ଇରଫାନ ପଠାନକୁ ଜଣେ ବ୍ୟକ୍ତି କହିଲେ ବିରାଟ କୋହଲୀଙ୍କର ଚମଚା, ଇରଫାନ ଦେଲେ ମୁଁହତୋଡ ଜବାବ,ଜାଣନ୍ତୁ ପୁରା ଘଟଣା

ବିଶ୍ଵ ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ନ୍ୟୁଜଲାଣ୍ଡ ବିରୁଦ୍ଧରେ ଭାରତୀୟ ଦଳକୁ ୮ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଛି। ଯାହାପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀଙ୍କ ଉପରେ ପ୍ରଶ୍ନ ଉଠିଛି। ଟୁଇଟରରେ ଲୋକ ବିରାଟ କୋହଲୀଙ୍କୁ ଅଧିନାୟକ ପଦରୁ ହଟିବା ପାଇଁ ଦାବି କରୁଛନ୍ତି। ବିରାଟ କୋହଲୀଙ୍କର ଆଲୋଚନା କରାଯାଉଛି। ଏମିତିରେ ବିରାଟ କୋହଲୀଙ୍କର ପ୍ରଶଂସା କରିବା ପୂର୍ବ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନଙ୍କ ଉପରେ ଭାରି ପଡିଗଲା।

ଇରଫାନ ପଠାନଙ୍କୁ ଜଣେ ବ୍ୟକ୍ତି କହିଲେ କୋହଲୀଙ୍କର ଚମଚା:-

ଟୁଇଟରରେ ଏକ ପ୍ରଶଂସକ ଇରଫାନ ପଠାନଙ୍କୁ ବିରାଟ କୋହଲୀଙ୍କ ଚମଚା ବୋଲି କହିଲେ। ପ୍ରଶଂସକ କହିଲେକି ପଠାନଙ୍କୁ ବିରାଟ କୋହଲୀଙ୍କ ତରଫରୁ ପଇସା ମିଳେ। ପ୍ରଶଂସକଙ୍କ ଏହି ଆରୋପ ପରେ ଇରଫାନ ପଠାନ ସଠିକ ଉତ୍ତର ଦେଇଛନ୍ତି। ଇରଫାନ ପଠାନ ଟୁଇଟରେ ଲେଖିଲେକି,’ତେବେ କଣ ତୁମେ ମୋତେ ଦୁନିଆର ସବୁଠାରୁ ସର୍ବୋତ୍ତମ ଖେଳାଳିଙ୍କର ପ୍ରଶଂସା କରୁଥିବାର ଦେଖିବାକୁ ଚାହୁଁନ।’ ପ୍ରଶଂସକଙ୍କୁ ଇରଫାନ ପଠାନଙ୍କର ଏହି ଉତ୍ତର ବହୁତ ପସନ୍ଦ ଆସିଲା ଓ ଏହା ଉପରେ ସେମାନେ ଅଲଗା-ଅଲଗା ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶଂସକଙ୍କୁ ପଠାନ ଦେଲେ ସଠିକ ଉତ୍ତର:-

ଇରଫାନ ପଠାନଙ୍କ ଟୁଇଟ ପରେ ପ୍ରଶଂସକ ଉତ୍ତର ଦେଇ ଲେଖିଲେ,’ଯେତିକି ପ୍ରଶଂସା କରିବା କଥା କର, କିନ୍ତୁ ଏମିତି କରନାହିଁକି ଆପଣ ଏକ ଫେନ ହୋଇଯିବେ। କିଛି ସର୍ବୋତ୍ତମ ଖେଳାଳିଙ୍କ ମଧ୍ୟରେ ମଧ୍ୟ କିଛି ଜିନିଷ ଅଭାବ ଥାଏ। ସେହି ବିଷୟରେ ମଧ୍ୟ ଚିନ୍ତା କର।’

ଟାଇଟଲ ମାମଲାରେ ବିରାଟ କୋହଲୀଙ୍କ ହାତ ଖାଲି:-

ଜଣାଇଦେଉଛୁକି ଆନ୍ତର୍ଜାତୀୟ କ୍ରିକେଟରେ ରନ ଓ ଶତକ କରୁଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ବର୍ତ୍ତମାନ ସମୟରେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅନ୍ଯତମ। କିନ୍ତୁ ଅଧିନାୟକତ୍ଵରେ ସେ ପୁଣିଥରେ ବିଫଳ ହୋଇଗଲେ। ବିରାଟ କୋହଲୀନାକ ଅଧିନାୟକତ୍ଵରେ ଭାରତ ଆଉ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ହାରିଗଲା। ବର୍ତ୍ତମାନ ପର୍ଯ୍ଯନ୍ତ ବିରାଟ କୋହଲୀ ଭାରତୀୟ ଦଳକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଟ୍ରଫି ଦେଇପାରିନାହାନ୍ତି। କେବଳ ଏତିକି ନୁହେଁ କୋହଲୀ ବର୍ତ୍ତମାନ ପର୍ଯ୍ଯନ୍ତ ଗୋଟିଏ ମଧ୍ୟ ଆଇପିଏଲ ଟ୍ରଫି ଜିତିନାହାନ୍ତି।

କୋହଲୀଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ:-

ବିରାଟ କୋହଲୀଙ୍କ ଅଧିନାୟକତ୍ଵ ଉପରେ ବର୍ତ୍ତମାନ ପ୍ରଶ୍ନ ଉଠିବାକୁ ଲାଗିଛିକି କଣ ତାଙ୍କୁ ଅଧିନାୟକ ଛାଡି ଦେବା ଉଚିତ? ବର୍ତ୍ତମାନର ସ୍ଥିତିକୁ ଦେଖି ଏହି କଥାର ଦମ ଅଛି। ଜଣାଇଦେଉଛୁକି ବିରାଟ କୋହଲୀ ଅଧିନାୟକ ହେବା ପରେ ମଧ୍ୟ ୨୦୧୭ ଆଇସିସି ଚମ୍ପିୟାଂସ ଟ୍ରଫିର ଫାଇନାଲରେ ପାକିସ୍ଥାନ ନିକଟରୁ ହାରିଥିଲେ। ୨୦୧୯ ବିଶ୍ଵକପର ସେମିଫାଇନାଲରେ ନ୍ୟୁଜଲାଣ୍ଡ ନିକଟରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ୨୦୨୧ ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିୟାନସିପରେ ବିରାଟ କୋହଲୀ ଟାଇଟଲ ଜିତିବାରେ ବିଫଳ ହେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *