ଦୈନିକ ୭ ଟଙ୍କା ଦେଇ ପାଆନ୍ତୁ ୬୦ ହଜାରର ବଢିଆ ବାର୍ଷିକ ରିଟର୍ଣ୍ଣ,ସରକାର ଆଣିଛନ୍ତି ଏହି ସୁରକ୍ଷିତ ନିବେଶ ଯୋଜନା

ବିତିଥିବା କିଛି ବର୍ଷରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଲଗାତାର ଦୁର୍ବଳ ରହିଛି|ଅନିଶ୍ଚିତତାର ଏହି ସ୍ଥିତିରେ ଲୋକମାନେ କେଉଁଠି ବି ନିବେଶ କରିବାକୁ ମନବଳାଉ ନାହାନ୍ତି|ଏମିତିରେ ଭାରତ ସରକାର ଏମିତି ଏକ ଯୋଜନା ଆଣିଛନ୍ତି ଯେଉଁଥିରେ ଆପଣ ନିଜ ଧନରାଶିର ନିବେଶ କରି ଏକ ସୁରକ୍ଷିତ ରିଟର୍ଣ ପାଇପାରିବେ|ଏହି ଯୋଜନାର ନାମ ଅଟଳ ପେନସନ ଯୋଜନା|

ସୂଚନାଯୋଗ୍ୟ ଯେ ଅଟଳ ପେନସନ ଯୋଜନାର ଆରମ୍ଭ ୨୦୧୫ ମସିହାରେ କରାଯାଇଥିଲା|ସେତେବେଳେ ଏହି ଯୋଜନା ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା|କିନ୍ତୁ ପରେ ଏହି ଯୋଜନା ୧୮-୪୦ ବର୍ଷ ସେହି ସମସ୍ତ ଭାରତୀୟ ମାନଙ୍କପାଇଁ ଲାଗୁହେଲା ଯାହା ପାଖରେ ବ୍ୟାଙ୍କ ବା ଡାକଘରେ ଖାତା ରହିଛି|

ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ପ୍ରତିଦିନ ୭ ଟଙ୍କା ହିସାବରେ ମାସିକ ୨୧୦ ଟଙ୍କା ଜମା କରାଇବାକୁ ହେବ|ଯଦି ଆପଣ ସଞ୍ଚୟ ଖାତାରେ ଏହି ଯୋଜନା ଯୋଡି ଦିଅନ୍ତି ତେବେ ଅଟୋ ଡେବିଟ୍ ମାଧ୍ୟମରେ ତ୍ରୈମାସିକ ଵା ଅର୍ଦ୍ଧ ବାର୍ଷିକ ଜମା କରିପାରିବେ|

ଏହି ଯୋଜନାରେ ନାମାଙ୍କନ ସମୟରେ ଜଣେ ଆବେଦକଙ୍କୁ ଅନିବାର୍ଯ୍ୟ ଭାବରେ ନିଜର ପତି ବା ପତ୍ନୀଙ୍କ ତଥ୍ୟ ଦେବାକୁ ହେବ|ଏହି ଯୋଜନା ଅନ୍ତର୍ଗତ ନିବେଶ କରାଯାଇଥିବା ରାଶି ଆଧାରରେ ଅତି କମରେ ୧୦୦୦ ଟଙ୍କା,୨୦୦୦ ଟଙ୍କା,୩୦୦୦ ଟଙ୍କା,୪୦୦୦ ଟଙ୍କା ଓ ଅଧିକରୁ ଅଧିକ ୫୦୦୦ ଟଙ୍କା ମାସିକ ପେନସନ ମିଳିବ|ଯଦି କୌଣସି ବ୍ୟକ୍ତି ୧୮ ବର୍ଷ ବୟସରୁ ଏହି ଯୋଜନା ଅନ୍ତର୍ଗତ ପ୍ରତିଦିନ ୭ ଟଙ୍କା ହିସାବରେ ରାଶି ଜମାକରେ ତେଵେ ୬୦ ବର୍ଷ ବୟସ ପରେ ୫୦୦୦ ଟଙ୍କାର ପେନସନ ମିଳିବ|ଯଦି ଦାତାଙ୍କ ମୃତ୍ୟୁ ହୋଇଯାଏ ତେଵେ ପତ୍ନୀ ବା ପତିଙ୍କୁ ଏହି ପେନସନ ମିଳିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *