WHO ଦେଲା ବଡ ବୟାନ : କେଉଁ ଲୋକମାନଙ୍କୁ କରୋନାଠାରୁ ବଞ୍ଚିବା ପାଇଁ ପ୍ରତିବର୍ଷ ନେବାକୁ ପଡିବ ବୁଷ୍ଟର ଡୋଜ ?

ସାରା ଦୁନିଆରେ ବର୍ତ୍ତମାନ ଟୀକାକରଣ କରାଯାଉଛି | କରୋନାର ବଦଳୁଥିବା ଭାରିଆଣ୍ଟ ଏବଂ ଟୀକା ଉପରେ ଏହାର ପ୍ରଭାବକୁ ନେଇ ମଧ୍ୟ ଏକ୍ସପର୍ଟସଙ୍କ ଚିନ୍ତା ବଢିଚାଲିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଏକ ଡକ୍ୟୁମେଣ୍ଟରେ ଅନୁମାନ କରିଛି ଯେ ଯେଉଁ ଲୋକମାନଙ୍କୁ କରୋନା ଦ୍ୱାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ଅଛି, ଯେପରିକି ବୃଦ୍ଧମାନଙ୍କୁ, ସେହି ଲୋକମାନଙ୍କୁ କରୋନାର ଭାରିଆଣ୍ଟରୁ ବଞ୍ଚିବାପାଇଁ ପ୍ରତିବର୍ଷ ଏକ ବୁଷ୍ଟର ଡୋଜ ନେବାକୁ ପଡିବ |

ରାୟଟର୍ସଙ୍କ ଖବର ଅନୁଯାୟୀ, WHO ର ଏହି ଅନୁମାନକୁ ନେଇ ଟିକା ଗଠବନ୍ଧନ ଗାଭିର ଏକ ବୈଠକରେ ମଧ୍ୟ କରାଯାଇଥିଲା | ଗାଭି WHO ର କୋଭିଡ -19 ଟିକା କାର୍ଯ୍ୟକ୍ରମ COVAX ର ଏକ ସହଯୋଗୀ ଗଠବନ୍ଧନ ଅଟେ | ଭ୍ୟାକ୍ସିନ ନିର୍ମାତା ମୋଡର୍ନା ଇଙ୍କ ଏବଂ ଫାଇଜର ଇଙ୍କ,ନିଜର ଜର୍ମାନ ପାର୍ଟନର ବାୟୋଏନଟେକ ସହିତ ବୁଷ୍ଟର ସଟର ଆବଶ୍ୟକତା ଉପରେ ପୂର୍ବରୁ ହିଁ ଚାପ ପକାଉଛି |

ଏହି କମ୍ପାନୀମାନେ କହିଛନ୍ତି ଯେ ବୁଷ୍ଟର ସଟରୁ ଉଚ୍ଚ ସ୍ତରର ଇମ୍ୟୁନିଟି ବଜାୟ ରଖିବାରେ ସାହାଯ୍ୟ ମିଳିବ | ତେବେ ଏହା କେତେ ପ୍ରଭାବଶାଳୀ ହେବ, ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ଭାବରେ ଜଣା ପଡ଼ିନାହିଁ | ଡକ୍ୟୁମେଣ୍ଟରେ WHO ଅଧିକ ସଂକ୍ରମିତ ହେଉଥିବା ଲୋକମାନଙ୍କ ପାଇଁ ପ୍ରତିବର୍ଷ ବୁଷ୍ଟର ଏବଂ ସାଧାରଣ ଜନତାଙ୍କ ପାଇଁ ପ୍ରତି ଦୁଇବର୍ଷରେ ଥରେ ବୁଷ୍ଟର ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି |

ରିପୋର୍ଟରେ ଏହା କୁହାଯାଇନାହିଁ ଯେ WHO ପ୍ରକୃତରେ ଏହି ସିଦ୍ଧାନ୍ତରେ କିପରି ପହଞ୍ଚିଲା | ରିପୋର୍ଟ ଅନୁଯାୟୀ, ଭାରିଆଣ୍ଟର ନୁଆଁ ନୁଆଁ ରୂପ ଆସିବ ଏବଂ ଏହି ବିପଦକୁ ମୁକାବିଲା କରିବାପାଇଁ ଟୀକାକୁ ନିୟମିତ ଭାବରେ ଅପଡେଟ କରାଯାଉଥିବ |

ଗାଭିର ଜଣେ ପ୍ରବକ୍ତା କହିଛନ୍ତି ଯେ COVAX ଅନେକ ପ୍ରକାରର ପରିଦୃଶ୍ୟକୁ ଧ୍ୟାନରେ ରଖିବାକୁ ଯୋଜନା କରୁଛି | ଜୁନ ୮ ର ଏହି ଡକ୍ୟୁମେଣ୍ଟରେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ବିଶ୍ୱ ସ୍ତରର ଟୀକାର ୧୨ ଅରବ ଡୋଜ ଉତ୍ପାଦନର ଲକ୍ଷ ରଖାଯାଇଛି |

ଡକ୍ୟୁମେଣ୍ଟରେ ଟୀକା ଉତ୍ପାଦନର ଅସୁବିଧା, ନିୟାମକ ଅନୁମୋଦନ ଏବଂ କିଛି ଟେକନିକ ଗଡ଼ବଡ଼ ବିଷୟରେ ମଧ୍ୟ ଅନୁମାନ କରାଯାଇଛି | ଏହି କାରଣରୁ ଆସନ୍ତା ବର୍ଷ ଟିକା ଯୋଗାଣରେ କିଛି ସମସ୍ୟା ଆସିପାରେ | ରିପୋର୍ଟର ଏହି ଅନୁମାନକୁ WHO ର ବିଶ୍ୱ ଟୀକାକରଣ ରଣନୀତିକୁ ବ୍ୟାଖ୍ୟା କରିବାକୁ ବ୍ୟବହାର କରାଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.