କରୋନା ର ପ୍ରଥମ ଡୋଜ ନେବା ପରେ ମହିଳା ହେଲେ ଅସୁସ୍ଥ ; ବନ୍ଦ ହେଉନି ଡାହାଣ ପାର୍ଶ୍ଵର ଆଖି ପତା

କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମର ଗାୟତ୍ରୀ ମହାପାତ୍ର (୩୨ ବର୍ଷ) ଜୁନ ମାସ ୨୩ ତାରିଖ ଅପରାହ୍ନରେ ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ। ୨୪ ତାରିଖ ଦିନ ସକାଳ ସମୟରେ ତାଙ୍କର ଦେହହାତ ଘୋଳାବିନ୍ଧା ହେବା ସହ ଡାହାଣ ପାଶ୍ୱର କାନ୍ଧ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ମୁହଁର ବାମପାଶ୍ୱର ଗାଲ ଫୁଲିବା ସହିତ ବଙ୍କା ହୋଇଯାଇଥିଲା। ଆଉ ୨୫ ତାରିଖ ଦିନ ସକାଳୁ ଡାହାଣ ପୋର୍ଶ୍ୱର ଆଖି ଆଉ ବନ୍ଦ କରି ହେଉନଥିଲା। ପ୍ରଥମେ ଗାୟତ୍ରୀଙ୍କୁ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା ଏବଂ ପରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଆଉ ସେଠାରୁ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲ। ଆଉ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତାଙ୍କୁ କଟକ ବଡ ମେଡିକାଲର ନ୍ୟୁରୋଲେଜି ବିଭାଗ, ଗଳା ବିଭାଗ,ନାକ ଓ କର୍ଣ୍ଣ (ଇଏନ୍‌ଟି) ବିଭାଗରେ ଦେଖାଇବାର ପରାମର୍ଶ ଦେଇଥିଲେ।

ଗାୟତ୍ରୀଙ୍କ ସମ୍ପର୍ଣ୍ଣ ଚିକିତ୍ସାର ଦାୟିତ୍ଵ ସରକାର ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସେହି ଅଞ୍ଚଳରେ କରୋନା ଟିକା ନେବା ପରେ ଜଣେ ସୁସ୍ଥ ମହିଳାଙ୍କ ପାଖରେ ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଭାବରେ ନେଉନଥିବା ର ଅଭିଯୋଗ ହୋଇଛି। ଏ ସଂପର୍କରେ ଡାକ୍ତର ପ୍ରସନ୍ନ ପଣ୍ଡାଙ୍କୁ ପଚାରିବା ପରେ ସେ ସୂଚନା ଦେଇଥିଲେ ଯେ, ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଜଣାଇଛନ୍ତି। ଡାକ୍ତର ପ୍ରସନ୍ନ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଚାହିଁଲେ ମଧ୍ୟ ଗରିବ ପରିବାରର ଗାୟତ୍ରୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *