୧୮ ବର୍ଷ ବୟସରେ ତାଙ୍କଠାରୁ ସ୍ୱାମୀ ଏବଂ ପରିବାର ଛାଡିକି ଚାଲିଗଲେ ,ତା ପରେ ୬ ମାସର ପୁଅକୁ ନେଇ ବିକ୍ରିକଲେ ଲେମ୍ବୁପାଣି, ବର୍ତ୍ତମାନ ହେଲେ ଅଫିସର,ଜାଣନ୍ତୁ ଏହି ମହିଳାଙ୍କର ସଂଘର୍ଷର କାହାଣୀ

ଦୁଃଖ ଓ ଯନ୍ତ୍ରଣା ସମସ୍ତଙ୍କ ଜୀବନରେ ଆସିଥାଏ | ଏଭଳି ପରିସ୍ଥିତିରେ ପ୍ରକୃତ ହିରୋ ସେ ହୋଇଥାନ୍ତି, ଯିଏ ଏହି ସମସ୍ୟାର ସାମ୍ନା କରିଥାନ୍ତି | ଆମେ ପ୍ରାୟତ ଦେଖିଥାନ୍ତି ଯେ ଲୋକମାନେ ସେମାନଙ୍କର ଖରାପ ପରିସ୍ଥିତି ପାଇଁ ବାହାନା କରି ଜୀବନରେ କେବେବି ଆଗକୁ ବଢନ୍ତି ନାହିଁ | ତାଙ୍କ ପାଖରେ କଠିନ ପରିଶ୍ରମ ନକରିବା ପାଇଁ ଅନେକ ବାହାନା ଥାଏ | କିନ୍ତୁ ଯେଉଁ ବ୍ୟକ୍ତି ଜୀବନରେ କିଛି ହାସଲ କରିବାକୁ ଚାହାଁନ୍ତି, ସେ ସବୁଠାରୁ ବଡ଼ ବଡ଼ କଠିନ ପରିସ୍ଥିତିରେ ମଧ୍ୟ ସଫଳତାର ସ୍ୱାଦ ଚାଖନ୍ତି | ବର୍ତ୍ତମାନ କେରଳ ରାଜ୍ୟର ଏନି ଶିବା ନାମକ ଏହି ମହିଳା ସବ-ଇନ୍ସପେକ୍ଟରଙ୍କୁ ହିଁ ନିଅନ୍ତୁ |

ଯେତେବେଳେ ୩୧ ବର୍ଷିୟ ଏନି ଶିବାଙ୍କୁ ୧୮ ବର୍ଷ ହୋଇଥିଲା, ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଚାଲିଗଲେ | ତା’ପରେ ତାଙ୍କ କୋଳରେ ୬ ମାସର ଶିଶୁ ଥିଲା | ଏହା ସେମାନଙ୍କର ପ୍ରେମ ବିବାହ ଥିଲା, ତେଣୁ ସେ ପରିବାରକୁ ମଧ୍ୟ ଯାଇ ପାରିନଥିଲେ | ଏକ ଛୋଟ ପିଲା ସହିତ ସେ ଏକାକୀ ରହିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ | ସେ ନିଜ ନିରୀହ ପିଲାକୁ କୋଳରେ ଧରି ଲେମ୍ବୁ ଏବଂ ବେଳେବେଳେ ଆଇସ୍କ୍ରିମ୍ ବିକ୍ରି କରୁଥିଲେ | ଯଦି ସେ ଏହି ପରିସ୍ଥିତରେ ହାର ମାନି ଯାଇଥାନ୍ତେ, ତେବେ ସେ ସାରା ଜୀବନ ରାସ୍ତାରେ କିଛି ଛୋଟ ବ୍ୟବସାୟ କରିଥାନ୍ତେ | ତେବେ ଏନି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ଥିର କରିଥିଲେ ଏବଂ ସେ ଏଥିରେ ସଫଳ ମଧ୍ୟ ହେଲେ |

ବର୍ତ୍ତମାନ ଏନି କେରଳର ଭର୍କଲାରେ ପୋଲିସ ଇନ୍ସପେକ୍ଟର (SI) ହୋଇ ନିଜର ଡ୍ୟୁଟି କରୁଛନ୍ତି | ଏହା ସେହି ସ୍ଥାନ ଅଟେ, ଯେଉଁଠାରେ ସେ ଦିନେ ନିଜର ୬ ମାସର ପୁଅକୁ ଧରି ରାସ୍ତାରେ ଲେମ୍ବୁ ବିକ୍ରି କରୁଥିଲେ | ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ପୋଷ୍ଟିଂ ଭର୍କାଲା ଥାନାରେ ଅଛି, ସେ ଏହା ଶୁଣି ଭାବପ୍ରବଣ ହୋଇଗଲେ | ସେ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଲେ | ଏହିଠାରେ ସେ ଦୁଇପଟ ରୁଟି ପାଇଁ ଲେମ୍ବୁ ଏବଂ ଆଇସ୍କ୍ରିମ ବିକ୍ରି କରୁଥିଲେ | ସେ କୁହନ୍ତି ଯେ ମୁଁ ଏହି ସ୍ଥାନରେ ଅନେକ ଲୁହ ଗଡେଇଛି, ସେତେବେଳେ ମୋତେ ସହଯୋଗ କରିବାକୁ ମଧ୍ୟ କେହି ନଥିଲେ |

ନିଜର ସବ-ଇନ୍ସପେକ୍ଟର ହେବାର କାହାଣୀକୁ ନେଇ ସେ କୁହନ୍ତି ଯେ ମୁଁ ଭର୍କଲା ଶିବଗିରି ଆଶ୍ରମର ଷ୍ଟଲରେ ଅନେକ ଛୋଟ ଛୋଟ ବ୍ୟବସାୟ କରିଥିଲି | ଏହି ସବୁ ଖରାପ ଭାବେ ଫ୍ଲପ ହୋଇଥିଲା | ତା’ପରେ ଜଣେ ବ୍ୟକ୍ତି ମୋତେ ସବ ଇନ୍ସପେକ୍ଟର ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ | ସେହି ବ୍ୟକ୍ତି ମୋତେ ମଧ୍ୟ ଟଙ୍କାକୁ ନେଇ ସାହାଯ୍ୟ କରିଥିଲେ | ତାପରେ ଏନି ବହୁତ କଠିନ ପରିଶ୍ରମ କଲେ ଏବଂ ଦାରିଦ୍ର୍ୟର ସୀମାରେଖା ଡେଇଁ ସବ-ଇନ୍ସପେକ୍ଟର ହୋଇଗଲେ |

କେରଳ ପୋଲିସ ଏନି ଶିବାଙ୍କୁ ପୋଲିସ ଇନ୍ସପେକ୍ଟର ହୋଇଥିବାରୁ ଅଭିନନ୍ଦନ ମଧ୍ୟ ଜଣାଇଛି | ସେ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଏନି ଶିବା ଇଛାଶକ୍ତି ଏବଂ ଆତ୍ମବିଶ୍ୱାସର ଏକ ମଡେଲ ଅଟନ୍ତି | ସେ ଏପରି ଏକ ଝିଅ ଅଟନ୍ତି, ଯାହାଙ୍କୁ ୧୮ ବର୍ଷ ବୟସରେ ଉଭୟ ସ୍ୱାମୀ ଏବଂ ପରିବାର ଛାଡିବାକୁ ପଡିଥିଲା | ସେ ନିଜର ୬ ମାସର ଶିଶୁ ସହିତ ରାସ୍ତାରେ ଲେମ୍ବୁପାଣି ବିକ୍ରି କରୁଥିଲେ | ବର୍ତ୍ତମାନ ସେ ଭର୍କଲା ପୋଲିସ ଷ୍ଟେସନରେ ପୋଲିସ ଇନ୍ସପେକ୍ଟର (SI) ହୋଇ ଯାଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *