ପିଲାମାନଙ୍କୁ କାନ ଧରି ବସ-ଉଠ କରିବାକୁ କାହିଁକି କୁହାଯାଏ ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ନିଜର ସାରା ଜୀବନକୁ ଦେଖିବାପରେ ଏପରି ଲାଗୁଛି ଯେ ସ୍କୁଲ ଦିନ ସବୁଠାରୁ ବେଷ୍ଟ ଦିନ ଥିଲା | ଏହା ସେହି ଦିନ ଥିଲା, ଯେତେବେଳେ ଆମକୁ ଦୁନିଆର କୌଣସି ଚିନ୍ତା ନଥିଲା | ଆମେ ନିଜର ଜୀବନକୁ ବହୁତ ଭଲ ଭାବେ ଉପଭୋଗ କରୁଥିଲେ | ବର୍ତ୍ତମାନ ସ୍କୁଲର ସବୁ କଥା ମନେପଡିଯାଉଛି | ସେ ସାଙ୍ଗସାଥୀଙ୍କ ସହିତ ମଜା ମସ୍ତି ହେଉ କିମ୍ବା ଟିଚରଙ୍କ ପାଠପଢା କିମ୍ବା କୌଣସି ଭୁଲ କଲେ ଟିଚର ଦେଉଥିବା ଦଣ୍ଡ | ତେବେ ଟିଚରମାନେ ଅଧିକାଂଶ ଦଣ୍ଡରେ ପିଲାମାନଙ୍କୁ କାନ ଧରି ଉଠ-ବସ ହେବାକୁ କହିଥାନ୍ତି | କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ପିଲାମାନଙ୍କୁ ଏହି ଦଣ୍ଡ କାହିଁକି ଦିଆଯାଏ ?

କେବଳ ପିଲାମାନଙ୍କୁ ନାହିଁ ବରଂ କରୋନା ସମୟରେ ଆପଣ ଅନେକ ପୋଲିସଙ୍କୁ ନିୟମ ଭାଙ୍ଗିଲେ ନାଗରିକମାନଙ୍କୁ ଉଠ-ବସ କରାଇଥାନ୍ତି | ତେବେ ଏହି ବସ-ଉଠ ହେବାର ଦଣ୍ଡ କାହିଁକି ଦିଆଯାଏ ଏହା ଆପଣ ଜାଣିଛନ୍ତି କି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦଣ୍ଡ ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ଲୁଚିରହିଛି |

କାନ ଧରି ବସ-ଉଠର ବ୍ୟବହାର ଅନେକ ଲୋକ ପ୍ରାର୍ଥନା ସମୟରେ ମଧ୍ୟ କରନ୍ତି | ଦକ୍ଷିଣ ଭାରତ ମନ୍ଦିରଗୁଡିକରେ ଏହି ପ୍ରଥା ବହୁତ ପ୍ରଚଳିତ ଅଟେ | ସେହିପରି ଅନେକ ଲୋକ ଯୁଦ୍ଧ ଏବଂ ବ୍ୟାୟାମ ସମୟରେ କରିଥାନ୍ତି | ଏହା କରିବାଦ୍ୱାରା ଧ୍ୟାନ କେନ୍ଦ୍ରିତ ହୋଇଥାଏ | ତେବେ ଏହାକୁ ନିୟମିତ ଭାବରେ କରିବାଦ୍ୱାରା ପେଟର ଆଖପାଖରେ ଥିବା ଚର୍ବି କମ ହୋଇଯାଏ | ଏହାର ଅର୍ଥ ହେଉଛି ଯେ ଏହି ଉଠ-ବସ କେବଳ ଆପଣଙ୍କ ମସ୍ତିଷ୍କକୁ ସଫା କରିନଥାଏ ବରଂ ଆପଣଙ୍କ ଓଜନକୁ ମଧ୍ୟ ହ୍ରାସ କରିଥାଏ |

ତେବେ ଉଠ-ବସ ଉପରେ ଅନେକ ବୈଜ୍ଞାନିକ ବହୁତ ଅଧ୍ୟୟନ କରିଛନ୍ତି | ଏଥିମଧ୍ୟରୁ ଗୋଟିଏ ରିସର୍ଚ୍ଚ ଅନୁଯାୟୀ ୧ ମିନିଟ ପର୍ଯ୍ୟନ୍ତ କାନ ଧରି ବସ-ଉଠ ହେଲେ ଅଲଫା ୱେବର ଆକ୍ଟିଭିଟି ବଢିଥାଏ | ଯେତେବେଳେ ଆମେ କାନ ଧରନ୍ତି ସେତେବେଳେ ଲୋବଗୁଡ଼ିକ ଚାପି ହୋଇଯାଏ | ଆମେ ଏଥିରୁ ଆକ୍ୟୁପ୍ରେସରର ଲାଭ ପାଇଥାଉ | ଏହି ଆକ୍ୟୁପ୍ରେସର ଥିଓରୀ ଅନୁଯାୟୀ, ମସ୍ତିଷ୍କର ଡାହାଣ ଏବଂ ବାମ ପାର୍ଶ୍ୱ କାନ ଧରିଲେ ସକ୍ରିୟ ହୋଇଯାଏ | ଅନ୍ୟ ଏକ ରିସର୍ଚ୍ଚରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଉଠ-ବସ ହେବାଦ୍ବାରା ବ୍ରେନର ଇଲେକ୍ଟ୍ରିକାଲ ଆକ୍ଟିଭିଟିରେ ବୃଦ୍ଧି ଘଟିଥାଏ |

ବାସ ଏହି ଲାଭ ଗୁଡିକୁ ଦେଖି ଅନେକ ବିଦ୍ୟାଳୟ ପିଲାମାନଙ୍କୁ ଉଠ ବସ ହେବାର ଦଣ୍ଡ ଦେବା ଆରମ୍ଭ କଲେ | ଏହାକୁ ଦେଖି ସମସ୍ତ ବିଦ୍ୟାଳୟ ଏହାକୁ ଆପଣାଇନେଲେ | ଆଜ୍ଞା ହଁ, ଏହି ଦଣ୍ଡ ଦେବାର ପ୍ରକୃତ କାରଣ ଅନେକ ଶିକ୍ଷକଙ୍କୁ ମଧ୍ୟ ଜଣାନଥିବ | କିନ୍ତୁ ବର୍ତ୍ତମାନ ଆପଣ ଏହାର କାରଣ ଜାଣିଗଲେ | ତେଣୁ ପରବର୍ତ୍ତୀ ସମୟରେ ଆପଣ ଏହି ଜ୍ଞାନ ଦେଇ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ | ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *