ଦେଖନ୍ତୁ ଭିଡ଼ିଓ : ହଠାତ୍ କାରରେ ଚଢ଼ିଗଲା ସଡ଼କରେ ଦୌଡୁଥିବା ଛେଳି,ଭିଡ଼ିଓ ଦେଖିଲା ପରେ ମନ ଖୁସି ହେଇଯିବ

ସୋସିଆଲ ମିଡିଆରେ ଏହିପରି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲା ପରେ ଦିନ ଆରମ୍ଭ ହେଲାଭଳି ଲାଗେ। ଏହି ଭିଡିଓ ଏତେ ସୁନ୍ଦର ହୋଇଥାଏ କି ବାରମ୍ବାର ବାରମ୍ବାର ଦେଖିବାକୁ ଇଛା ହୁଏ। ଏ ପର୍ଯ୍ୟନ୍ତ ଆପଣ ବିଲେଇ, କୁକୁର, ହାତୀ, ଗାଇ ଓ ପକ୍ଷୀ ମାନଙ୍କ ସୁନ୍ଦର ଭିଡିଓ ଦେଖିଥିବେ କିନ୍ତୁ ଆପଣ ଏହି ଛେଳିର ଭିଡିଓ ଦେଖିବାପରେ କେବେ ବି ଭୁଲି ପାରିବେ ନାହିଁ।

ରାସ୍ତା ଉପରେ ଦୌଡ଼ିବାକୁ ଲାଗିଲା ଛେଳି:-

ସୋସିଆଲ ମିଡ଼ିଆ ସାଇଟ ଟୁଇଟର ରେ ଏବେ ଏକ ଛେଳିର ଭିଡିଓ ଭାଇରାଲ ହେଉଛି। ଏହି ଛେଳିଟି ସାମ୍ନାରୁ କାର ଆସୁଥିବା ଦେଖି ହଠାତ୍ ରାସ୍ତା ରେ ଦୌଡ଼ିବା ଆରମ୍ଭ କରିଦେଲା। ତାର ଦୌଡା ଦେଖିକି କେହି ବି କିଛି ବୁଝି ପାରିଲେ ନାହିଁ ଯେତବେଳେ ଛେଳିଟି କାରର ନିକଟତର ହେବାକୁ ଲାଗିଲା ଜଣା ପଡ଼ିଲା ଯେ ଛେଳି କାରଟିକୁ ଜାଣିଛି।

‘welcome home dad’

ମହିଳାଙ୍କୁ ଦେଖିକି ଖୁସି ହୋଇଗଲା:-

ଏହି ଭିଡିଓ କୁ ଟୁଇଟରରେ Buitengebieden ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ପ୍ରକୃତରେ ଛେଳିଟି ନିଜ ମାଲିକାଣୀର ଗାଡି ଦେଖିକି ଚିହ୍ନି ଯାଇଥିଲା ଏବଂ ତାଙ୍କୁ ଭେଟିବା ପାଇଁ ଆଗ୍ରହ ସହ ସଡ଼କ ଉପରରେ ଦୌଡୁଥିଲା। କାର ଅଟକିବା ଆଗରୁ ଛେଳିଟି ସେଥିରେ ଚଢ଼ିବା ପାଇଁ ପ୍ରୟାସ କରିଦେଇଥିଲା, ଛେଳିଟି ପ୍ରଥମେ ଚଢ଼ିବା ସମୟରେ ପଡିଗଲା ମଧ୍ୟ ସେ ହାର୍ ମାନିନଥିଲା। ସେ ଦ୍ଵିତୀୟ ଥର ମଧ୍ୟ ପ୍ରୟାସ କରିଥିଲା ଏବଂ କାର ଉପରେ ଚଢି ଯାଇଥିଲା ଓ ମାଲିକାଣୀ ମଧ୍ୟ ବହୁତ୍ ଭଲ ପାଇବା ଦେଇଥିଲା।

ହଜାର ଲୋକଙ୍କୁ ପସନ୍ଦ ଆସିଛି ଭିଡିଓ:-

ଏହି ଭିଡିଓ (Trending Video) କୁ ୨୨ ହଜାର ଲୋକ ଦେଖି ସାରିଛନ୍ତି ଏବଂ ୩୧୨ ୟୁଜର ଏହାକୁ ରିଟ୍ୱିଟ କରିଛନ୍ତି। ଯେ କୌଣସି ଲୋକଙ୍କୁ ଛେଳି ଓ ମାଲିକ ଭିତରେ ଥିବା ସମ୍ପର୍କ ପସନ୍ଦ ଆସୁଛି। ଏହି ଭିଡ଼ିଓରେ ଲୋକମାନେ ଭଲ ଭଲ କମେଣ୍ଟ କରି ପ୍ରଶଂସା କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *