ପଡିଆରେ ପୁଣି ହେବ ଯୁବରାଜ ସିଂଙ୍କ ପ୍ରତ୍ୟାବର୍ତ୍ତନ ! କ୍ରିସ ଗେଲଙ୍କ ସହିତ ଖେଳିବାର ନଜର ଆସିପାରନ୍ତି

ଭାରତର ଦିଗ୍ଗଜ ଅଲରାଉଣ୍ଡର ଯୁବରାଜ ସିଂ ପୁଣି କ୍ରିକେଟ ପଡ଼ିଆକୁ ଫେରିପାରନ୍ତି। ଏଥର ସେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ ଗେଲଙ୍କ ସହ ଖେଳିପାରନ୍ତି। ବାସ୍ତବରେ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅବସ୍ଥିତ ଏକ କ୍ରିକେଟ କ୍ଲବ ଦାବି କରିଛିଯେ, ଚଳିତ ଗ୍ରୀଷ୍ମ ସମୟରେ ଟି-୨୦ ମ୍ୟାଚ ପାଇଁ ଯୁବରାଜ ସିଂ ଏବଂ କ୍ରିସ ଗେଲଙ୍କ ଭଳି ଦିଗ୍ଗଜ କ୍ରିକେଟରଙ୍କ ସହିତ ଦସ୍ତଖତ କରାଇବା ବହୁତ ନିକଟତର ହେବ।

ମେଲବର୍ଣ୍ଣର ଇଷ୍ଟର୍ଣ୍ଣ କ୍ରିକେଟ ସଂଘ (ଇସିଏ)ର ତୃତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ଖେଳୁଥିବା ମୁଲଗ୍ରେଭ କ୍ରିକେଟ କ୍ଲବ କହିଛନ୍ତିଯେ, ସେମାନେ ୱେଷ୍ଟଇଣ୍ଡିଜର ଦିଗ୍ଗଜ ବ୍ରାଏନ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମହାନ ଏବି ଡିଭିଲିୟର୍ସଙ୍କ ସହ ମଧ୍ୟ ଆଲୋଚନା କରୁଛନ୍ତି। ମୁଲଗ୍ରେବ ପ୍ରଥମେ ଶ୍ରୀଲଙ୍କାର ତିଲକରଟେନ ଦିଲଶାନ ଏବଂ ଉପୁଲ ଥରଙ୍ଗାଙ୍କୁ ସ୍ୱାକ୍ଷର କରିବା ସହ ପୂର୍ବତନ ଦିଗ୍ଗଜ ସନଥ ଜୟସୁରିୟାଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି କରିଛନ୍ତି। ମୁଲଗ୍ରେଭଙ୍କ ଅଧ୍ୟକ୍ଷ ମିଲନ ପୁଲେନୟେଗମ କହିଛନ୍ତିଯେ, ପୂର୍ବତନ ଭାରତ ଅଲରାଉଣ୍ଡର ଯୁବରାଜ ଏବଂ ୱେଷ୍ଟଇଣ୍ଡିଜର ଗେଲଙ୍କ ସହ ଆଲୋଚନା ଚାଲିଛି।

ପୁଲେନୟେଗମ ‘ କ୍ରିକେଟ ଡଟ କମ ଡଟ ଇୟୁ ‘କୁ କହିଛନ୍ତିଯେ,” ଆମେ ଦିଲଶାନଙ୍କ ସହ କଥାବାର୍ତ୍ତା ଚୁକ୍ତି କରିସାରିଛୁ, ସନଥ ଏବଂ ଥରଙ୍ଗାଙ୍କୁ ମଧ୍ୟ ଦଳରେ ଯୋଡା ଯାଇଛି। ଆମେ ବର୍ତ୍ତମାନ ଅନ୍ୟ କେତେକ ସମ୍ଭାବ୍ୟ ଖେଳାଳିଙ୍କ ସହିତ ଚୁକ୍ତିନାମା ଚୂଡ଼ାନ୍ତ କରିବାକୁ କାର୍ଯ୍ୟ କରୁଛୁ। ଆମେ କଥାବାର୍ତ୍ତା କରୁଛୁ ଏବଂ କ୍ରିସ୍ (ଗେଲ୍) ଏବଂ ଯୁବରାଜଙ୍କ ସହ ଆମେ ପ୍ରାୟ ୮୫ ରୁ ୯୦ ପ୍ରତିଶତ କାର୍ଯ୍ୟ କରିସାରିଛୁ। ଆମକୁ କିଛି ଜିନିଷର ଅନ୍ତିମ ରୂପ ଦେବାକୁ ପଡିବ କିନ୍ତୁ ଜିନିଷଗୁଡିକ ସଠିକ ଦିଗରେ ଗତି କରୁଛି।”

ତେବେ ଏହି ଦୁଇ କ୍ରିକେଟର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। କ୍ଲବର ସଭାପତି କହିଛନ୍ତିଯେ, ବଡ଼ ତାରକାଙ୍କ ସହ କୁକତି କରିବା ପାଇଁ ଅଧିକ ପ୍ରଯୋଜକଙ୍କୁ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି। ଇସିଏ ଟି-୨୦ କପରେ ପ୍ରଥମ ପର୍ଯ୍ୟାୟରେ ତିନିଟି ମ୍ୟାଚ ପରେ ନକଆଉଟରେ ସର୍ବାଧିକ ତିନୋଟି ରାଉଣ୍ଡ ହେବ। ୱେବସାଇଟ ଅନୁଯାୟୀ ଯେକୌଣସି ଆନ୍ତର୍ଜାତୀୟ ଖେଳାଳି ଏହି ଟୁର୍ନାମେଣ୍ଟରେ କେବଳ ଗୋଟିଏ କିମ୍ବା ଦୁଇଟି ମ୍ୟାଚ ଖେଳିବେ। ଯୁବରାଜ ସିଂ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *