ଏକ୍ସପର୍ଟଙ୍କ ଦାବି : ଫ୍ୟାକ୍ଟ୍ରିରେ ମଣିଷ ତିଆରି କରୁଛନ୍ତି ଏଲିଏନ, ଆମ ଆଖପାଖରେ ବୁଲୁଛନ୍ତି ନକଲି ମଣିଷ

ବହୁତ ସମୟ ଧରି ଦୁନିଆର ଅନେକ ଦେଶ UFO ଅନୁସନ୍ଧାନ କରୁଛନ୍ତି | ଏହି ଅନୁସନ୍ଧାନକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏଲିଏନ ଏବଂ UFO ଉପରେ ମିଳୁଥିବା ପ୍ରମାଣ ଅନୁଯାୟୀ ନିଜ ରିସର୍ଚ୍ଚକୁ ଆଗକୁ ବଢାଉଛନ୍ତି | ଏହି ସମସ୍ତ ଅନୁସନ୍ଧାନରେ ମେକ୍ସିକୋର ଡୁଲ୍ସ ବେସ ବିଷୟରେ ନିଶ୍ଚିତ ଉଲ୍ଲେଖ ହୋଇଥାଏ | ଗତ କିଛି ସମୟ ପାଇଁ ଆମେରିକା ଉପରେ ଏଲିଏନ ଏବଂ UFO ସହ ଜଡିତ କଥାଗୁଡ଼ିକୁ ଲୁଚାଇଥିବାର ଅଭିଯୋଗ କରାଯାଇଥିଲା | ଅନେକ ଆମେରିକୀୟ ଅଧିକାରୀ ଦାବି କରିଛନ୍ତି ଯେ ସେମାନେ ଅନେକ ଥର ଏଲିଏନ ଏବଂ UFO ଦେଖିଛନ୍ତି | ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଏହି ସୂଚନା ଦେଇଛନ୍ତି | କିନ୍ତୁ ଏହି ସବୁ କଥାକୁ ସବୁବେଳେ ଦବେଇ ଦିଆଯାଉଥିଲା |

ବର୍ତ୍ତମାନ UFO ଉପରେ ରିସର୍ଚ୍ଚ କରୁଥିବା ଏକ୍ସପର୍ଟ ଏକ ସମ୍ବେଦନଶୀଳ ଦାବି କରିଛନ୍ତି | ସେ କହିଛନ୍ତି ଯେ ନ୍ୟୁ ମେକ୍ସିକୋର ଡୁଲ୍ସ ବେସର ସତକୁ ଆମେରିକା ଲୁଚାଇଥାଏ, ସେଠାରେ ପ୍ରକୃତରେ ଏଲିଏନମାନଙ୍କର ରହସ୍ୟ ଅଛି | ସେଠାରେ ଏଲିଏନ୍ସ କେବଳ ଏକ୍ସପେରିମେଣ୍ଟ କରିଥାନ୍ତି, ମଣିଷ ନୁହଁନ୍ତି | ସେହି ପୁରା ଏରିଆକୁ ଏଲିଏନମାନଙ୍କ ଦ୍ୱାରା କଣ୍ଟ୍ରୋଲ କରାଯାଇଥାଏ | ଏଥିରୁ ଲଟେଷ୍ଟ ଏକ୍ସପେରିମେଣ୍ଟ ହେଉଛି ଏଲିଏନ ଦ୍ୱାରା ଅନେକ ଗୋଡ ଥିବା ମଣିଷକୁ ତିଆରି କରିବା | ଆଜ୍ଞା ହଁ, ଏଲିଏନ୍ସ ଅନେକ ଗୋଡ଼ ଥିବା ମଣିଷର ଏକ ପ୍ରଜାତି ସୃଷ୍ଟି କରିଛନ୍ତି | ଏହି ସିକ୍ରେଟକୁ UFO ଟ୍ରୁଥର୍ସ ବୁକରେ ଡିଟେଲ ଭାବରେ କୁହାଯାଇଛି |

୩୧ ବର୍ଷ ପୂର୍ବେ ମଧ୍ୟ ଦିଆଯାଇଥିଲା ଚେତାବନୀ :-

ନ୍ୟୁ ମେକ୍ସିକୋର ଏହି ସିକ୍ରେଟ ବେସ ବିଷୟରେ ୧୯୯୦ ମସିହାରେ ମଧ୍ୟ ଚର୍ଚ୍ଚା ହୋଇଥିଲା | ଏହାକୁ ଲେଟ ଅଥର କମାଣ୍ଡର ଏକ୍ସ ଲେଖିଥିଲେ, ଯାହାର ପ୍ରକୃତ ନାମ ମିଲଟନ ୱିଲିୟମ କପୁର ଅଟେ | ସେ ଦି ଅଲ୍ଟିମେଟ ଡ଼ିସେପ୍ସନ ନାମକ ଏହି ପୁସ୍ତକରେ ଲେଖିଥିଲେ ଯେ ମରୁଭୂମିର ଏହି ସିକ୍ରେଟ ବେସ ଏଲିଏନ୍ସମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ | ପ୍ରକୃତରେ, କପୁର ଦାବି କରିଛନ୍ତି ଯେ ସେ ଏହି କ୍ୟାମ୍ପରୁ ବଞ୍ଚି ବାହାରି ଆସିଥିଲେ | ସେ ଯାହା ବି କିଛି ଦେଖିଲେ ତାକୁ ବହିରେ ଲେଖିଥିଲେ | ଏହି ଏରିଆକୁ ଏଲିଏନମାନଙ୍କଠାରୁ ମୁକ୍ତ କରିବାପାଇଁ ଆମେରିକାର ନୌସେନା ଚେଷ୍ଟା କରିଥିଲା | କିନ୍ତୁ ସେତେବେଳେ ଏଲିଏନ୍ସ ୬୬ ଜଣ ସୈନିକଙ୍କୁ ହତ୍ୟା କରିଥିଲେ | ଏମାନଙ୍କ ବଡି ମିଳିନଥିଲା | ଏହି କାରଣରୁ କପୁର ଅନୁମାନ କରିଥିଲେ ଯେ ସେମାନଙ୍କର ଡିଏନ୍ଏ ମାଧ୍ୟମରେ ଏଲିଏନମାନେ ହାଇବ୍ରିଡ ସୃଷ୍ଟି କରିପାରିବେ |

ଅକ୍ଟୋପସ ପରି ମଣିଷର ସୃଷ୍ଟି :-

କପୁରଙ୍କ ଅନୁଯାୟୀ, ବେସ କ୍ୟାମ୍ପରେ ଏଲିଏନମାନେ ଅନେକ ଗୋଡ ବିଶିଷ୍ଟ ମଣିଷଙ୍କୁ ତିଆରି କରିଥିଲେ | ସେମାନେ ଅକ୍ଟୋପସ ପରି ଦେଖାଯାଉଥିଲେ | ଉପରୁ ମଣିଷ କିନ୍ତୁ ତଳୁ ଗୋଡ ଅଷ୍ଟପସ ପରି ଦେଖାଯାଇଥାଏ | ସେମାନଙ୍କୁ ପିଞ୍ଜରାରେ ବନ୍ଦ କରି ରଖାଯାଇଥିଲା | ଏହା ବ୍ୟତୀତ କ୍ୟାମ୍ପରେ ଅନେକ ପ୍ରକାରର ହାଇବ୍ରିଡ ମଧ୍ୟ ତିଆରି କରାଯାଇଥିଲା | ଏଥିରେ ଅଧା ମଣିଷ ଏବଂ ଅଧା ପକ୍ଷୀ ପରି ପ୍ରଜାତି ମଧ୍ୟ ସାମିଲ ଥିଲେ | ଆଉ ଏକ ଦାବି ଅନୁଯାୟୀ, ଏଲିଏନମାନଙ୍କ ଦ୍ୱାରା ତିଆରି କରାଯାଇଥିବା ହାଇବ୍ରିଡ ସେହି ମଣିଷଙ୍କ DNA ରୁ ତିଆରି ହୋଇଛି, ଯେଉଁମାନଙ୍କୁ ଧରି ଏଲିଏନମାନେ କୋଲଡ଼ ଷ୍ଟୋରେଜ ୟୁନିଟରେ ରଖିଥାନ୍ତି | ତେବେ ଆମେରିକା ସରକାର ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରିଆସିଛନ୍ତି | ଏଲିଏନ ଏବଂ UFO ସହିତ ଜଡିତ କଥାଗୁଡ଼ିକୁ କାଳ୍ପନିକ କହିଥାନ୍ତି | ବର୍ତ୍ତମାନ ବୋଧହୁଏ ଭବିଷ୍ୟତରେ କୌଣସି କିଛି ରିସର୍ଚ୍ଚରେ ସତ ସାମ୍ନାକୁ ଆସିଯିବ, ଏହାକୁ ହିଁ ଅପେକ୍ଷା କରାଯାଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *