୬ ଜଣ ଏମିତି ଖେଳାଳି ଯିଏକି କ୍ରିକେଟରେ ସାମିଲ ହୋଇଥିଲେ ବୋଲର ରୂପରେ କିନ୍ତୁ ହୋଇଗଲେ ଖତରନାକ ବ୍ୟାଟ୍ସମ୍ୟାନ, ଜାଣନ୍ତୁ କିଏ କିଏ ସେହି ଖେଳାଳି ମାନେ

ଆମ ଦେଶରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ଭାବରେ ପରିଚିତ। ଏଠାରେ ଛୋଟ ଛୋଟ ପିଲାଙ୍କ ମଧ୍ୟ କ୍ରିକେଟ ପସନ୍ଦ ଆସିଥାଏ ହୁଏତ ତାଙ୍କ ହାତରେ ବ୍ୟାଟ ନଜାଗା ହେଉ। କ୍ରିକେଟ ଏକ ରୋମାଂଚିତ କରିଦେବାପରି ଖେଳ ଅଟେ। ସ୍ୱଭାବିକ କଥା ଏହାକି ଯେ ଏହା ଲୋକଙ୍କୁ ବହୁତ ପସନ୍ଦ ଆସିବ। ଏବେଏବେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ସମାପ୍ତ ହୋଇଯାଇଛି। ଯେଉଁଥିରେ ଆମ ଦେଶ ନ୍ୟୁଜିଲାଣ୍ଡ ଠାରୁ ହାରିଗଲା। ଏକ କଥା ଏହାକି ଯେ, ଯାହାକୁ ଟିକେମାତ୍ର ଖେଳ ଜଣାନାହିଁ ତାକୁ ଏହା ଜଣାଅଛି ଯେ କ୍ରିକେଟରେ ଖେଳାଳିଙ୍କୁ କେମିତି ଚୟନ କରାଯାଏ। ବିଶ୍ୱ କ୍ରିକେଟରେ ପ୍ରତ୍ୟେକ ଖେଳାଳି ନିଜର ସ୍ପେଶାଲିଟି ପାଇଁ ପରିଚିତ ଓ ଏହି ସ୍ପେଶାଲିଟି ତାଙ୍କ ଚୟନର ଆଧାର ହୋଇଥାଏ। ବହୁତ ସାରା ଖେଳାଳି ନିଜର ମନପସନ୍ଦର ଖେଳ ବାଛିଥାନ୍ତି। ଏହାକୁ ବାଛିବା ସମୟରେ ସେମାନେ କେତେବେଳେ ବ୍ୟାଟିଂ ପାଇଁ ଆକର୍ଷିତ ହୋଇଥାନ୍ତି ତ କେତେବେଳେ ବୋଲର ଓ ଉଇକେଟ କିପର ଭାବରେ ନିଜକୁ ତିଆରି କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ବିଶ୍ୱର ଏମିତି କିଛି ଖେଳାଳିଙ୍କ ବିଷୟରେ କହିବୁ ଯିଏକି ବୋଲର ଭାବରେ ଦଳରେ ସାମିଲ ହୋଇଥିଲେ କିନ୍ତୁ ଶେଷରେ ବ୍ୟାଟ୍ସମ୍ୟାନ ହୋଇଯାଇଥିଲେ। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ।

ରୋହିତ ଶର୍ମା:-

ଏହି ସୂଚୀରେ ପ୍ରଥମ ନାମ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ନାମରେ ରହିଛି। ରୋହିତ ଶର୍ମା ନିଜ କ୍ୟାରିଅରର ଆରମ୍ଭ ଏକ ସ୍ପିନ ବୋଲର ଭାବରେ କରିଥିଲେ। କିନ୍ତୁ ଆଙ୍ଗୁଠିରେ ଆଘାତ ପାଇବାରୁ ସେ ବ୍ୟାଟିଂରେ ଧ୍ୟାନ ଦେଇଥିଲେ ଓ ଆଜି ସେ ଏକ ବିଶ୍ବର ଧୂଆଁଧାର ବ୍ୟାଟ୍ସମ୍ୟାନ ରୂପରେ ପରିଚିତ। ଏତିକି ମଧ୍ୟ ନୁହେଁ ସେ ଏକ ଧୁରନ୍ଧର ଓପନର ଅଟନ୍ତି। ରୋହିତ ଶର୍ମା ବିଶ୍ୱ କ୍ରିକେଟରେ ଏକମାତ୍ର ଖେଳାଳି ଅଟନ୍ତି ଯିଏକି ଦିନିକିଆ କ୍ରିକେଟରେ 3ଥର 200 ରୁ ଉର୍ଦ୍ଧ୍ଵ ରନ କରିଛନ୍ତି।

ଷ୍ଟିଭ ସ୍ମିଥ:-

ଏହି ସୂଚୀରେ ଅଷ୍ଟ୍ରେଲିଆର ମଜବୁତ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ନାମ ଆସୁଛି। ଆପଣଙ୍କୁ ଜଣାଇଦେଉଛୁ କି, ସ୍ମିଥ ଏକ ଲେଗ ସ୍ପିନ ବୋଲର ଭାବରେ ଦଳରେ ସାମିଲ ହୋଇଥିଲେ ଓ ଏହାସହ ସେ ଭଲ ବ୍ୟାଟିଂ ମଧ୍ୟ କରନ୍ତି। ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ତାଙ୍କୁ କେବଳ ବ୍ୟାଟିଂ ପାଇଁ କହିଥିଲେ ଓ ସେ ତାଙ୍କ କଥା ମାନି କେବଳ ବ୍ୟାଟିଂ କରିଥିଲେ। ଏହାପରେ ସେ ତାଙ୍କ ବ୍ୟାଟିଂ ବଳରେ ବହୁତ ରେକର୍ଡ଼ ସ୍ଥାପନା କରିଥିଲେ।

ସନାଥ ଜୟସୁରିୟା:-

ଏମିତି କେହି କ୍ରିକେଟ ପ୍ରେମୀ ନଥିବେ ଯିଏକି ଶ୍ରୀଲଙ୍କାର ପୂର୍ବ ବାମହାତୀ ବ୍ୟାଟ୍ସମ୍ୟାନ ଜୟସୁରିୟାଙ୍କୁ ଜାଣିନାହାଁନ୍ତି। ସେ ନିଜର କ୍ୟାରିଅର ଏକ ବୋଲର ରୂପରେ କରିଥିଲେ। ଏହାପରେ ସେ ନିଜର ବ୍ୟାଟିଂରେ ଧ୍ୟାନ ଦେଲେ ଓ ଶ୍ରୀଲଙ୍କା ପାଇଁ ଧୂଆଁଧାର ବ୍ୟାଟ୍ସମ୍ୟାନ ହୋଇଗଲେ।

ସଚିନ ତେନ୍ଦୁଲକର:-

ଏହି ଲିଷ୍ଟରେ ବିଶ୍ୱ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ରହିଛି। ଇଣ୍ଟରନାଶନାଲ କ୍ରିକେଟରେ ଶତକ ଉପରେ ଶତକ ମାରିଥିବା ଏହି ଖେଳାଳି ଏକ ଲେଗ ସ୍ପିନର ଭାବରେ ପ୍ରଥମେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ କ୍ରିକେଟ ଏକ୍ସପର୍ଟଙ୍କ ସମେତ ସେ ବୋଲିଂ ସହିତ ନିଜର ବ୍ୟାଟିଂରେ ଧ୍ୟାନ ଦେଇଥିଲେ। ସଚିନ ତେନ୍ଦୁଲକର ବିଶ୍ବର ପ୍ରତ୍ୟେକ ବୋଲରଙ୍କୁ ଧରାଶାୟୀ କରିଦେଇଛନ୍ତି।

ସାହିଦ ଆଫ୍ରିଦି:-

ପାକିସ୍ତାନ କ୍ରିକେଟର ଷ୍ଟାର ଖେଳାଳି ସାହିଦ ଆଫ୍ରିଦି ଲମ୍ବା ଲମ୍ବା ଛକା ମାରିବାରେ ଜଣାଯାଆନ୍ତି। ସାହିଦ ଆଫ୍ରିଦି ନିଜ କ୍ୟାରିଅରର ଆରମ୍ଭ ଏକ ଲେଗ ସ୍ପିନର ଭାବରେ କରିଥିଲେ। କିନ୍ତୁ ଭଲ ବ୍ୟାଟିଂ କରୁଥିବାରୁ ସେ ପାକିସ୍ତାନ କ୍ରିକେଟ ର ସଲାମୀ ବ୍ୟାଟ୍ସମ୍ୟାନ ହୋଇଗଲେ ଓ ଦ୍ରୁତ ଶତକ ମାରିଥିଲେ। ତାଙ୍କର ଏହି ରେକର୍ଡ଼ ଶେଷରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କୋରି ଆଣ୍ଡରସନ ଭାଙ୍ଗିଥିଲେ।

କେଭିନ ପିଟରସନ:-

ଇଂଲଣ୍ଡ କ୍ରିକେଟରେ କେପି ନାମରେ ପରିଚିତ କେଭିନ ପିଟରସନ ଏକ ସ୍ପିନ ବୋଲର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ଧୀରେଧୀରେ ସେ ଏକ ବ୍ୟାଟ୍ସମ୍ୟାନ ହେଲେ ଓ ଇଂଲଣ୍ଡ ପାଇଁ ବହୁତ ସାରା ରନ ବନାଇଲେ।

ଏହି କାହାଣୀ ଏମିତି ଖେଳାଳି ଙ୍କ ବିଷୟରେ ଥିଲା ଯିଏକି ନିଜ କ୍ୟାରିଅର ବୋଲର ହିସାବରେ କରିଥିଲେ କିନ୍ତୁ ଶେଷରେ ବ୍ୟାଟ୍ସମ୍ୟାନ ରୂପରେ ଲୋକପ୍ରିୟ ହୋଇଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published.