ଜୁଲାଇ ୧ ତାରିଖଠାରୁ ATM ରୁ କ୍ୟାସ ବାହାର କରିବାଟା ପଡିବ ମହଙ୍ଗା ,ବଦଳିଗଲା ବ୍ୟାଙ୍କର ଏହି ନିୟମ

ଯଦି ଆପଣ ମଧ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ଅଟନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଏହି ଖବର ଆପଣଙ୍କ ପାଇଁ ଅଟେ | ବାସ୍ତବରେ, SBI ବ୍ୟାଙ୍କ ନିଜର ଅନେକ ଜରୁରୀ ନିୟମଗୁଡିକରେ ପରିବର୍ତ୍ତନ କରିଛି | ଷ୍ଟେଟ ବ୍ୟାଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂତନ ନିୟମ ଜୁଲାଇ ୧ ତାରିଖ ୨୦୨୧ଠାରୁ ଲାଗୁ ହେବ | ଯାହା ପରେ ATM ରୁ କ୍ୟାଶ ଉଠାଇବା ଏବଂ ଚେକବୁକର ବ୍ୟବହାର କରିବା ମହଙ୍ଗା ପ୍ରମାଣିତ ହୋଇପାରେ |

ସର୍ଭିସ ଚାର୍ଜରେ ହେଲା ପରିବର୍ତ୍ତନ :-

ଜୁଲାଇ ୧ ତାରିଖ ୨୦୨୧ ରୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ର ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି | ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ATM ଏବଂ ବ୍ୟାଙ୍କ ସର୍ଭିସର ନିୟମଗୁଡିକରେ କିଛି ପରିବର୍ତ୍ତନ କରିଛି | ଏହା ଅଧୀନରେ ବର୍ତ୍ତମାନ ATM ଏବଂ ବ୍ୟାଙ୍କ ବ୍ରାଞ୍ଚରୁ ଟଙ୍କା ଉଠାଇବା ପାଇଁ ସର୍ଭିସ ଚାର୍ଜରେ ପୁଣି ପରିବର୍ତ୍ତନ କରାଯାଇଛି | SBI ର ଅଫିସିଆଲ ୱେବସାଇଟରେ ଏହି ସୂଚନା ଦିଆଯାଇଛି | ଏଥିରେ ନୂତନ ଚାର୍ଜ ଚେକବୁକ,ଟ୍ରାନ୍ସଫର ଏବଂ ଅନ୍ୟାନ୍ୟ ନନ-ଫାଇନାନସିଆଲ କାରବାରରେ ଲାଗୁ କରାଯିବ | ବ୍ୟାଙ୍କ ଅନୁଯାୟୀ, ସମସ୍ତ ନୂତନ ସର୍ଭିସ ଚାର୍ଜ ଜୁଲାଇ ୧ ତାରିଖ ୨୦୨୧ ଠାରୁ SBI ବେସିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ (BSBD) ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ |

ଏଟିଏମରୁ କ୍ୟାଶ ଉଠାଇବା ମଧ୍ୟ ମହଙ୍ଗା ପଡିଲା :-

SBI ର BSBD କଷ୍ଟମରକୁ ଚାରିଥର ଫ୍ରି କ୍ୟାଶ ଉଠାଇବାକୁ ସୁବିଧା ଦିଆଯାଇଛି | କିନ୍ତୁ ଫ୍ରି ଲିମିଟ ଶେଷ ହେବାପରେ ବ୍ୟାଙ୍କ ଗ୍ରାହକଙ୍କୁ ଚାର୍ଜ କରିଥାଏ | ଜୁଲାଇ ୧ ପରେ ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇବା ଉପରେ ୧୫ ଟଙ୍କା ଜିଏସଟି ଆଦାୟ କରେ | କରୋନା ସଙ୍କଟ କାରଣରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଆକାଉଣ୍ଟଧାରୀମାନଙ୍କୁ ଆରାମ ପ୍ରଦାନ କରି କ୍ୟାଶ ଉଠାଇବାର ସୀମା ବଢ଼ାଇ ଦେଇଛି | ଗ୍ରାହକ ନିଜର ସଂଚୟ ଖାତାରୁ ଅନ୍ୟ ବ୍ରାଞ୍ଚକୁ ଯାଇ ଟଙ୍କା ଉଠାଇବା ଫର୍ମ ମାଧ୍ୟମରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ ଏବଂ ଚେକ ଦ୍ୱାରା ଅନ୍ୟ ବ୍ରାଞ୍ଚକୁ ଯାଇ ମଧ୍ୟ ୧ ଲକ୍ଷ ଟଙ୍କା ଉଠାଇ ପାରିବେ |

ଷ୍ଟେଟ ବ୍ୟାଙ୍କର ସର୍ଭିସ ଚାର୍ଜରେ କରାଯାଇଛି ଏହି ପରିବର୍ତ୍ତନଗୁଡିକ :-

୧. SBI BSBD ଆକାଉଣ୍ଟଧାରୀମାନଙ୍କୁ ଏକ ଫାଇନାନସିଆଲ ଇୟରରେ ୧୦ ଚେକର କପି ମିଳିଥାଏ | ବର୍ତ୍ତମାନ ୧୦ ଟି ଚେକ ଥିବା ଚେକବୁକର ଚାର୍ଜ ଦେବାକୁ ପଡିବ | ୧୦ ଟି ଚେକ ପତ୍ର ପାଇଁ ବ୍ୟାଙ୍କ ୪୦ ଟଙ୍କା ଏବଂ ସାଥିରେ ଜିଏସ୍ଟି ଦେବାକୁ ପଡିବ |

୨. ଜରୁରୀକାଳୀନ ଚେକ ବୁକ ଉପରେ ୧୦ ଟି ପତ୍ର ପାଇଁ ୫୦ ଟଙ୍କା ଏବଂ ଜିଏସ୍ଟି ଦେବାକୁ ପଡିବ |

୩. ୨୫ ଚେକ ଲିଭ ପାଇଁ ବ୍ୟାଙ୍କକୁ ୭୫ ଟଙ୍କା ଏବଂ ଜିଏସ୍ଟି ଚାର୍ଜ ଦେବାକୁ ପଡିବ |

୪. ବରିଷ୍ଠ ନାଗରିକମାନଙ୍କୁ ଚେକ ବୁକ ଉପରେ ନୂତନ ସେବା ଦେୟରୁ ମୁକ୍ତ କରାଯିବ |

୫. ବ୍ୟାଙ୍କ BSBD ଆକାଉଣ୍ଟଧାରୀଙ୍କ ଦ୍ୱାରା ଘର ଏବଂ ନିଜ କିମ୍ବା ଅନ୍ୟ ବ୍ୟାଙ୍କ ବ୍ରାଞ୍ଚରୁ ଟଙ୍କା ଉଠାଇବା ଉପରେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *