ଦେଖନ୍ତୁ ଭିଡ଼ିଓ : ନିଜ ଦଳର ପରାଜୟ ଦେଖିନପାରି ମୈଦାନରେ ହଜାର ସଂଖ୍ୟାରେ ଫ୍ୟାନ୍ସମାନେ କଲେ ଆ-କ୍ର-ମ-ଣ,ବିଅର ପିଇ କଲେ ବୋବାଲ

କୌଣସି ବି ଖେଳରେ ମୈଦାନରେ ବସିଥିବା ଫ୍ୟାନ୍ସ ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। କ୍ରିକେଟ ଖେଳରେ ମଧ୍ୟ ଫ୍ୟାନ୍ସ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାନ୍ତି। କେବେକେବେ ଫ୍ୟାନ୍ସ ମାନେ ହିଁ ମ୍ୟାଚର ଫଇସଲାକୁ ବଦଳାଇ ଦେଇଥାନ୍ତି। କିନ୍ତୁ କେତେଥର ଏହି ଫ୍ୟାନ୍ସ ମାନେ ନିଜର ସୀମା ପାର କରିଦେଇଥାନ୍ତି ଓ ଏମିତି କାମ କରିଦେଇଥାନ୍ତି ଯାହାକି ତାଙ୍କୁ ଚର୍ଚ୍ଚା ଘେରକୁ ନେଇ ଆସିଥାଏ। ଏମିତି ହିଁ ଇଂଲଣ୍ଡର ଏଜବାସ୍ଟନରେ ଦେଖିବାକୁ ମିଳିଛି।

ଏଜବାସ୍ଟନରେ ଏକ କ୍ରିକେଟ ମ୍ୟାଚ ମଧ୍ୟରେ କିଛି ଫ୍ୟାନ୍ସ ମାନେ ନିଜ ଦଳର ପରାଜୟକୁ ସହ୍ୟ କରି ପାରିନଥିଲେ ଓ ବହୁତ ମାତ୍ରାରେ ଫ୍ୟାନ୍ସ ମୈଦାନ ଭିତରକୁ ପ୍ରବେଶ କରିଥିଲେ। ବର୍ମିଙ୍ଗହାମ ବିଅରସ ଓ ଡର୍ବୀଶାୟାର ର ଭାଇଟାଲିଟି ବ୍ଲାଷ୍ଟ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ ଖେଳାଯାଉଥିଲା। ସେହି ସମୟରେ ବର୍ମିଙ୍ଗହାମ ଦଳକୁ ହାରିବା ଦେଖି ଘରୋଇ ଦର୍ଶକ ଏହାକୁ ସହ୍ୟ କରି ପାରିନଥିଲେ ଓ ହଜାର ସଂଖ୍ୟାରେ ଦର୍ଶକ ମୈଦାନ ଭିତରକୁ ପ୍ରବେଶ କରିଥିଲେ। ଏହାମଧ୍ୟରେ କରୋନା ନିୟମର ମଧ୍ୟ ବହୁତ ଉଲ୍ଲଙ୍ଘନ କରାଗଲା।

ବିଅର ପିଉଥିଲେ ଫ୍ୟାନ୍ସ:-

ଆପଣଙ୍କୁ ଜଣାଇଦେଉଛୁ ଏହି ମ୍ୟାଚ ପାଇଁ ସରକାର କେବଳ ଚାରି ଭାଗରୁ ଏକ ଭାଗ ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ଅନୁମତି ଦେଇଥିଲେ। ବର୍ମିଙ୍ଗହାମ ମେଲ ରିପୋର୍ଟ ଅନୁସାରେ ମୈଦାନରେ ଶହ ଶହ ଷ୍ଟୁଡେଣ୍ଟ ଉପସ୍ଥିତ ଥିଲେ। ମ୍ୟାଚ ସମୟରେ ଏମାନେ ବହୁତ ରୋମାଂଚିତ ହେଉଥିଲେ ଓ ନାଚ ଗୀତ ମଧ୍ୟ କରୁଥିଲେ। ଏହି ଫ୍ୟାନ ମାନେ ବିଅର ମଧ୍ୟ ପିଇଥିଲେ। ଏହାପରେ ମ୍ୟାଚ ଶେଷ ହେବାପରେ ସେମାନେ ମୈଦାନ ଭିତରକୁ ପଶିବାକୁ ସାହସ କରିଥିଲେ।

ଭିଡ଼ିଓ ଜୋରଦାର ଭାଇରାଲ ହେଉଛି:-

ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଭାଇରସ ଚାଲିଥିବାରୁ ପୁରା ସଂଖ୍ୟାରେ ଫ୍ୟାନ୍ସ ମାନଙ୍କୁ ଷ୍ଟାଡିୟମ ଆସିବାକୁ ଅନୁମତି ନଥିଲା। ଏହି ମ୍ୟାଚରେ ଯେତେବେଳେ ଡର୍ବୀଶାୟାର ନିଜର ବିଜୟୀ ରନ ବନାଇଥିଲା ସେତେବେଳେ ଫ୍ୟାନ୍ସ ମୈଦାନ ଭିତରକୁ ଚାଲି ଆସିଥିଲେ। ଏତିକି ମଧ୍ୟ ନୁହେଁ ଫ୍ୟାନ୍ସ ମାନେ ସିଧା ପିଚ ଉପରକୁ ଯିବାପାଇଁ ଚେଷ୍ଟା କରିଦେଲେ। ଏବେ ଏହି ମାମଲାର ଯାଞ୍ଚ ଚାଲୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *