍ରୋଂକ ଆମେରିକାର ଟେନେଶି ରେ ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *