୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ଜିଲ୍ଲାଗୁଡିକ ହେଉଛି – ଖୋର୍ଦ୍ଧା,କଟକ,ପୁରୀ,ଗଞ୍ଜାମ,ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ରାଜ୍ୟରେ ବଜ୍ରପାତ ସହିତ ବର୍ଷା ହେବାପାଇଁ ୨୦ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି,କଟକ ଜିଲ୍ଲା,ଜଗତସିଂହପୁର ଜିଲ୍ଲା,ପୁରୀ ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା,ନୟାଗଡ ଜିଲ୍ଲା,ଗଞ୍ଜାମ ଜିଲ୍ଲା,ଗଜପତି ଜିଲ୍ଲା,ସୁନ୍ଦରଗଡ ଜିଲ୍ଲା,କେନ୍ଦୁଝର ଜିଲ୍ଲା,ମୟୁରଭଞ୍ଜ ଜିଲ୍ଲା,ବାଲେଶ୍ବର ଜିଲ୍ଲା,ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା,କେନ୍ଦ୍ରାପଡା ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,କନ୍ଧମାଳ ଜିଲ୍ଲା,ରାୟଗଡା ଜିଲ୍ଲା,ମାଲକାନଗିରି ଜିଲ୍ଲା,କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା।

ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *