ଖାଇବାରେ ମଟନ ନ ଦେବାରୁ ମଣ୍ଡପରୁ ପଳାଇଲା ବର, ସେହି ରାତିରେ କଲା ଅନ୍ୟ ଝିଅ ସହିତ ବିବାହ,ଜାଣନ୍ତୁ ପୁରା ଘଟଣା

ପ୍ରତ୍ୟେକ ଝିଅର ବାପା-ମା ଭାବିଥାନ୍ତି ଯେ ସେମାନେ ନିଜ ଝିଅର ବିବାହ ଖୁବ ଧୂମଧାମର ସହିତ କରିବେ | ଏଥିପାଇଁ ସେମାନେ ନିଜ ଜୀବନସାରା ରୋଜଗାରକୁ ଖର୍ଚ୍ଚ କରିବାପାଇଁ ମଧ୍ୟ ପଛେଇ ନଥାନ୍ତି, ଯେପରିକି ବରଯାତ୍ରୀଙ୍କ ସ୍ୱାଗତ କରିବାରେ କୌଣସି ଅଭାବ ରହିବନାହିଁ | କିନ୍ତୁ ଓଡିଶାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ବର ବିବାହ କରିବାକୁ କେବଳ ଏଥିପାଇଁ ମନା କରିଦେଲା, କାରଣ ବରଯାତ୍ରୀକୁ ଖାଇବାରେ ମଟନ ମିଳିନଥିଲା | ବର ବିବାହ ସମାରୋହରୁ ବାହାରିଗଲା ଏବଂ ପରେ ଆଉ ଏକ ଝିଅକୁ ବିବାହ କରିଥିଲା | ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରସଙ୍ଗ ଖୁବ ଭାଇରଲ ହେଉଛି |

ମାମଲାଟି ଓଡ଼ିଶାର ଯାଜପୁରର ଅଟେ, ଯେଉଁଠାରେ ବରଯାତ୍ରୀ ଝିଅଘରେ ପହଞ୍ଚିବା ପରେ ଧୂମଧାମର ସହିତ ସେମାନଙ୍କୁ ସ୍ୱାଗତ କରାଯାଇଥିଲା | ବିବାହ ରୀତିନୀତି ଠିକ ଚାଲିଥିଲା, କିନ୍ତୁ ଏହା ମଧ୍ୟରେ ବରଯାତ୍ରୀଙ୍କୁ ଖାଇବାରେ ମଟନ ମିଳିଲାନାହିଁ, ଯେଉଁ କାରଣରୁ ସେମାନେ ରାଗିଗଲେ ଏବଂ ଝିଅଘର ଲୋକମାନଙ୍କ ଉପରେ ନିଜର ରାଗ ବର୍ଷା କଲେ | ବରଯାତ୍ରୀ କହିଥିଲେ ଯେ ଖାଇବାରେ ମଟନ ଦେବାପାଇଁ ପୂର୍ବରୁ ହିଁ ଡିମାଣ୍ଡ ରଖାଯାଇଥିଲା |

ମଣ୍ଡପରୁ ଗାଏବ ହୋଇଗଲା ବର :-

କଥା ଯେତେବେଳେ ବର ପର୍ଯ୍ୟନ୍ତ ପହଞ୍ଚିଲା, ସେ ମଧ୍ୟ ଖାଇବାରେ ମଟନ ନ ଥିବାରୁ ରାଗିଗଲା | ବରର ମୁଣ୍ଡ ଗରମ ହୋଇଗଲା ଏବଂ ସେ ମଣ୍ଡପରୁ ଉଠି ଗାଏବ ହୋଇଗଲା | ବର ରାଗିଯାଇ ବିବାହ କରିବାକୁ ମନା କରିଦେଲା | ଝିଅଘର ଲୋକମାନେ ତାକୁ ବୁଝାଇବାକୁ ଚେଷ୍ଟା କରୁଥିବା ସମୟରେ ବର ନିଜର ଜଣେ ସମ୍ପର୍କୀୟଙ୍କ ସହିତ ତାଙ୍କ ଗାଁକୁ ଚାଲିଗଲା | ଏହାପରେ ବର ସେହି ରାତିରେ ଆଉ ଜଣେ ଅନ୍ୟ ଝିଅ ସହିତ ବିବାହ କଲା | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଅଭିଯୋଗ କରାଯାଇନାହିଁ | କିନ୍ତୁ ଗାଁଠାରୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଯାଇଛି | ଲୋକମାନେ ଏହି ପ୍ରସଙ୍ଗ ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.