ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର : ଜିଓ ଲଞ୍ଚ କଲା ନୂଆ ପ୍ରିପେଡ ପ୍ଳାନ,ମିଳିବ ୧୦୯୫ ଜୀବି ଡାଟା,ଜାଣନ୍ତୁ ପ୍ଲାନ ବିଷୟରେ …

ରିଲାଏନ୍ସ ଜିଓ ନିକଟରେ ସମ୍ପୂର୍ଣ ହୋଇଥିବା ନିଜର ୪୪ତମ ବାର୍ଷିକ ସଭାରେ ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିଲେ। ଯାହାର ନାମ ଜିଓ ଫୋନ ନେକ୍ସ୍ଟ ଦିଆଯାଇଛି। ଜିଓ ଫୋନ ନେକ୍ସ୍ଟକୁ ଗୁଗୁଲ ସହିତ ମିଶି ଲଞ୍ଚ କରାଯାଇଛି ଓ ଏଥିରେ ଆପଣଙ୍କୁ ଏଣ୍ଡ୍ରୋଏଡ ଫୋନର ଫିଚରଗୁଡିକ ମଧ୍ୟ ମିଳିବ। ଜିଓ ଫୋନ ନେକ୍ସ୍ଟର ମୂଲ୍ୟ ବିଷୟରେ କମ୍ପାନୀ କିଛି କହିନାହିଁ, କିନ୍ତୁ ବିକ୍ରିର ତାରିଖକୁ ୧୦ ସେପ୍ଟେମ୍ବର ରଖାଯାଇଛି। କିଛିଦିନ ପୂର୍ବେ ଜିଓ ଅନେକ ପ୍ରକାର ନୂଆ ପ୍ରି-ପେଡ ପ୍ଳାନ ଆଣିଥିଲା ଓ ବର୍ତ୍ତମାନ କମ୍ପାନୀ ଏକ ନୂଆ ପ୍ରି-ପେଡ ପୁଣିଥରେ ଲଞ୍ଚ କରିଦେଇଛି। ଜିଓର ଏହି ନୂଆ ପ୍ରି-ପେଡ ପ୍ଳାନରେ ହାଇ ସ୍ପିଡ ଡାଟା ସହିତ ଅନଲିମିଟେଡ କଲିଙ୍ଗ ପରି ସୁବିଧା ମଧ୍ୟ ଅଛି। ଆସନ୍ତୁ ଜାଣିବା ଏହି ପ୍ଳାନ ବିଷୟରେ…

ଜିଓର ଏହି ପ୍ଳାନର ମୂଲ୍ୟ ୩,୪୯୯ ଟଙ୍କା। ଜିଓର ଏହି ପ୍ଳାନରେ ପ୍ରତ୍ଯେକ ଦିନ ୩ଜୀବି ଡାଟା ମିଳିବ ଅର୍ଥାତ ସମୁଦାୟ ୧୦୯୫ ଜୀବି ଡାଟା ମିଳିବ। ଏହି ପ୍ଳାନର ବୈଧତା ୩୬୫ ଦିନର ଅଟେ। ଡାଟା ଶେଷ ହେବା ପରେ ଇଣ୍ଟରନେଟର ସ୍ପିଡ ୬୪କେବିପିଏସ ହୋଇଯିବ।

ଏହି ପ୍ଳାନ ସହିତ ଅନଲିମିଟେଡ କଲିଙ୍ଗ ସହିତ ପ୍ରତ୍ଯେକ ଦିନ ୧୦୦ ଏସଏମଏସର ସୁବିଧା ମଧ୍ୟ ଅଛି। ଏହି ପ୍ଳାନର ଅତିରିକ୍ତ ଲାଭ ବିଷୟରେ କଥା ହେବୁ ଯଦି, ତେବେ ଏଥିରେ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ ଓ ଜିଓ ନ୍ଯୁଜ ମଧ୍ୟ ଏକ୍ସେସ ମିଳିବ।

ଜଣାଇଦେଉଛୁକି ଜିଓ ପାଖରେ ୩ଜୀବିର ପ୍ରତିଦିନ ଡାଟା ଥିବାର ପ୍ଳାନ ଅଛି, ଯାହାର ମୂଲ୍ୟ ୯୯୯ ଟଙ୍କା କିନ୍ତୁ ଏହାର ବୈଧତା ୮୪ ଦିନର ଅଟେ। ଏମିତିରେ ଜିଓ ୩,୪୯୯ ଟଙ୍କାର ପ୍ଳାନ ସେମାନଙ୍କ ପାଇଁ ଆଣିଛି, ଯେଉଁମାନେ ଅଧିକ ଲମ୍ବା ସମୟ ପର୍ଯ୍ଯନ୍ତ ଅଧିକ ଡାଟା ବ୍ୟବହାର କରିବାକୁ ଚାହାନ୍ତି।

୧ ବର୍ଷ ପର୍ଯ୍ଯନ୍ତ ପ୍ରତ୍ଯେକ ଦିନ ୩ଜୀବି ଡାଟା ଥିବା ପ୍ଳାନର ଅଫର କରିଥିବା ଜିଓ ଦେଶର ପ୍ରଥମ ଟେଲିକମ କମ୍ପାନୀ ଅଟେ। ବର୍ତ୍ତମାନ ପର୍ଯ୍ଯନ୍ତ ସମସ୍ତ କମ୍ପାନୀକୁ ୩ଜୀବିର ଡେଲି ଡାଟା ଥିବା ପ୍ଳାନ ଅଧିକତମ ୮୪ ଦିନର ବୈଧତା ସହ ଆସିଥାଏ, କିନ୍ତୁ ଜିଓ ସର୍ବପ୍ରଥମେ ନିଜର ଏହି ପ୍ଳାନ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଛି। ଜିଓ ନିଜର ଏହି ୩,୪୯୯ ଟଙ୍କାର ପ୍ଳାନ ସହିତ ଡିସନି+ହଟଷ୍ଟାର ଭିଆଇପି ର ସବସ୍କ୍ରିପସନ ଦେଇନାହିଁ। ଯେତେବେଳେକି ଅନେକ ପ୍ଳାନ ସହିତ ସବସ୍କ୍ରିପସନ ମିଳିଥାଏ। ଜଣାଇଦେଉଛୁକି ଏହା ଜିଓର ସବୁଠାରୁ ମହଙ୍ଗା ପ୍ରି-ପେଡ ପ୍ଳାନ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *