ଜୋତା ମରାମତି କରୁଥିବା ଲୋକର ପୁଅ କିପରି ହେଲା ୧୦୦ କୋଟି ଟଙ୍କାର କମ୍ପାନୀର ମାଲିକ,ପଢନ୍ତୁ ସଫଳତା କାହାଣୀ

(Harikishan Pippal) ଆମର ସମାଜରେ ଏହି ପରି ଲୋକ ଅଛନ୍ତି ଯିଏ ଗରିବ ଘରେ ଜନ୍ମ ହୋଇକି ମଧ୍ୟ ଧନୀ ହେବାର ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ତାଙ୍କର କେବଳ ଗୋଟେ ଦୁଃଖ ଥାଏ କି ସେ ଧନୀ ହେବେ କେମିତି? ସେ ସର୍ବଦା ଗୋଟେ ଦୁଃଖରେ ବୁଡି ରୁହନ୍ତି କି ସେମାନେ ଗରିବ ଅଟନ୍ତି। ତାଙ୍କ ପାଖରେ ପଇସା ନାହିଁ। ତେଣୁ ସେମାନେ ଧନୀ ହେବେ କେମିତି? ଧନୀ ହେବା ପାଇଁ କିଛି ପଇସା ଦରକାର। କାହିଁକି ନାଆ ଆଜି କଲି ଦୁନିଆରେ ପଇସା ହିଁ ପଇସାକୁ ରୋଜଗାର କରିଥାଏ। ଏବେ ଆପଣଙ୍କୁ ଏକ ଲୋକ ବିଷୟରେ କହିବାକୁ ଯାଉଛୁ ଯିଏ କି ଅଭାବରେ ଜୀବନ ଆରମ୍ଭ କରିଥିଲେ ପରେ ସେ କୋଟି କୋଟି ଟଙ୍କା କମ୍ପାନୀର ମାଲିକ ହୋଇଗଲେ। ତାଙ୍କ ଜୀବନରେ କିଛି ଶିକ୍ଷା କରି ଆମେ ଧନୀ ହେବାର ସ୍ବପ୍ନ ଦେଖି ପାରିବା।

ଆଜ୍ଞା ହଁ ଆମେ ହରିକ୍ରିଷ୍ଣା ପିପଲ୍ ଙ୍କ ବିଷୟରେ କଥା ହେଉଛେ। ଯିଏ କି ଗରିବାରୁ ଧନୀ ଆଡ଼କୁ ଅଗ୍ରସର ହୋଇଥିଲେ ଓ ତାଙ୍କ ଠାରୁ ବହୁତ୍ କିଛି ଶିଖିବା ଉଚିତ୍। ଜଣାଇ ଦେଉଛୁ ଯେ ତାଙ୍କର ଜନ୍ମ ୟୁପି ର ନିହାତି ଗରିବ ଘରେ ଜନ୍ମ ହୋଇଥିଲେ। ଗରିବ ଘରେ ଜନ୍ମ ହୋଇଥିବା ଏହି ଲୋକ ଯିଏ କି ଏବେ ଏମିତି ଜାଗାରେ ପହଂଚିଛନ୍ତି , ଏବେ ସେ ସମାଜ ପାଇଁ ଉଦାହରଣ ହୋଇଛନ୍ତି। ହରିକ୍ରିଷ୍ଣା ରିକ୍ସା ଚଲେଇ ନିଜର ପେଟ ପୋଷିବା ପୋଷୁଥିଲେ, କିନ୍ତୁ ଆଜି ସେ ଜଣେ ସଫଳ ବ୍ୟକ୍ତି ଅଟନ୍ତି।

ସେମିତିରେ କୁହନ୍ତି ସମୟ ବଦଳିବା ପାଇଁ ଡେରି ହୁଏନାହିଁ। କେବଳ ଆମକୁ ନିଜ କର୍ମ ଉପରେ ବିଶ୍ୱାସ ରଖିବାର ଅଛି। ଜଣାଇ ଦେଉଛୁ କି ହରିକ୍ରିଷ୍ଣାଙ୍କ ଜନ୍ମ ଯେଉଁ ପରିବାରରେ ହୋଇଥିଲା ସେଠାରେ ଦୁଇ ବେଳା ଦୁଇ ମିଠା ଖାଦ୍ୟର ଯୋଗାଡ଼ କରିବା କଷ୍ଟ କର ଥିଲା। ପିତା ଗୋଟେ ଛୋଟିଆ ଦୋକାନରେ ଜୋତା ମରାମତି କରୁଥିଲେ। ତାଙ୍କର ସିଧା ପ୍ରଭାବ ହରିକ୍ରିଷ୍ଣାଙ୍କ ଉପରେ ପଡିଥିଲା ଏବଂ ସେ ନିଜ ଛୋଟ ବେଳୁ କାମ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଏହି ସବୁ ଭିତରେ ଗୋଟେ ଭଲ କଥା ହେଉଛି ହରିକ୍ରିଷ୍ଣା ପାଠ ପଢୁଥିଲେ। ବୋଧ ହୁଏ ତାଙ୍କୁ ଜଣା ଥିଲା ଯେ ଗରିବତା କୁ କେବଳ ଶିକ୍ଷା ଦ୍ଵାରା ଦୂର କରା ଯାଇପାରିବ।

ଧିରେ ଧିରେ ଆଗକୁ ବଢୁଥିଲା, କିନ୍ତୁ ହଠାତ୍ ତାଙ୍କ ପିତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଲା ଏବଂ ତାଙ୍କ ଦୋକାନ ବନ୍ଦ ହୋଇଗଲା। ଏବେ ପରିବାର ଚଲେଇବାର ଦାୟିତ୍ଵ ସିଧା ହରିକ୍ରିଷ୍ଣାଙ୍କ କାନ୍ଧ ଉପରେ ଆସି କି ପଡିଲା। ତାଙ୍କୁ କିଛି ଜାଣି ପାରୁନଥିଲେ କରିବେ ଯଦି କଣ କରିବେ? ଗୋଟେ ପଟେ ପରିବାର ଚଳେଇବା ର ଦାୟିତ୍ଵ ତ ଅନ୍ୟ ପଟେ ପଠା ପଢା। ଦୁର୍ଭାଗ୍ୟବଶତଃ ସେହି ସମୟରେ କେହି ତାଙ୍କୁ କାମ ଦେଲେ ନାହିଁ। ନିଜ ସମ୍ପର୍କୀୟଙ୍କ ସାହାଯ୍ୟରେ ଭଡ଼ାରେ ରିକ୍ସା ନେଲେ ଓ ତାକୁ ଚଲେଇବା ଆରମ୍ଭ କରିଦେଲେ। ଏହି ଅବସ୍ଥା କିଛି ମାସ ପର୍ଯ୍ୟନ୍ତ ରହିଲା।


ପୁଣି ଏମିତି ଏକ ସମୟ ଆସିଲା ତାଙ୍କ ପିତାଙ୍କ ମୃତ୍ୟୁ ଘଟିଲା ଓ ମାଆ ହରିକ୍ରିଷ୍ଣାଙ୍କୁ ବିବାହ କରାଇ ଦେଲେ। ହରିକ୍ରିଷ୍ଣାଙ୍କ ପାଇଁ ଏହି ସମୟ ବହୁତ କଠିନ ଥିଲା। ଘର ଚଲେଇବା ପାଇଁ ଅଧିକ ପଇସା ଦରକାର ଥିଲା। ଯାହାପାଇଁ ସେ ଆଗ୍ରାରେ ଏକ ଫ୍ୟକ୍ଟ୍ରିରେ ୮୦ ଟଙ୍କାର ମଜୁରିରେ କାମ କଲେ। କିଛି ବର୍ଷ ପରେ ସେ ସାହସ ଦେଖାଇଲେ ଓ ୧୯୭୫ ମସିହାରେ ବ୍ୟାଙ୍କରୁ ଲୋନ୍ ନେଲେ ଓ ନିଜର ଦୋକାନ ପୁଣି ଖୋଲିଲେ। କିନ୍ତୁ କିଛି ଦିନ ପରେ ପାରିବାରିକ କୋଳାହଳ ପାଇଁ ଘର ଛାଡ଼ିବାକୁ ପଡ଼ିଥିଲା। ଘର ଛାଡ଼ିବା ତାଙ୍କ ଜୀବନରେ ଏକ ମୋଡ ନେଇଥିଲା ପୁଣି ଆଉଥରେ ସେ ସାହସ ଦେଖାଇଥିଲେ ଓ ସେ ଜୋତା ତିଆରି କରିବା ଆରମ୍ଭ କରିଦେଇଥିଲେ।

ଜୋତା ତିଆରି କରିବା କାମ କରୁଥିବା ସମୟରେ ଏହି କାର୍ଯ୍ୟ ଗୋଟେ କମ୍ପାନୀକୁ ପସନ୍ଦ ଆସିଲା। ଯାହା ଫଳରେ ତାଙ୍କୁ ୧୦ ହଜାର ଜୋତା ତିଆରି କରିବା ପାଇଁ ଅଡ଼ର ମିଳିଲା। ଏହି ଅଡ଼ର ଷ୍ଟେଟ ଟ୍ରେଡିଂ କମ୍ପାନୀ ଦେଇଥିଲା। ୧୦ ହଜାର ଜୋତା ତିଆରି କରିବା ଅଡ଼ର ମିଳିବ ପରେ ସେବେଠୁ ସେ ଆଉ ପଛକୁ ବୁଲି ଦେଖି ନାହାନ୍ତି। ଏହା ପରେ ସେ ନିଜର ହରିକ୍ରିଷ୍ଣା ନାମକ ଏକ କମ୍ପାନୀ ଲଞ୍ଚ କଲେ ଓ ମାର୍କେଟରେ ଏହା ଖେଳି ଗଲା। କାମ ବଢିବା ପରେ ସେ ନିଜର ପିପ୍ଳସ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ଼ ନାମକ କମ୍ପାନୀ ଆରମ୍ଭ କଲେ। ଜୋତା ବ୍ୟବସାୟ ପରେ ସେ ନିଜର ଏକ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଯୋଜନା କଲେ ଓ ସଫଳ ମଧ୍ୟ ହେଲେ। କେବଳ ସେତିକି ନୁହେଁ ହରିକ୍ରିଷ୍ଣା helathcare ସେକ୍ଟର ରେ କାମ କଲେ ସଫଳ ମଧ୍ୟ ହେଲେ।

ଏହିଭଳି ଭାବରେ ସେ ବହୁତ୍ ସାରା କ୍ଷେତ୍ରରେ କାମ କଲେ ସଫଳତା ହାସଲ ମଧ୍ୟ କଲେ। ବର୍ତ୍ତମାନ ସମୟରେ ୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟାପାର କରୁଛନ୍ତି। ଏମିତିରେ ଆମେ ବି ଆସା କରିଥାଉ କି ଆଜି ଠୁ କଣ ? ଆପଣ ବି ପଇସା ନଥିବା ହେତୁ କାନ୍ଦିବା ବନ୍ଦ କରନ୍ତୁ ଓ ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ଗୀତରେ ମଧ୍ୟ କୁହା ଯାଇଛି ଯେ ଆଗ କର୍ମ କର ଫଳ ର ଇଚ୍ଛା ରଖ ନାହିଁ। ଏହି ପ୍ରେରଣା ଭରା କାହାଣୀ ଯଦି ଆପଣଙ୍କୁ ପ୍ରେରିତ କରେ ତେବେ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ସେୟାର କରନ୍ତୁ। କାରଣ ସେ ଏସବୁ ପଢି ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *